Masthead

୨୦ରୁ ବିଧାନସଭା, ପ୍ରଶ୍ନୋତ୍ତର ବାଦ୍

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନଭେମ୍ବର ୨୦ ତାରିଖରୁ ପୁଣି ଆରମ୍ଭ ହେବ ବିଧାନସଭା ଶୀତ ଅଧିବେଶନ । ଦିନ ସାଢ଼େ ୧୦ଟାରୁ ଅପରାହ୍ନ ୧ଟା ଓ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ଚାଲିବ । ଏହି ଅଧିବେଶନରେ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ ସରକାର । ତାରକା ପ୍ରଶ୍ନକାଳକୁ ଏଥର ଅଧିବେଶନରେ ବାଦ ଦିଆଯାଇଛି । କେତେକ ଗୁରୁତ୍ୱପୂର୍ଣ୍ଣ ବିଲ ଉପସ୍ଥାପନ କରିବେ ସରକାର ।

ଆଜି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଏପରି ନିଷ୍ପତ୍ତି ହୋଇଛି । କୋଭିଡ କଟକଣା ମଧ୍ୟରେ କିପରି ଅଧିବେଶନ ଚାଲିବ, ସେନେଇ ନିଷ୍ପତ୍ତି ନେଇଛି ସର୍ବଦଳୀୟ ବୈଠକ । ପ୍ରଥମଦିନ ପୂର୍ବତନ ବାଚସ୍ପତି ସ୍ୱର୍ଗତ ଶରତ କୁମାର କରଙ୍କ ନିଧନରେ ଶୋକ ପ୍ରସ୍ତାବ ଆଗତ କରାଯିବ । ଅପରାହ୍ନରୁ ଚାଲିବ ଗୃହକାର୍ଯ୍ୟ । କୋଭିଡ ନିୟମ ଅନୁଯାୟୀ ୫୦% କର୍ମଚାରୀଙ୍କୁ ନେଇ ସରକାରୀ କାର୍ଯ୍ୟ ଚାଲିବ । ଏଥିରେ ପ୍ରଶ୍ନ ଉତ୍ତର ସଂଗ୍ରହ କରିବା ସମ୍ଭବ ନଥିବାରୁ ପ୍ରଶ୍ନକାଳକୁ ବାତିଲ କରାଯାଇଛି । ତେବେ ଏନଜର୍ଣ୍ଣମେଣ୍ଟ, ସବମିଶନ, କଲ ଆଟେନସନ, ବିଲ ଉପରେ ଆଲୋଚନା କରାଯିବ।

ଗୃହର କାର୍ଯ୍ୟାବଳୀ ସମ୍ପର୍କରେ ସୂଚନା ଦେଇଛନ୍ତି ବାଚସ୍ପତି ଡ. ସୂର୍ଯ୍ୟ ନାରୟଣ ପାତ୍ର । ଗୃହରେ ୨୦ ତାରିଖରେ ଆଗତ ହେବ ଅତିରିକ୍ତ ବଜେଟ । ୨୯ ତାରିଖ ଆପ୍ରୋପ୍ରିଏସନ ବିଲ ଆଗତ ହେବ । ୩ଦିନ ଡିମାଣ୍ଡ ଡିସକସନ ହେବ । ଏଥର ଅଧିବେଶନ ହେବ ପେପର ଲେସ । କେବଳ ସଂଶୋଧନ ପ୍ରସ୍ତାବ ପେପରରେ ଦିଆଯିବ । ଆଗତ ହେଉଥିବା ରିପୋର୍ଟକୁ ଡାକ ଯୋଗେ ବିଧାୟକମାନଙ୍କ ଘରକୁ ପଠାଇ ଦିଆଯିବ । କୋଭିଡ କଟକଣା ଯୋଗୁ ଗୃହକୁ ବ୍ୟକ୍ତିଗତ ଭାବେ ଆସିବା ପାଇଁ ବାଧ୍ୟବାଧକତା ରଖାଯାଇ ନାହିଁ । ବରିଷ୍ଠ ବିଧାୟକମାନେ ଚାହିଁଲେ, ସେମାନଙ୍କ ଜିଲ୍ଲା ମୁଖ୍ୟାଳୟରେ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା କରାଯିବ । ସେଠାରୁ ସେମାନେ ଗୃହ କାର୍ଯ୍ୟରେ ସାମିଲ ହୋଇ ପାରିବେ । ମୁଖ୍ୟମନ୍ତ୍ରୀ ବା ବିରୋଧୀ ଦଳ ନେତା ଚାହିଁଲେ, ସେମାନଙ୍କ ବାସଭବନରେ ଏପରି ବ୍ୟବସ୍ଥା କରାଯିବ ବୋଲି ବାଚସ୍ପତି କହିଛନ୍ତି । କୋଭିଡ କଟକଣା ମଧ୍ୟରେ ଗୃହକୁ ଶୃଙ୍ଖଳିତ ଭାବେ ଚଳାଇବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ବିଧାୟକମାନେ ପ୍ରେସ ଗ୍ୟାଲେରିରେ ବସିବେ । ଦର୍ଶକଙ୍କ ଗ୍ୟାଲେରିରେ ବି ବସିବେ ବିଧାୟକ । ୪ଫୁଟ ଦୂରତା ରଖାଯିବ । ଲବିକୁ ବିଧାୟକ ଓ ମନ୍ତ୍ରୀଙ୍କ ଛଡ଼ା ଆଉ କେହି ଯାଇ ପାରିବେ ନାହିଁ ବୋଲି ନିଷ୍ପତ୍ତି ହୋଇଛି । ଗଣମାଧ୍ୟମ ପାଇଁ ରହିଛି ସ୍ୱତନ୍ତ୍ର ବ୍ୟବସ୍ଥା ।

ସେପଟେ ଏ ନେଇ ଅସନ୍ତୁଷ୍ଟ ହୋଇଛନ୍ତି ବିରୋଧୀ । ଗୃହ ଚାରିଘଣ୍ଟା ଚାଲିଲେ କରୋନା ହେବନାହିଁ, ପ୍ରଶ୍ନକାଳ ପାଇଁ ଆଉ ଘଣ୍ଟାଏ ଗୃହର ସମୟ ବଢ଼ିଗଲେ, କରୋନା ହୋଇଯିବ କି? ଏ କି ଯୁକ୍ତି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀଦଳ ନେତା । ସେ କହିଛନ୍ତି ରାଜ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ରହିଛି, ପ୍ରଶ୍ନକାଳରେ ତାହା ଉଠିଥାନ୍ତା । ମାତ୍ର ସରକାର ତାହା କରୁନାହାନ୍ତି । କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର କହିଛନ୍ତି, ପ୍ରଶ୍ନକାଳ ବାତିଲକୁ ଆମେ ବିରୋଧ କରୁଛୁ । ପ୍ରଶ୍ନକାଳ ବାତିଲ ନେଇ ଆଲୋଚନା କରିବା ପୂର୍ବରୁ ପ୍ରଶ୍ନ ଗ୍ରହଣ କରାନଯିବା ଅସାମ୍ବିଧାନିକ । ଏନେଇ ସରକାର ଓ ବାଚସ୍ପତି ରଖୁଥିବା ଯୁକ୍ତି ଅପ୍ରାସଙ୍ଗିକ । ଏହାର ଜବାବରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି, କୋଭିଡ କଟକଣାରେ ଗୃହକୁ କିଭଳି ସୁରୁଖୁରରେ ଚଳାଯିବ ସେଥିପାଇଁ ସରକାର ସବୁପ୍ରକାର ପଦକ୍ଷେପ ନେଇଛନ୍ତି । ଏଥର ଅଧିବେଶନରେ ଅତିରିକ୍ତ ବଜେଟ ସହ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସ୍ୱାମୀକୁ ହାଣିଦେଲା ସ୍ତ୍ରୀ 🔴 ଶୀତଳ ଷଷ୍ଠୀ ପାଇଁ ଉତ୍ସବ ମୁଖର ରାଜଧାନୀବାସୀ 🔴 ଆଇସିୟୁରେ ପାକିସ୍ତାନର ଏୟାରବେସ୍ 🔴 ମହାରାଷ୍ଟ୍ର-ମଧ୍ୟପ୍ରଦେଶରେ ମଲ୍ଟି-ଟ୍ରାକିଂ ରେଳ ପ୍ରକଳ୍ପ 🔴 ପୁଣି ମକଡ୍ରିଲ୍, ଏଥର ଏହି ରାଜ୍ୟରେ… 🔴 ଧାନ ଏମଏସପି ୬୯ ଟଙ୍କା ବୃଦ୍ଧି 🔴 ସିନ୍ଦୂର ଲୋଗୋର ନିର୍ମାତା କିଏ? 🔴 ବାହାରିନରେ ଓଡ଼ିଆ ପାଳିଲେ ସାବିତ୍ରୀ ବ୍ରତ 🔴 ଜାମୁକୋଳି, ପାଇଖାନା ଗପ..ଏବେ ବୋଥ୍ରାଙ୍କ ମୁହଁରେ ଗୀତା 🔴 ରୋଲର କୋଷ୍ଟରରେ ଫସିଗଲେ ୩୦ଯାତ୍ରୀ 🔴 ସ୍ୱାମୀକୁ ହାଣିଦେଲା ସ୍ତ୍ରୀ 🔴 ଶୀତଳ ଷଷ୍ଠୀ ପାଇଁ ଉତ୍ସବ ମୁଖର ରାଜଧାନୀବାସୀ 🔴 ଆଇସିୟୁରେ ପାକିସ୍ତାନର ଏୟାରବେସ୍ 🔴 ମହାରାଷ୍ଟ୍ର-ମଧ୍ୟପ୍ରଦେଶରେ ମଲ୍ଟି-ଟ୍ରାକିଂ ରେଳ ପ୍ରକଳ୍ପ 🔴 ପୁଣି ମକଡ୍ରିଲ୍, ଏଥର ଏହି ରାଜ୍ୟରେ… 🔴 ଧାନ ଏମଏସପି ୬୯ ଟଙ୍କା ବୃଦ୍ଧି 🔴 ସିନ୍ଦୂର ଲୋଗୋର ନିର୍ମାତା କିଏ? 🔴 ବାହାରିନରେ ଓଡ଼ିଆ ପାଳିଲେ ସାବିତ୍ରୀ ବ୍ରତ 🔴 ଜାମୁକୋଳି, ପାଇଖାନା ଗପ..ଏବେ ବୋଥ୍ରାଙ୍କ ମୁହଁରେ ଗୀତା 🔴 ରୋଲର କୋଷ୍ଟରରେ ଫସିଗଲେ ୩୦ଯାତ୍ରୀ