Masthead

ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପିଅନ ଓ ଝାଡୁଦାରଙ୍କ ହାତରେ

ବାରିପଦା (ବଡ଼ ଖବର ବ୍ୟୁରୋ):  ସୀମାନ୍ତରେ ଶିକ୍ଷାର ବିକଳ ଚିତ୍ର । ପିଅନ ଓ ଝାଡୁଦାରରେ ଚାଲିଛି ଯୁକ୍ତ ଦୁଇ ମାଧ୍ୟମିକ ବିଦ୍ୟାଳୟ । ୨୫୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରରେ। ଏଭଳି ଶିକ୍ଷାର ବିକଳ ଚିତ୍ର ଦେଖିବା ପାଇଁ ମିଳିଛି ଖୋଦ୍ ଗଣଶିକ୍ଷା ମନ୍ତ୍ରୀଙ୍କ ଜିଲ୍ଲାରେ ଅବସ୍ଥିତ ଶୁଳିଆପଦା ବ୍ଳକର ଚକ୍ ଶୁଳିଆପଦା ଉତ୍କଳ ବନାନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ । ୧୯୮୮ ମସିହାରେ କଳା ବିଭାଗରେ କଲେଜ ଖୋଲିଥିବା ବେଳେ ପରେ ଓଡ଼ିଶା ସରକାର ସମସ୍ତ ଯୁକ୍ତ ଦୁଇ ମହାବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିଣତ କଲେ।

ବର୍ତ୍ତମାନ ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦ୍ୱିତୀୟ ବର୍ଷରେ ୧୨୮ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଏବେ ଆହୁରି ୧୨୦ ଜଣ ଛାତ୍ରଛାତ୍ରୀଙ୍କ ଆଡମିସନ ହୋଇସାରିଲେଣି। ପଶ୍ଚିମବଙ୍ଗର ବହୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନିର୍ଭର କରୁଛି ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ । ଚିନ୍ତାର ବିଷୟ ବର୍ତ୍ତମାନ ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟାପକ ନାହାନ୍ତି। ଅଧ୍ୟକ୍ଷ ଅବସର ନେଲେଣି । ଛାତ୍ରଛାତ୍ରୀ ଭବିଷ୍ୟତ ପିଅନ ଓ ଝାଡୁଦାରଙ୍କ ହାତରେ। କେବଳ ଗେଷ୍ଟ ଟିଚର କେବେ କେମିତି ଆସୁଛନ୍ତି ନିକଟସ୍ଥ ଡିଗ୍ରୀ ମହାବିଦ୍ୟାଳୟରୁ। ଏ ହେଉଛି ସରକାରଙ୍କ ସ୍ୱଚ୍ଛ ଶାସନ , ଏ ହେଉଛି ଶିକ୍ଷାର ମାନ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆସିଲା ଯୁକ୍ତ ଦୁଇ ରେଜଲ୍ଟ 🔴 ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ 🔴 ଗରମରୁ ମିଳିବନି ନିସ୍ତାର, ଜାରି ହେଲା ହିଟ୍‌ ୱେଭ୍ 🔴 ଅନ୍ୟ ଜାତିରେ ବାହା ହେବାରୁ କୂଳରୁ ବାସନ୍ଦ 🔴 ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ 🔴 ବିଚ୍ ରାସ୍ତାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଅପରାଧୀଙ୍କୁ ନାହିଁ ପୋଲିସର ଭୟ 🔴 ଆହୁରି ବଢ଼ିବ ତାତି 🔴 ବାଲି ମାଫିଆଙ୍କ ଘରେ ରେଡ 🔴 ଭିଜିଲାନ୍ସ ପଞ୍ଝାରେ ପ୍ରଧାନଶିକ୍ଷକ 🔴 ଆସିଲା ଯୁକ୍ତ ଦୁଇ ରେଜଲ୍ଟ 🔴 ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ 🔴 ଗରମରୁ ମିଳିବନି ନିସ୍ତାର, ଜାରି ହେଲା ହିଟ୍‌ ୱେଭ୍ 🔴 ଅନ୍ୟ ଜାତିରେ ବାହା ହେବାରୁ କୂଳରୁ ବାସନ୍ଦ 🔴 ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ 🔴 ବିଚ୍ ରାସ୍ତାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଅପରାଧୀଙ୍କୁ ନାହିଁ ପୋଲିସର ଭୟ 🔴 ଆହୁରି ବଢ଼ିବ ତାତି 🔴 ବାଲି ମାଫିଆଙ୍କ ଘରେ ରେଡ 🔴 ଭିଜିଲାନ୍ସ ପଞ୍ଝାରେ ପ୍ରଧାନଶିକ୍ଷକ