Masthead

ଓଡ଼ିଶାରେ ଜନ୍ମିତ ପ୍ରତି ଶିଶୁଙ୍କ ମୁଣ୍ଡରେ ୨୩,୭୬୨ ଟଙ୍କା ଋଣ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ମୁଣ୍ଡପିଛା ଋଣ ୨୩ ହଜାର । ଆପଣ ଭାବୁଥିବେ କେଉଁ ଋଣ କଥା ଆମେ କହୁଛୁ । ଆପଣଙ୍କ ମଧ୍ୟରୁ ଅନେକ ଋଣ ନେଇନଥିବେ କିନ୍ତୁ ଆମେ କାହିଁକି କହୁଛୁ ଯେ ପ୍ରତିମୁଣ୍ଡ ପିଛାଋଣ ୨୩ ହଜାର । ଖାଲି ୨୩ ହଜାର ନୂଆ ପୂରା ହିସାବ କଲେ ଏହା ୨୩ ହଜାର ୭୬୨ ଟଙ୍କା । ବିଧାନସଭା ମୌସୁମୀ ଅଧିବେଶନର ପଞ୍ଚମ ଦିନରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତର ରଖି ଏହିକଥା କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ଗତ ୯ ବର୍ଷ ମଧ୍ୟରେ ରାଜ୍ୟରେ ମୁଣ୍ଡ ପିଛା ଋଣଭାର ବୃଦ୍ଧି ପାଇଚାଲିଛି । ୨୦୧୧-୧୨ରୁ ୨୦୨୧-୨୨ ଆର୍ଥିକ ବର୍ଷ ମଧ୍ୟରେ ରାଜ୍ୟରେ ପ୍ରତ୍ୟେକ ବ୍ୟକ୍ତିଙ୍କ ମୁଣ୍ଡରେ ଋଣବୋଝ ଅଢେଇଗୁଣ ବଢିଛି । ୨୦୧୦-୧୧ ଆର୍ଥିକ ବର୍ଷରେ ମୁଣ୍ଡପିଛା ଋଣପରିମାଣ ୯୧୪୪ ଟଙ୍କା ୪୦ ପଇସା ଥିଲା । ତେବେ ୨୦୨୦-୨୧ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହା ୨୩ହଜାର ୭୬୧ ଟଙ୍କା ୮୩ ପଇସାରେ ପହଞ୍ଚିସାରିଛି । ଚଳିତ ଆର୍ଥକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ମୋଟ ଋଣ ପରିମାଣ ୧ଲକ୍ଷ ୨୨ହଜାର ୯୧୭ଟଙ୍କା ହେବା ନେଇ ଆକଳନ କରାଯାଇଛି । ମହାଲେଖାକାର, ଓଡ଼ିଶାଙ୍କ ପ୍ରାରମ୍ଭିକ ତଥ୍ୟ ଅନୁଯାୟୀ ଚଳିତ ଆର୍ଥିକ ବର୍ଷ ବର୍ଷର ଜୁଲାଇ ଶେଷ ସୁଦ୍ଧା ୧ ଲକ୍ଷ ୪ହଜାର ୩୧୨. ୧୨ କୋଟି ଟଙ୍କା ଋଣ ହୋଇଛି । ରାଜ୍ୟର ମୋଟ ଘରୋଇ ଉତ୍ପାଦ ଜିଏସଡିପିର ୧୭.୨୦ ପ୍ରତିଶତ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ୮ ମାସରେ ଋଣ ଭାର ୧୮ହଜାର ୬୦୫.୧୩ କୋଟି ଟଙ୍କା ବଢିବ । ସୂଚନାଯୋଗ୍ୟ, ୨୦୦୦-୦୧ରେ ରାଜ୍ୟର ଋଣବୋଝ ପରିମାଣ ପ୍ରାୟ ୨୧୦୦୧.୮୮ କୋଟି ଥିଲା । ଏତଥ୍ୟ ସାମ୍ନାକୁ ଆସିବା ପରେ ସମସ୍ତଙ୍କ ଚିନ୍ତା ବଢିଛି । ବିଜେପି କହିଛି ରାଜ୍ୟସରକାରଙ୍କ ପରିଚାଳନାଗତ ତ୍ରୁଟି ଯୋଗୁ ଏଭଳି ସମସ୍ୟା ଉପୁଜିଛି ।

ଏ ପ୍ରସଙ୍ଗରେ ଯେତେବଳେ ନିଜେ ଅର୍ଥମନ୍ତ୍ରୀ ଉତ୍ତର ରଖିଛନ୍ତି ଆଉ ମାନୁଛନ୍ତି ସେତେବେଳେ କହିବା କାହାକୁ । ଗୃହରେ ନିଜେ ମନ୍ତ୍ରୀ ମାନୁଥିବା ବେଳେ ଗୃହ ବାହାରେ ବିଧାୟକ ମାନେ ଅତି ହାଲୁକାର ସହ ଏହାର ଉତ୍ତର ରଖୁଛନ୍ତି । କୋଭିଡ୍ ଭଳି ପ୍ରତିକୂଳ ସମୟରେ ରାଜ୍ୟ ସରକାର ଅନେକ ଚାଲେଞ୍ଜର ସମ୍ମୁଖୀନ ହୋଇଛନ୍ତି । ତେବେ ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ବଜେଟ ସ୍ୱତନ୍ତ୍ର ବ୍ୟବସ୍ଥା ଥିବା ବିଧାୟକ ଭୂପିନ୍ଦର ସିଂ କହିଛନ୍ତି ।

ମୁଣ୍ଡପିଛା ଋଣ ବଢିଚାଲିଛି । ସରକାର ବିକାଶ କଥା ସବୁବେଳେ କହୁଥିବା ବେଳେ ଏପଟେ କିନ୍ତୁ ରାଜ୍ୟ ଋଣରେ ବୁଡ଼ି ରହିଛି । ଯଦି ଏଥିପ୍ରତି ସରକାର ଏବେଠାରୁ ଧ୍ୟାନ ନଦେବେ ତେବେ ଆଗାମୀ ଦିନରେ ସରକାର ଋଣ ଭାରରେ ବୁଡ଼ି ଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା