Before Header

ମିଛ ଏଫଆଇଆର ଦେଇ ଫସିଲେ ଯୁବକ

0 52

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଚନ୍ଦକା ଥାନାରେ ମିଛ ଅଭିଯୋଗ କରି ଫସିଲେ ଯୁବକ। ଶେଷରେ ଗିରଫ ହୋଇ ଗଲେ ଜେଲ। ଗିରଫ ଅଭିଯୁକ୍ତ ଯାଜପୁର ଅଞ୍ଚଳର ଅମର ମହାନ୍ତି ବୋଲି ଜଣା ପଡିଛି। ଭରତ ପୂର ଥାନା ଅଧୀନ ଅଞ୍ଚଳରେ ‘ଏଲ ଆଣ୍ଡ ଟି ‘ ଫାଇନାନ୍ସରେ କାର୍ଯ୍ୟ କରୁଥିବା ଜଣେ ସେଲସ ଏକଜ୍ୟୁକୁଟିଭ ଅଫିସର କମ୍ପାନୀର ଟଙ୍କା ଡିପୋଜିଟ ପାଇଁ ଅଫିସ ବ୍ୟାଙ୍କ ପଠାଇଥିଲା।

ହେଲେ ଯୁବକ ଜଣକ ସୋମବାର ଅନ୍ଧାରୁଆ ଅଞ୍ଚଳରେ ଟଙ୍କା ବ୍ୟାଙ୍କ ଲୁଟ ହୋଇଥିବା ଚନ୍ଦକା ଥାନାରେ ଅଭିଯୋଗ କରିଥିଲେ । ଚନ୍ଦକା ପୋଲିସର ତଦନ୍ତ ପରେ ଜଣାପଡିଲା ଯେ ଏହା ଏକ ମିଥ୍ୟା ଅଭିଯୋଗ । ପରେ ଉକ୍ତ ଯୁବକଙ୍କ ଠାରୁ ୧ଲକ୍ଷ୍ୟ ୪୦ହଜାର ଟଙ୍କା ଜବତ କରିବା ସହ କୋର୍ଟ ଫରୱାଡ କରିଛି ଚନ୍ଦକା ପୋଲିସ।

Leave A Reply

Your email address will not be published.