Masthead

ଓଡ଼ିଶା ଗଞ୍ଜେଇ ଟାଣିବାକୁ ସେଲିବ୍ରେଟି ଭଲପାଆନ୍ତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନିଶା ସେବନ କରୁଥିବା ସେଲିବ୍ରେଟିମାନଙ୍କର ପ୍ରଥମ ପସନ୍ଦ ଓଡ଼ିଶାର ଗଞ୍ଜେଇ । ତାହାକୁ ଦୃଷ୍ଟିରେ ରଖି ରାଜ୍ୟରୁ ଗଞ୍ଜେଇ ଚାଲଣା ବଢିବାରେ ଲାଗିଛି । ନିଶା ସେବନ ଅଭିଯୋଗରେ ଯେତେବେଳେ ଅନ୍ୟ ସହରରେ ଧରପଗଡ଼ ହେଉଛି ଖୋଲତାଡ଼ରୁ ଓଡ଼ିଶାର ଲିଙ୍କ ବାହାରୁଛି । ଅଭିନେତା ସୁଶାନ୍ତସିଂ ରାଜପୁତ ମୃତ୍ୟୁ ଘଟଣାରେ ଧରାପଡ଼ିଥିବା ନିଶାଡ଼ିଙ୍କ ସହ ଓଡ଼ିଶା ଗଞ୍ଜେଇର ସମ୍ପର୍କ ପଦାକୁ ଆସିଥିବାବେଳେ ଏବେ ମୁମ୍ବାଇ ବହୁ ଚର୍ଚ୍ଚିତ ଅଭିନେତା ପୁତ୍ରଙ୍କ ଗିରଫଦାରୀ ପରେ ନିଶାଡ଼ିଙ୍କ ଓଡ଼ିଶା ଲିଙ୍କ ଚର୍ଚ୍ଚାରେ ରହିଛି ।

ଓଡ଼ିଶା ଉତ୍ପାଦିତ ଗଞ୍ଜେଇ ସେଠାରେ ଚଢା ଦରରେ ବିକ୍ରି ହେଉଛି । ସେଥିପାଇଁ ବିଭିନ୍ନ ଉପାୟରେ ଗଞ୍ଜେଇ ଓଡ଼ିଶାରୁ ଚାଳନ ହେଉଛି । କେତେବେଳେ ତେଲ ଟ୍ୟାଙ୍କର ଭିତରୁ ତ କେତେବେଳେ କଖାରୁ ଗାଡି ଭିତରେ ଯାଉଛି । ଓଡ଼ିଶା ପୋଲିସ ଯେଉଁ ହାରରେ ଗଞ୍ଜେଇ ଜବତ କରୁଛି ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଜବତ ଗଞ୍ଜେଇ ପରିମାଣ ପୂର୍ବରୁ ସବୁ ରେକର୍ଡ ଅତିକ୍ରମ କରିବ । ବିଶେଷ କରି ବାଲେଶ୍ୱରରୁ ଗଞ୍ଜାମ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ଏବେ ଏହି ଧରଣର ନିଶା କାରବାରର ପ୍ରମୁଖ ସ୍ଥଳି ପାଲଟିବାରେ ଲାଗିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ