ଶବ ରଖି ରାସ୍ତା ଅବରୋଧ

ମୟୂରଭଞ୍ଜ (ବଡ଼ ଖବର ବ୍ୟୁରୋ): ହସ୍ପିଟାଲ ଛାତରୁ କଂକ୍ରିଟ ଖସି ଗୁରୁତ୍ବର ଆହତ ରୋଗୀଙ୍କ କଟକରେ ମୃତ୍ୟୁ । କ୍ଷତି ପୂରଣ ଦାବିରେ ୮ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ରାସ୍ତା ଅବରୋଧ । ଗତ ତିନି ତାରିଖ ଦିନବେଳେ ପିଆରଏମ ହସ୍ପିଟାଲରେ ବେଡ଼ ନ ପାଇ ପିଣ୍ଡାରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ମୁଣ୍ଡ ଉପରେ ହସ୍ପିଟାଲ ଛାତରୁ କଂକ୍ରିଟ ଖସି ଗୁରୁତର ଆହତ ଘଟଣା। ଗୁରୁତର ଅବସ୍ଥାରେ ଚାରି ତାରିଖ ରାତିରେ କଟକ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ଗତକାଲି କଟକରେ ରୋଗୀର ମୃତ୍ୟୁବରଣ ଘଟିଥିଲା।

ମୃତକ ହେଲେ ବାରିପଦା ଟାଉନ ଥାନା ଅନ୍ତର୍ଗତ ଚିପଟଅସ୍ତିଆ ଅଞ୍ଚଳର ଚକ୍ରଧର ସିଂ। ଏହି ମୃତ୍ୟୁ ପାଇଁ ବାରିପଦା ପିଆରଏମ କର୍ତ୍ତୃପକ୍ଷଙ୍କ ଅବହେଳା ବୋଲି ମୃତକଙ୍କ ପରିବାର ଓ ସମ୍ପର୍କୀୟ ଲୋକେ ଅଭିଯୋଗ ଆଣିଛନ୍ତି। ମୃତକର କ୍ଷତି ପୂରଣ ଦାବିରେ ମୃତକଙ୍କ ସମ୍ପର୍କୀୟ ଉଦଳା – ବାରିପଦା ମୁଖ୍ୟ ରାସ୍ତା ଅସ୍ତିଆ ଛକ ଠାରେ ଗତକାଲି ରାତି ୧୦ଟା ସମୟରୁ ଶବ ରଖି ଅବୋରଧ କରିଛନ୍ତି। ଦୀର୍ଘ ୮ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଯାତାୟାତ ସମ୍ପୂର୍ଣ ବନ୍ଦ ହୋଇଯାଇଛି।

ଘଟଣା ସ୍ଥଳରେ ବାରିପଦା ଏସ୍ଡିପିଓ କେକେ ହରିପ୍ରସାଦ ଓ ଟାଉନ ଥାନା ପୋଲିସ ଆଇଆଇସି ବିରେନ୍ଦ୍ର କୁମାର ସେନାପତି ଉପସ୍ଥିତ ରହି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡିଛି। ସୂଚନା ଅନୁସାରେ ଗତ ଚାରି ତାରିଖରେ ଗୁରୁତର ଅବସ୍ଥାରେ ରୋଗୀଙ୍କୁ କଟକ ସ୍ଥାନାନ୍ତରିତ ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ସହାୟତା ମିଳିନଥିବା ଅଭିଯୋଗରେ ୧୮ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ। ସହାୟତାର ପ୍ରତିଶୃତି ପରେ ଆନ୍ଦୋଳନକାରୀ ଅବରୋଧ ହଟାଇ କଟକ ବଡ଼ ହସ୍ପିଟାଲକୁ ଚିକିତ୍ସା ପାଇଁ ରୋଗୀଙ୍କୁ ନେଇଥିଲେ। କିନ୍ତୁ ଗତକାଲି କଟକରେ ରୋଗୀର ମୃତ୍ୟୁ ଘଟିଛି। ମୃତକର କ୍ଷତି ପୂରଣ ଦାବିରେ ଅଡିବସିଛନ୍ତି ସମ୍ପର୍କୀୟ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା