Masthead

ଗଭର୍ଣ୍ଣରରେ ମନ ନାହିଁ, ନିର୍ବାଚନ ଲଢିବେ ରଘୁବର!

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶା ରାଜଭବନରେ ମନ ନାହିଁ । ପୁଣି ଇଚ୍ଛା ହେଲାଣି ବିଧାନସଭା । ନିର୍ବାଚନ ଲଢିବାକୁ ମନ ବଳେଇଲେଣି ଭେଟେରାନ ନେତା । ଝାରଖଣ୍ଡବାସୀଙ୍କ ସ୍ୱର ହେବାକୁ ପୁଣି ଅଣ୍ଟା ଭିଡ଼ିଲେଣି ଓଡ଼ିଶା ରାଜ୍ୟପାଳ ରଘୁବର ଦାସ । ଓଡ଼ିଶା ରାଜ୍ୟପାଳ ରଘୁବର ଦାସ ଏବେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହେଉଛନ୍ତି । ଯାହାକୁ ନେଇ ଓଡ଼ିଶା ସହ ଝାରଖଣ୍ଡରେ ଏବେ ରାଜନୀତି ସରଗରମ ହୋଇଛି । ସକ୍ରିୟ ରାଜନୀତିକୁ ଫେରିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ନିର୍ବାଚନ ଲଢିବା ନେଇ ଇଚ୍ଛା ପ୍ରକାଶ କରିଥିବା ଜଣାପଡ଼ିଛି । ଜାମସେଦପୁରର ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଏନେଇ ଇଙ୍ଗିତ କରିଛନ୍ତି ରଘୁବର ଦାସ ।

ରାଜନୀତିକୁ ଫେରିବା ନେଇ ସେ ପ୍ରସ୍ତୁତ ହେଉଥିବା ବେଳେ ଝାରଖଣ୍ଡର ଅନେକ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି । ଏସବୁରୁ ପ୍ରମାଣିତ ହେଉଛି ଯେ ପୁଣି ଥର ମଇଦାନକୁ ଏଣ୍ଟ୍ରି ମାରିପାରନ୍ତି ରଘୁବର ଦାସ । ରଘୁବର ପୂର୍ବରୁ ୫ ଥର ବିଧାୟକ ଥିଲେ । ୨୦୧୯ରେ ନିର୍ବାଚନ ଲଢିଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ସରାୟୁ ରାୟଙ୍କ ଠାରୁ ପରାସ୍ତ ହୋଇଥିଲେ । ଓବିସି ବର୍ଗଙ୍କୁ ବିଜେପିରେ ସାମିଲ କରିବା ପାଇଁ ଶୀର୍ଷ ନେତୃତ୍ୱ ବିଚାରବିମର୍ଶ ଚାଲିଥିବା ଆଲୋଚନା ହେଉଛି । ଝାଡ଼ଖଣ୍ଡ ବିଧାନସଭାର କାର୍ଯ୍ୟକାଳ ୨୦୨୫ ଜାନୁଆରୀ୫ରେ ଶେଷ ହେବ । ଏନେଇ ଚଳିତ ବର୍ଷ ନଭେମ୍ବର କିମ୍ବା ଡିସେମ୍ବରରେ ବିଧାନସଭା ନିର୍ବାଚନ ହେବର ସମ୍ଭାବନା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ