Masthead

ଭୁଲ ଅମ୍ପାୟାରିଂ ପାଇଁ ୧ରନରେ ହାରିଲା ଓଡ଼ିଶା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସୟଦମୁସ୍ତାକ ଅଲ୍ଲୀ ଟି-୨୦ରେ ମାତ୍ର ୧ରନରେ ହାରିଛି ଓଡ଼ିଶା । ତାମିଲନାଡୁ ବିପକ୍ଷ ମ୍ୟାଚରେ ପରାସ୍ତ ହେବା ପରେ ବିବାଦ ଆରମ୍ଭ ହୋଇଛି । ଅମ୍ପାୟାରଙ୍କ ଭୁଲ ନିଷ୍ପତ୍ତି ଯୋଗୁ ନିଶ୍ଚିତ ବିଜୟରୁ ପରାଜୟର ସ୍ୱାଦ ଚାଖିଛି । ଆଉ ଏହାକୁ ନେଇ ଓଡ଼ିଶା ଦଳର ମୁଖ୍ୟ କୋଚ ୱାସିମ୍ ଜାଫର ଟୁଇଟ କରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଟସ୍ ଜିତିବା ପେର ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଓଡ଼ିଶା । ନିର୍ଦ୍ଧାରିତ ଓଭରରେ ୫ ୱିକେଟ ହରାଇ ୧୬୫ ରନ କରିଥିଲା ତାମିଲନାଡୁ । ଦଳ ପକ୍ଷରୁ ୪୪ ରନର ଇନିଂସ ଖେଳିଥିଲେ ଅପରାଜିତ୍ । ୧୬୬ ରନର ବିଜୟ ଲକ୍ଷ୍ୟର ପିଛା କରିବାକୁ ଯାଇ ଶ୍ୁଭ୍ରାଂଶୁ ସେନାପତି ଏବଂ ଗୋବିନ୍ଦ ପୋଦ୍ଧାର ଧୁଆଁଧାର ଇନିଂସ୍ ଖେଲିଥିଲେ । ଅଭିଶେକ ରାଉତ ମଧ୍ୟ ଶେଷ ଆଡକୁ ଭଲ ପ୍ରଦର୍ଶନ କରିଥିଲେ ।

ତେବେ ଶେଷ ୩ ବଲରେ ଓଡ଼ିଶାକୁ ଜିତିବା ପାଇଁ ୧୨ରନ ଦରକାର ଥିବା ବେଳେ ଶେଷ ଓଭର ବୋଲିଂ କରୁଥିଲେ ଟି ନଟରାଜନ । ଓଭରର ଚତୁର୍ଥ ବଲରେ ଓଡ଼ିସା ବ୍ୟାଟ୍ସ ମ୍ୟାନ ହିଟ୍ କରିଥିଲେ । ବଲଟି ସିଧା ବାଉଣ୍ଡ୍ରୀ ଲାଇନ ଛୁଇଁବାର ସ୍ପଷ୍ଟ ଦେଖାଯାଇଥିଲେ ।

ତେବେ ଅମ୍ପାୟାର ତୃତୀୟ ଅମ୍ପାୟାରଙ୍କ ବଦଳରେ ଫିଲ୍ଡିଂ କରୁଥିବା ବାବା ଅପରାଜିତଙ୍କୁ ପଚାରି ଓଡ଼ିଶାକୁ ୪ ରନ ବଦଳରେ ୨ ରନ ଦେଇଥିଲେ । ପରବର୍ତ୍ତୀ ବଲରେ ନୋ ବଲ ହେଲା ଆଉ ଦଳକୁ ୩ ରନ ମିଳିଥିଲା ଶେଷ ଦଳକୁ ୪ ରନ ମିଳିଥିଲା । ଆଉ ଅମ୍ପାୟାରଙ୍କ ଏହି ଦୁର୍ଭାଗ୍ୟପୂର୍ଣ୍ଣ ନିଷ୍ପତ୍ତି ଯୋଗୁ ଓଡ଼ିଶା ନିଶ୍ଚିତ ବିଜୟରୁ ବର୍ତ୍ତିଗଲା । ଆଉ ଏବେ ଏହି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି କୋଚ୍ ୱାସିମ୍ ଜାଫର

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି