ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଶେଷ ହେଲା ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଅଣ ଓଡ଼ିଆ ସନ୍ୟସୀ ରାଜନେତା ବାବା ଭୈରବ ପାଣ୍ଡିଆନଙ୍କୁ ଦେଲେ ବଡ଼ ଝଟକା । ମୋହନଙ୍କ ମନ୍ତ୍ରିମଣ୍ଡଳ ଆଗରେ ଚିତ୍ ପଟାଙ୍ଗ ମାରିଲେ ନବୀନଙ୍କ ଛାୟା ମନ୍ତ୍ରିମଣ୍ଡଳ । ଏବେ ଚାରିଆଡେ କୁହାକୁହି ହେଲେଣି କି ବିଜେଡିକୁ ହରାଇଲେ ଆଉ ମନ ବୁଝିଲାନି ଏବେ ବିରୋଧୀ ଭାବେ ବି ବିଧାନସଭାରେ ନିନ୍ଦିତ କଲେ । ପରାଜୟର କ୍ରୋଧରୁ ରକ୍ଷା ପାଇବା ପାଇଁ କରିଥିଲେ ପାଣ୍ଡିଆନ ନୂଆ ଯୋଜନା । ହେଲେ ଫାଟିଗଲା ଫସର । ପାଣି ଫାଟିଲା ଅଣ ଓଡ଼ିଆ ବାବୁ ଭୈରବ ପାଣ୍ଡିଆନଙ୍କ ପ୍ଲାନ୍ । ଫେଲ ମାରିଲା ଷ୍ଟ୍ରାଟେଜି । ସରିଗଲା ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ହେଲେ କାମ ଦେଲା ନି ପାଣ୍ଡିଆନଙ୍କ ଗେମ୍ । ସବୁ ହୋଇଗଲା ଓଲଟା । ବିଜେପି ସରକାରର ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ମନ୍ତ୍ରୀ ପରିଷଦ ଦେଇଦେଲେ ପୁରା ନାମ । ପାଣ୍ଡିଆନଙ୍କ ସ୍ୱପ୍ନକୁ କରିଦେଲେ ଚୁରମାର । ଆଉ ବିଧାନସଭାରେ ମୋହନ ମାରିନେଲେ ବାଜି । ଲୋକପ୍ରିୟତା କରିନେଲେ ହାସଲ । କାମ ଦେଲେନି ନବୀନଙ୍କ ଛାୟା ମନ୍ତ୍ରୀ ମଣ୍ଡଳ । ମୋହନଙ୍କ ମନ୍ତ୍ରୀ ମଣ୍ଡଳ କରିଦେଲେ ଛାୟା ମନ୍ତ୍ରୀଙ୍କୁ ପୂରା ବାୟା । ଯାହାକୁ ନେଇ ତାଙ୍କ ଅଣ ଓଡ଼ିଆ ସନ୍ୟସୀ ନେଇଥିବା ରାଜନେତା ଭୈରବ ପାଣ୍ଡିଆନ ଉପରେ ବିଜେଡିର ସମସ୍ତେ ବିଧାୟକ ପୁରା ଖପ୍ପା ।

ଯାହାକୁ ନେଇ ଏବେ ଜୋରଧରିଛି ଶଙ୍ଖଦଳର ରାଜନୀତି । ନିଜ ଦଳର ଛାୟା ମନ୍ତ୍ରୀମଣ୍ଡଳକୁ ନେଇ ବିଜେଡି ବିଧାୟକ ଗୋ÷÷ତମବୁଦ୍ଧ ଦାସ କହିଛନ୍ତି ଆମକୁ ଯାହା ବିରୋଧୀ ଦଳ ନେତା ଯାହା ଦାଇତ୍ୱ ଦେଇଥିଲେ ତୁଲାଇଛୁ । କିଛି ଫେଲ ମାରିନୁ । ଯାହାକୁ ନେଇ ବିଧାନସଭା ଶେଷ ପରେ ବିଜେଡି ସୁପ୍ରିମ ଏବଂ ତାଙ୍କ ଛାୟା ମନ୍ତ୍ରୀ ମଣ୍ଡଳ ଉପରେ ବର୍ଷିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ନବୀନ ତାଙ୍କ ସମୟରେ ବି ଛାୟା ଓ କାୟା ମନ୍ତ୍ରିମଣ୍ଡଳ କରିଥିଲେ । କାୟା ମନ୍ତ୍ରୀ ଜଣେ ବିଦେଶୀ ଅଫିସର । ଛାୟା ମନ୍ତ୍ରୀ ନିଜେ ନବୀନ ସାଜିଥିଲେ । ନବୀନ ନିଜେ ବିଧାନସଭା ଆସୁନଥିଲେ । ରବର୍ ଷ୍ଟମ୍ପ ଭଳି ରହୁଥିଲେ । ହେଲିକାପଟର ଧରି ବୁଲୁଥିବା କାୟା ମନ୍ତ୍ରୀ ନିଜକୁ ସବୁ କିଛି ଭାବୁଥିଲେ । ସେ ଯେମିତି ଭାବୁଥିଲେ ସେମିତି ହେଲାନାହିଁ । ସେମାନେ ଲୋକଙ୍କୁ ଖାଲି ବିଭ୍ରାନ୍ତି କରୁଛନ୍ତି । କିନ୍ତୁ କିଛି ଫରକ ପଡିବ ନି । ମୋହନ ସରକାରରେ ସବୁ ଠିକ ଚାଲିବ । ଓଡ଼ିଶାର ବିକାଶ ହେବ । ସେପଟେ କିନ୍ତୁ ଗୃହ କାର୍ଯ୍ୟ ଶେଷ ଯାଏଁ ବି ନଥିଲା ବିଜେଡିର ସେଭଳି ଆଖି ଦୃଶୀୟା କାର୍ଯ୍ୟଶୈଳୀ ଦେଖିବାକୁ ମିଳିନଥିଲା । ନିଜେ ବିରୋଧୀ ଦଳ ନେତା ତଥା ଛାୟା ମନ୍ତ୍ରିମଣ୍ଡଳର ମୁଖିଆ ନବୀନ ପଟ୍ଟନାୟକ ଗୃହ କାର୍ଯ୍ୟରୁ ରହୁଥିଲେ ଦୁରେଇ । ଯାହା ସରକାରରେ ଥିଲା ବେଳେ କରୁଥିଲେ ବିରୋଧୀ ଆସନରେ ବସି ମଧ୍ୟ ସମାନ ଫଣ୍ଡାରେ ନବୀନ ।

୨୫ଟି କାର୍ଯ୍ୟ ଦିବସରେ ଗୃହ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ହୋଇଥିଲେ ବି ପାଣ୍ଡିଆନ ବାଣ୍ଟିଥିବା ବିଭାଗରେ କାହିଁକି କେହି ବି କଲେ ନି କାର୍ଯ୍ୟ । ଯାହାକୁ ନେଇ ମନେ ମନେ ରାଗରେ ପାଣ୍ଡିଆନ ଅଛନ୍ତି ବୋଲି ଏବେ ଚର୍ଚ୍ଚା ପାଲଟିଛି । କାହିକିଁ ତାଙ୍କ ପ୍ଲାନକୁ କେହି କଲେନି କାର୍ଯ୍ୟ । ବିଜେପିକୁ ଘେରିବା ଦୀର୍ଘ ଦିନ ରାତି ଅନିଦ୍ରା ହୋଇ ରଚିଥିଲେ ନୂଆ ପ୍ଲାନ । ବିଜେଡିର ପରାଜୟ କୋ୍ରଧରୁ ନିଜକୁ ସୁରକ୍ଷା ଦେବା ପାଇଁ ବିଜେଡି ସୁପ୍ରିମ ତଥା ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ଓ ଦଳର ବିଧାୟକଙ୍କୁ ଶାସକ ଦଳରେ ରହିବା ଭଳି ଅନୁଭବ ତଥା ସ୍ୱାପ୍ନ ରାଇଜରେ ବାନ୍ଧି ରଖିବା ପାଇଁ କରିଥିଲା ଚକ୍ରାନ୍ତ । ସରକାରରେ ନଥିଲେ ସୁଦ୍ଧା ସରକାରର ଓ ମନ୍ତ୍ରୀ ଭାବେ ଅନୁଭବ କିପରି ବିଧାନସଭାରେ ପାଇବେ ବିଜେଡି ସଦସ୍ୟ ସେଥି ପାଇଁ ନବୀନଙ୍କୁ ମୋହରା କରି ବନାଇଥିଲେ ଛାୟା ମନ୍ତ୍ରୀ ମଣ୍ଡଳ । ନବୀନଙ୍କୁ ସୁପ୍ରିମ କରି ତାଙ୍କ ୫୦ ବିଧାୟକଙ୍କୁ ସରକାରରେ ଥିଲା ଭଳି ମନ ଇଛା ମନ୍ତ୍ରୀପଦ ବଣ୍ଟନ କରି ବାଣ୍ଟିଥିଲେ ବିଭାଗ । ୨୫ ବର୍ଷ ସରକାରରେ ରହି ଯାହା କରିପାରିନଥିଲେ ତାହା ଭାବିଥିଲେ ବିରୋଧୀରେ କରିଦେବେ ବୋଲି କିନ୍ତୁ ସବୁ ପାଣି ହେଲା ଗୋଳିଆ ଆଉ ଏବେ ନିଜେ ସେହି ଚକ୍ରାନ୍ତରେ ଛନ୍ଦି ହୋଇ ପଡିଛନ୍ତି ବାବା ଭୈରବ । ଯାହା ଏବେ ତାଙ୍କୁ ପଡିବ ଭାରି ।

Leave a Reply

Your email address will not be published. Required fields are marked *