Masthead

ବିଜେଡିକୁ ଅଡୁଆ ଏବେ ଯୁବ ଭୋଟର!

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଶେଷ ପର୍ଯ୍ୟାୟ ମତଦାନକୁ ବାକି ଥିବା ବେଳେ ବିଜେଡିକୁ ନେଇ ପୁଣି ଆରମ୍ଭ ହେଲା ଚର୍ଚ୍ଚା। ଚଳିତ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନିଭାଉଛନ୍ତି ଯୁବ ଭୋଟର। ଯୁବପିଢିଙ୍କ ଉପରେ ସମସ୍ତଙ୍କ ଆଖି ଥିବା ବେଳେ ବିଜେଡି ରଚିଥିଲା ନୂଆ ପ୍ଲାନ୍। ନୂଆ ଓ ଜରିଆରେ ଯୁବପିଢିଙ୍କୁ ବିଜେଡି ପଞ୍ଚମ ପାଳି ସରକାରରେ ଆର୍ଥିକ ସହାୟତା।ଦେଇଥିବା ବେଳେ ଯଦି ଷଷ୍ଠ ଥର ସରକାରକୁ ବିଜେଡି ଆସିବ ଆଣିବ ଯୁବ ବଜେଟ ବୋଲି ନିଜ ଇସ୍ତାହାର ଦଳ ଦେଇଛି ସ୍ଥାନ।ତାକୁ ଆଉ ଟିକେ ଗତିଶିଳ କରିବା ପାଇଁ ଷ୍ଟ୍ରାଟେଜି ଆପଣାଇ ଥିଲେ ପ୍ରଶାସନିକରୁ ବିଜେଡିରେ ସାମିଲ ହୋଇ ରାଜନେତା ବନିଥିବା ଭିକେ ପାଣ୍ଡିଆନ। କିନ୍ତୁ ଯୁବ ଭୋଟରଙ୍କୁ ଭଣ୍ଡାଇ ଦେଇଥିବା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ବସ୍ତୁ ପାଲଟିଛି।

ଯୁବ ଭୋଟର କଥା କହି ବିଜେଡି ପାଇଁ ୨୪ ମେ ୨୦୨୪ ରିଖରେ ନିଜର ଇନଷ୍ଟାଗ୍ରାମରେ ଭିଡ଼ିଓ ଜରିଆରେ ଯୁବ ପିଢ଼ିକୁ ଆକୃଷ୍ଟ କରି ଭୋଟ ଦେବା ପାଇଁ କରିଥିଲେ ନିବେଦନ। କହିଥିଲେ କି ଆପଣ ମାନେ ବିଜେଡିକୁ ଭୋଟ ଦେଇ ମୋତେ ଟ୍ୟଗ କରନ୍ତୁ ମୁଁ ଆପଣମାନଙ୍କୁ ଲାଇକ , ଟ୍ୟଗ ଓ ପୋଷ୍ଟକୁ ନିଜେ ଷ୍ଟାଟସ୍ ରଖିବି ବୋଲି ଦେଇଥିଲେ ପ୍ରତିଶ୍ରୁତି କିନ୍ତୁ କରିଦେଲେ ପ୍ରତାରଣା। ଭୋଟ ଆରମ୍ଭ ହୋଇ ଶେଷ ହୋଇଗଲା। ମତଦାନ ତାରିଖ ୨୫ ଯାଇ ୨୬ ହୋଇଗଲା ସୁଦ୍ଧା ନିଜେ ଦେଇଥିବା କଥା ରଖି ପାରିଲେନି ପାଣ୍ଡିଆନ। ନିଜର ଇନଷ୍ଟାଗ୍ରାମରେ ଏ ପର୍ୟ୍ୟନ୍ତ ବି ରଖି ନଥିବା ଦେଖିବାକୁ ମିଳିଛି। ଯଦି ତାଙ୍କ କଥା ରକ୍ଷା କରି ଅନେକ ଯୁବ ଭୋଟର୍ ହୋଇଥିବେ ଆକୃଷ୍ଟ ତେବେ କଣ ହେବ ?ଏଠି ପ୍ରଶ୍ନ ଉଠୁଛି କାହିଁକି ଭଣ୍ଡାଇଲେ ପାଣ୍ଡିଆନ ? ଯଦି ଏତିକି କଥା ଦେଇ କଥା ରଖି ପାରିଲେ ନି ତେବେ ତାଙ୍କ ଦଳ ସରକାରକୁ ଆସିଲେ ଆଣିପାରିବ ତ ଯୁବ ବଜେଟ ? ନା ପୁଣି ଭାଣ୍ଡିଆ ହୋଇ ରହିଯିବେ ଯୁବପିଢି !

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ