Masthead

ବିଜେଡିକୁ ଅଡୁଆ ଏବେ ଯୁବ ଭୋଟର!

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଶେଷ ପର୍ଯ୍ୟାୟ ମତଦାନକୁ ବାକି ଥିବା ବେଳେ ବିଜେଡିକୁ ନେଇ ପୁଣି ଆରମ୍ଭ ହେଲା ଚର୍ଚ୍ଚା। ଚଳିତ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନିଭାଉଛନ୍ତି ଯୁବ ଭୋଟର। ଯୁବପିଢିଙ୍କ ଉପରେ ସମସ୍ତଙ୍କ ଆଖି ଥିବା ବେଳେ ବିଜେଡି ରଚିଥିଲା ନୂଆ ପ୍ଲାନ୍। ନୂଆ ଓ ଜରିଆରେ ଯୁବପିଢିଙ୍କୁ ବିଜେଡି ପଞ୍ଚମ ପାଳି ସରକାରରେ ଆର୍ଥିକ ସହାୟତା।ଦେଇଥିବା ବେଳେ ଯଦି ଷଷ୍ଠ ଥର ସରକାରକୁ ବିଜେଡି ଆସିବ ଆଣିବ ଯୁବ ବଜେଟ ବୋଲି ନିଜ ଇସ୍ତାହାର ଦଳ ଦେଇଛି ସ୍ଥାନ।ତାକୁ ଆଉ ଟିକେ ଗତିଶିଳ କରିବା ପାଇଁ ଷ୍ଟ୍ରାଟେଜି ଆପଣାଇ ଥିଲେ ପ୍ରଶାସନିକରୁ ବିଜେଡିରେ ସାମିଲ ହୋଇ ରାଜନେତା ବନିଥିବା ଭିକେ ପାଣ୍ଡିଆନ। କିନ୍ତୁ ଯୁବ ଭୋଟରଙ୍କୁ ଭଣ୍ଡାଇ ଦେଇଥିବା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ବସ୍ତୁ ପାଲଟିଛି।

ଯୁବ ଭୋଟର କଥା କହି ବିଜେଡି ପାଇଁ ୨୪ ମେ ୨୦୨୪ ରିଖରେ ନିଜର ଇନଷ୍ଟାଗ୍ରାମରେ ଭିଡ଼ିଓ ଜରିଆରେ ଯୁବ ପିଢ଼ିକୁ ଆକୃଷ୍ଟ କରି ଭୋଟ ଦେବା ପାଇଁ କରିଥିଲେ ନିବେଦନ। କହିଥିଲେ କି ଆପଣ ମାନେ ବିଜେଡିକୁ ଭୋଟ ଦେଇ ମୋତେ ଟ୍ୟଗ କରନ୍ତୁ ମୁଁ ଆପଣମାନଙ୍କୁ ଲାଇକ , ଟ୍ୟଗ ଓ ପୋଷ୍ଟକୁ ନିଜେ ଷ୍ଟାଟସ୍ ରଖିବି ବୋଲି ଦେଇଥିଲେ ପ୍ରତିଶ୍ରୁତି କିନ୍ତୁ କରିଦେଲେ ପ୍ରତାରଣା। ଭୋଟ ଆରମ୍ଭ ହୋଇ ଶେଷ ହୋଇଗଲା। ମତଦାନ ତାରିଖ ୨୫ ଯାଇ ୨୬ ହୋଇଗଲା ସୁଦ୍ଧା ନିଜେ ଦେଇଥିବା କଥା ରଖି ପାରିଲେନି ପାଣ୍ଡିଆନ। ନିଜର ଇନଷ୍ଟାଗ୍ରାମରେ ଏ ପର୍ୟ୍ୟନ୍ତ ବି ରଖି ନଥିବା ଦେଖିବାକୁ ମିଳିଛି। ଯଦି ତାଙ୍କ କଥା ରକ୍ଷା କରି ଅନେକ ଯୁବ ଭୋଟର୍ ହୋଇଥିବେ ଆକୃଷ୍ଟ ତେବେ କଣ ହେବ ?ଏଠି ପ୍ରଶ୍ନ ଉଠୁଛି କାହିଁକି ଭଣ୍ଡାଇଲେ ପାଣ୍ଡିଆନ ? ଯଦି ଏତିକି କଥା ଦେଇ କଥା ରଖି ପାରିଲେ ନି ତେବେ ତାଙ୍କ ଦଳ ସରକାରକୁ ଆସିଲେ ଆଣିପାରିବ ତ ଯୁବ ବଜେଟ ? ନା ପୁଣି ଭାଣ୍ଡିଆ ହୋଇ ରହିଯିବେ ଯୁବପିଢି !

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ