ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମତଦାନକୁ ଯେତିକି ସମୟ ପାଖେଇ ଆସୁଛି ସେତିକି ବଢୁଛ ରାଜନୈତିକ ଉଷ୍ମତା । ନୂଆ ନୂଆ ରଣନୀତି ଆପଣାଉଛନ୍ତି ପ୍ରାଥୀ ଓ ଦଳ । ଭୁବନେଶ୍ୱରକୁ ଦଖଲ କରିବା ପାଇଁ ହେଉଛି ଗୋଟି ଚାଳନା । କେହି କାହାଠୁ କମ ନୁହନ୍ତି ବାର୍ତ୍ତା ଦେବା ପାଇଁ ଗୋଟେ ବି ମୁହୁର୍ତ୍ତକୁ କରୁନାହାନ୍ତି ହାତ ଛଡା । ବିଜେଡି ଏବଂ ବିଜେପି ଭିତରେ ଚାଲିଛି ବଳ କସାକଷି । ଅଭିଜ୍ଞ ବନାମ ନବାଗତଙ୍କ ଭିତରେ ହେଉଛି କଡା ଟକ୍କର । ପ୍ରଶାସନିକ ଚାକିରି ଛାଡି ପଦ୍ମ ଧରି ୨୦୧୯ରେ ନିର୍ବାଚିତ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ୨୪ରେ ବିଜେପି ପୁଣି ମଇଦାନକୁ ଓଲ୍ଲାହି ଥିବା ବେଳେ ବିଜେଡି କରିଛି ପ୍ରାର୍ଥୀ ପରିବର୍ତ୍ତନ । କଂଗ୍ରେସର ପୂର୍ବତନ ଭେଟେରାନ୍ ରାଜନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ସାନପୁଅ କ୍ୟାପଟେନ ମନ୍ମଥ ରାଉତରାୟଙ୍କୁ ବିଜେଡି କରିଛି ପ୍ରାର୍ଥୀ । ଅପରାଜିତାଙ୍କୁ ଚେକ ଦେବା ସହ ୧୯ର ଭୁଲକୁ ସୁଦ୍ଧାର କରି ରାଜଧାନୀକୁ ଦଖଲକୁ ଆଣିବା ପାଇଁ ଶଙ୍ଖ ଚଳାଇଛି ପ୍ରୟାସ । ବିଜେଡି ଅଙ୍କ କଷୁଥିବା ବେଳେ ଅପରାଜିତାଙ୍କ ଆଖିରେ ପଡିଲା ବିଜେଡି ଶିବିର । ତାଙ୍କ ବିଜୟ ପଥରୁ କଣ୍ଟା କଢିବା ପାଇଁ ନେଲେ ନିଷ୍ପତ୍ତି ।

ଅସନ୍ତୁଷ୍ଟ ବିଜେଡି ନେତା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କୁ ଆପଣାଇ କରିଦେଲେ ବିଧାନସଭା ପ୍ରାଥୀ । ସେଠୁ ଆରମ୍ଭ ହେଲା ଭୁବନେଶ୍ୱର ପଲିଟିକ୍ସରେ ନୂଆ ସମୀକରଣ । ଉଭୟ ଦଳ ପାଇଁ ଭେଟେରାନ୍ ରାଜନେତା ସଷ୍ଟି କଲେ ସମସ୍ୟା । କିନ୍ତୁ ହଁ ଏମାନେ ବିଜୟ ରଥର ବି ପାଲଟି ପାରନ୍ତି ସାରଥୀ । କାହିଁକି ନା ଚାରିଆଡେ ଏବେ ଗୋଟେ ଚର୍ଚ୍ଚା କି ମନ୍ମଥଙ୍କୁ ସୁର ଓ ଅପରାଜିତାଙ୍କୁ ପ୍ରସନ୍ନ ଭରଷା ? ଅପରାଜିତାଙ୍କୁ ପରାଜୟ ସ୍ୱାଦ ଚଖାଇ ନିଜ ପୁଅ ମନ୍ମଥ ଏବଂ ତା ଦଳ ବିଜେଡିକୁ ବିଜୟ କରିବା ପାଇଁ ମଙ୍ଗ ଧରିନେଇଛନ୍ତି ସୁରେଶ । ଗାଁକୁ ଗାଁ ଯାଇ ଆରମ୍ଭ କରୁଛନ୍ତି ଭୋଟ ଭିକ୍ଷା । ଯେହେତୁ ତାଙ୍କର ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ରହିଛି ପତିଆରା ସହ ଲୋକମତ । ଯାହାକି ମନ୍ମଥ ଓ ଶଙ୍ଖକୁ ଦେଉଛି ବଳ । ଯାହା ପାଇଁ ଅପରାଜିତାଙ୍କ ବିଜୟ ରଥରେ ଲଗାଇପାରେ ରୋକ୍ । ହାତରୁ ଛାଡିପାରେ ଭୁବନେଶ୍ୱର ଆସନ । ଯାହା ପାଇଁ ଅପରାଜିତା ନେଲେ ନିଷ୍ପତ୍ତି । କୁହାଯାଉଛି କି ଉତ୍ତରରୁ ଏମଏଲଏ ପ୍ରାର୍ଥୀ ହୋଇଥିବା ପ୍ରିୟଦର୍ଶୀଙ୍କ କାନ୍ଧରେ ବନ୍ଧୁକ ରଖିବା ଆରମ୍ଭ କରି ଗୁଳିଚାଳନା କଲେଣି ଅପରାଜିତା ।

ତାଙ୍କ ଶଶୂର ତଥା ପୂର୍ବତନ ସାଂସଦ ବର୍ଷିୟାନ ବିଜେଡି ନେତା ପ୍ରସନ୍ନ ପଟ୍ଟଶାଣୀଙ୍କୁ ବିଜେପି ଓ ଅପରାଜିତ ଆରମ୍ଭ କରିଦେଇଛନ୍ତି ବ୍ୟବାହାର । ପ୍ରସନ୍ନଙ୍କ ବିନା କୁଆଡେ ଅପରାଜିତାଙ୍କ ନାହିଁ ଗତି । ହୁଏତ ନିକଟରେ ସଂସଦୀୟ କ୍ଷେତ୍ରର ଦୁଇ ବିଜେଡି ବିଧାୟକଙ୍କୁ ଦଳରେ ସାମିଲ କରି ନିଜ ବିଜୟ ଲକ୍ଷ୍ୟକୁ ଆହୁରି ମଜଭୁତ କରିପାରିଛନ୍ତି କିନ୍ତୁ ସୁରଙ୍କୁ ଚେକ୍ ଦେବାକୁ ହେଲେ ପ୍ରସନ୍ନଙ୍କର ହେଉଛି ଆବଶ୍ୟକ । ଆଉ ଏବେ କୁଆଡେ ବାବା ପ୍ରସନ୍ନ ବି ନିଜ ଜ୍ୱଇଁପୁଅର ରାଜନୀତି କ୍ୟାରିୟରକୁ ଆଗକୁ ନେବା ପାଇଁ ଭିତିରିଆ ଚଳାଇଛନ୍ତି ପ୍ରୟାସ । ଯେହେତୁ ସେ ନିଜେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ସାଂସଦ ହୋଇଆସିଛନ୍ତି । ସୁରଙ୍କ ପରି ଭୁବନେଶ୍ୱରରେ ତାଙ୍କର ମଧ୍ୟ ରହିଛି ପତିଆରା । ସେ ବି ବିଜେଡିରୁ ଟିକେଟ ଆଶାୟୀ ଥିଲେ କିନ୍ତୁ ତାଙ୍କୁ କି ତାଙ୍କ ପରିବାର କାହାକୁ ଟିକେଟ ମିଳିନଥିବାରୁ ସେ ନିଜ ଜ୍ୱଇଁ ପ୍ରିୟଦର୍ଶୀ ପାଇଁ ଏବେ କୁଆଡେ ଜୋରଦାର ଲାଗିପଡିଛନ୍ତି ।

ଗୋଟିଏ ଗୁଳିରେ ଦୁଇଟି ଶିକାର ହୋଇପାରେ ଭାବି କରୁଛନ୍ତି ଗୋଟି ଚାଳନା । ଦଳକୁ ନିଜର ଦମ ଦେଖାଇବାରେ ହେବ ତା ସହ ନିଜ ଜ୍ୱଇଁଙ୍କୁ ବି ଆଉ ଏକ ଦଳରେ ବଳ ଦେଇ ନେତା ବନାଇବାରେ ସହାୟକ ହେବ ବୋଲି ଭାବି କାଳେମାତ୍ର ସମୟକୁ କୁଆଡେ ନଷ୍ଟ କରୁନାହାନ୍ତି ପସନ୍ନ । ଆଉ ଯାହାର ବି ଫାଇଦା ନେବାରେ ତିଳେ ବି ହାତଛଡା କରୁନାହାନ୍ତି ବିଜେପି ଓ ଅପରାଜିତା । କିନ୍ତୁ ବାସ୍ତବରେ କ’ଣ ବିଜେଡି ଏବଂ ବିଜେପିର ପ୍ଲାନ୍ ଦେବ କି କାମ ? ଭେଟରାନ୍ ଦେଇପାରିବେତ ଫାଇଦା ? ନା ଖାଲି ନାକୁ ମାତ୍ର ରହିଯିବ ଏମାଙ୍କ ଗୋଟି ଚାଳନା । ଯଦି ଦୁଇ ନେତାଙ୍କ ଭୋଟ ଫ୍ୟାକ୍ଟର ହୁଏ ତେବେ ବେଶି କାହାକୁ ହେବ ଲାଭ ? ନା ପଛରେ ପଡିଥିବା କଂଗ୍ରେସ ମାରିନେବ ବାଜି । ତାହା ଜୁନ ୪ରେ ହିଁ ଜନାଦେଶ ଆସିବା ପରେ ହୁଏତ ଏହି ଭେଟେରାନ୍ ରାଜନେତା କେତେ ସାହାୟକ ହେଲେ ହୋଇଯିବ ସ୍ପଷ୍ଟ ।

Leave a Reply

Your email address will not be published. Required fields are marked *