Masthead

ନୀତି ଆୟୋଗ ବୈଠକରେ ଓଡ଼ିଶାର ପ୍ରସ୍ତାବ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆରମ୍ଭ ହୋଇଛି ନୀତି ଆୟୋଗର ଷଷ୍ଠ ପରିଚାଳନା ପରିଷଦର ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ଜରିଆରେ ଆରମ୍ଭ କରାଯାଇଛି । ବୈଠକରେ ବିଭିନ୍ନ ଦେଶର ମୁଖ୍ୟମନ୍ତ୍ରୀଙ୍କ ସହିତ ଓଡିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶ ସ୍ୱାଧିନତାର ୭୫ ବର୍ଷ ପାଳନ କରିବାକୁ ଯାଉଛି । ଏହି ଦୃଷ୍ଟିରୁ ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲ ବୈଠକ ଅତି ଗୁରୁତ୍ୱପୂର୍ଣ୍ଣ । ମହାମାରୀ ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ଦେଶକୁ ସଫଳ କରିବା ପାଇଁ ମିଳିତ ଭାବେ କାମ କରିଛନ୍ତି ।

ବିକାଶ ହିଁ ମୁଖ୍ୟ ଫୋକସ ହେବା ଦରକାର । ୨୦୧୪ରୁ ସହର ଓ ଗ୍ରାମାଞ୍ଚଳରେ ୨.୪ କୋଟିରୁ ଅଧିକ ଘର ତିଆରି ହୋଇଛି । ନୂଆ ମଡେଲରେ ମଜବୁତ ଘର ତିଆରି ହେବ । ଘରୋଇ କ୍ଷେତ୍ର ଦେଶର ବିକାଶରେ ଉତ୍ସାହର ସହ ଆଗକୁ ବଢୁଛନ୍ତି । ଏହା ଆତ୍ମନିର୍ଭର ଭାରତକୁ ପ୍ରୋତ୍ସାହିତ କରିବ ।ଭାରତରେ କୃଷି କ୍ଷେତ୍ର ଉପରେ ଜୋର ଦେବାକୁ ପଡିବ ।

ଏହି କ୍ଷେତ୍ରରେ ଦେଶ ପାଖରେ ଅଧିକ କ୍ଷମତା ରହିଛି । କୃଷି ଉତ୍ପାଦର କ୍ଷତି କମ କରିବା ଆବଶ୍ୟକ । କୃଷି ପ୍ରଧାନ ଦେଶ ସତ୍ତ୍ୱେ ୬୫-୭୦ ହଜାର କୋଟିର ଖାଇବା ତେଲ ଆମଦାନୀ କରିବାକୁ ହେଉଛି । ଏହାକୁ ବନ୍ଦ କରାଯାଇ ପାରିବ । କୃଷକଙ୍କୁ ଲାଭ ମିଳିବା ଦରକାର । ସେମାନଙ୍କୁ ଅଳ୍ପ ଗାଇଡ୍ କରିବାକୁ ହେବ । ବଜେଟ ପରେ ସକରାତ୍ମକ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରସ୍ତାବ ରଖିଛନ୍ତି । ‘ସ୍ପେଶାଲ ଫୋକସ ଷ୍ଟେଟ’ ପ୍ରସଙ୍ଗ ଉଠାଇ ଥିଲେ ମୁଖ୍ୟମନ୍ତ୍ରୀ । ରାଜ୍ୟ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁ୍ଖୀନ ହେଉଥିବା ସେ ଦାବି କରିଛନ୍ତି । ନୀତି ଆୟୋଗ ବୈଠକରେ ଅନେକ ପ୍ରସଙ୍ଗ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତ ପ୍ରସଙ୍ଗକୁ ନୀତି ଆୟୋଗ ଗମ୍ଭୀର ଭାବେ ନେବା ଉଚିିତ । ଗ୍ରାମାଂଚଳ ଓ ଗରିବ ପିଲାଙ୍କ ମେଧାକୁ ନଜର ଦିଆଯିବା ଉଚିତ । ୟୁପିଏସସି ,ଏନଇଇଟି ଜେଇଇ ଭଳି ପରୀକ୍ଷା ଢାଂଚା ବଦଳିବା ଦରକାର । ଅଷ୍ଟମ ପରିଚ୍ଛେଦରେ ଗୁରୁତ୍ୱପୂର୍ଣ୍ଣ ଭାଷା ସାମିଲ କରିବାକୁ ଦାବି । ନିର୍ବାଚିତ ସରକାରଙ୍କ କାର୍ଯ୍ୟକୁ ରାଜନୈତିକ ଦୃଷ୍ଟିରେ ଦେଖାଯାଉଛି । ‘ଏହା ଦେଶର ଶାନ୍ତି ଓ ପ୍ରଗତିର ବଡ଼ ବିପଦ’ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ