Masthead

ବିରାଟ ନିଷ୍ପତ୍ତି ନେଲେ କୋହଲି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଟି-୨୦ କ୍ୟାପଟେନସିପ ଛାଡ଼ିବେ ବିରାଟ କୋହଲି । ଏନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ଅଧିନାୟକ ପଦରୁ ଇସ୍ତଫା ଦେଲେ ମଧ୍ୟ ଦିନିକିଆ ଓ ଟେଷ୍ଟ ମ୍ୟାଚରେ ସେ ଭାରତର ନେତୃତ୍ୱ ନେବେ । ଅକ୍ଟୋବରରେ ଦୁବାଇରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପରେ ବିରାଟ କୋହଲି ଅଧିନାୟକ ପଦ ଛାଡ଼ିବେ । ତେବେ କୋହଲି କହିଛନ୍ତି ଯେ, ରୋହିତ ଶର୍ମାଙ୍କ ସମେତ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଏବଂ ତାଙ୍କ ଟିମ ସହ ଆଲୋଚନା କରି ସେ ଏହି ନିଷ୍ପତ୍ତି ନେଇଛନ୍ତି ।

ଏହାଛଡ଼ା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ସଚିବ ଜୟ ଶାହାଙ୍କୁ ବି ନିଜ ନିଷ୍ପତ୍ତି ବିଷୟରେ ଅବଗତ କରାଇଛନ୍ତି ବିରାଟ । ତେବେ କାର୍ଯ୍ୟଭାର ପରିଚାଳନା ପାଇଁ କୋହଲି ଟି-୨୦ କ୍ୟାପଟେନସିପ ଛାଡ଼ୁଛନ୍ତି ବୋଲି ଟ୍ୱିଟରରେ ଲେଖିଛନ୍ତି । ବିରାଟ କୋହଲିଙ୍କ ଇସ୍ତଫା ପରେ କିଏ ଅଧିନାୟକ ଭାବେ ଦାୟିତ୍ୱ ନେବେ ଏହାକୁ ନେଇ ଆଲୋଚନା ଆରମ୍ଭ ହୋଇଛି । ଏହି ଦୌଡ଼ରେ ଏବେ ଦଳର ଉପ ଅଧିନାୟକ ରୋହିତ ଶର୍ମା ସବୁଠାରୁ ଆଗରେ ଥିବା ବେଳେ ଏହାପଛକୁ ରହିଛନ୍ତି ଲୋକେଶ ରାହୁଲ ।

ତେବେ ଦଳର ଅଧିନାୟକ କିଏ ହେବେ ତାହା ଆଗକୁ ସ୍ପଷ୍ଟ ହେବ । ବିରାଟ କୋହଲି ଏପର୍ଯ୍ୟନ୍ତ ୪୫ଟି ଟି-୨୦ ମ୍ୟାଚରେ ଭାରତର ନେତୃତ୍ୱ ନେଇଛନ୍ତି । ତାଙ୍କ ସମୟ ମଧ୍ୟରେ ଦଳ ୨୫ଟି ମ୍ୟାଚ ଜିତିଥିବା ବେଳେ ୧୪ଟି ହାରିଛି । ବିରାଟଙ୍କ ଅଧିନାୟକତ୍ୱରେ ବିଜୟ ପ୍ରତିଶତ ରହିଛି ୬୫.୧୧ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା