ବିରାଟ ନିଷ୍ପତ୍ତି ନେଲେ କୋହଲି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଟି-୨୦ କ୍ୟାପଟେନସିପ ଛାଡ଼ିବେ ବିରାଟ କୋହଲି । ଏନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ଅଧିନାୟକ ପଦରୁ ଇସ୍ତଫା ଦେଲେ ମଧ୍ୟ ଦିନିକିଆ ଓ ଟେଷ୍ଟ ମ୍ୟାଚରେ ସେ ଭାରତର ନେତୃତ୍ୱ ନେବେ । ଅକ୍ଟୋବରରେ ଦୁବାଇରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପରେ ବିରାଟ କୋହଲି ଅଧିନାୟକ ପଦ ଛାଡ଼ିବେ । ତେବେ କୋହଲି କହିଛନ୍ତି ଯେ, ରୋହିତ ଶର୍ମାଙ୍କ ସମେତ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଏବଂ ତାଙ୍କ ଟିମ ସହ ଆଲୋଚନା କରି ସେ ଏହି ନିଷ୍ପତ୍ତି ନେଇଛନ୍ତି ।

ଏହାଛଡ଼ା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ସଚିବ ଜୟ ଶାହାଙ୍କୁ ବି ନିଜ ନିଷ୍ପତ୍ତି ବିଷୟରେ ଅବଗତ କରାଇଛନ୍ତି ବିରାଟ । ତେବେ କାର୍ଯ୍ୟଭାର ପରିଚାଳନା ପାଇଁ କୋହଲି ଟି-୨୦ କ୍ୟାପଟେନସିପ ଛାଡ଼ୁଛନ୍ତି ବୋଲି ଟ୍ୱିଟରରେ ଲେଖିଛନ୍ତି । ବିରାଟ କୋହଲିଙ୍କ ଇସ୍ତଫା ପରେ କିଏ ଅଧିନାୟକ ଭାବେ ଦାୟିତ୍ୱ ନେବେ ଏହାକୁ ନେଇ ଆଲୋଚନା ଆରମ୍ଭ ହୋଇଛି । ଏହି ଦୌଡ଼ରେ ଏବେ ଦଳର ଉପ ଅଧିନାୟକ ରୋହିତ ଶର୍ମା ସବୁଠାରୁ ଆଗରେ ଥିବା ବେଳେ ଏହାପଛକୁ ରହିଛନ୍ତି ଲୋକେଶ ରାହୁଲ ।

ତେବେ ଦଳର ଅଧିନାୟକ କିଏ ହେବେ ତାହା ଆଗକୁ ସ୍ପଷ୍ଟ ହେବ । ବିରାଟ କୋହଲି ଏପର୍ଯ୍ୟନ୍ତ ୪୫ଟି ଟି-୨୦ ମ୍ୟାଚରେ ଭାରତର ନେତୃତ୍ୱ ନେଇଛନ୍ତି । ତାଙ୍କ ସମୟ ମଧ୍ୟରେ ଦଳ ୨୫ଟି ମ୍ୟାଚ ଜିତିଥିବା ବେଳେ ୧୪ଟି ହାରିଛି । ବିରାଟଙ୍କ ଅଧିନାୟକତ୍ୱରେ ବିଜୟ ପ୍ରତିଶତ ରହିଛି ୬୫.୧୧ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!