Masthead

୭ବର୍ଷରେ ଦୁଇଗୁଣ ବଢ଼ିଲାଣି ତେଲ ଓ ଡାଲିର ଦାମ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ମହଙ୍ଗା ମାଡ଼ରେ ଅସ୍ତବ୍ୟସ୍ତ ସାଧାରଣ ଜନତା । ଅବସ୍ଥା ଶୋଚନୀୟ । ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ବୃଦ୍ଧି ସମଗ୍ର ଜନଜୀବନକୁ ପ୍ରଭାବିତ କରୁଛି । ସାଧାରଣ ଲୋକର ବଞ୍ଚିବା କଷ୍ଟସାଧ୍ୟ । ସାଧାରଣତଃ ଗୋଟିଏ ମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ଲୋକଙ୍କ ଘରେ ଡାଲି ଏକ ପ୍ରମୁଖ ଖାଦ୍ୟ । କିନ୍ତୁ ଏହି ଦାମ ଗତ ୭ବର୍ଷରେ ଦୁଇଗୁଣ ହୋଇଥିବା ଜଣାପଡ଼ିଛି । କେବଳ ଡାଲି ନୁହେଁ ଖାଇବା ତେଲରେ ମଧ୍ୟ ୭ଗୁଣା ବୃଦ୍ଧି ଘଟିଛି ।

ତେବେ ବର୍ତ୍ତମାନ ବଢ଼ୁଥିବା ଦର ପାଇଁ ସରକାର କରୋନାକୁ ଦାୟୀ କରୁଛନ୍ତି । କିନ୍ତୁ ଏହା ସତ୍ୟ ଯେ, ଡାଲି ଓ ଖାଇବା ତେଲର ଦାମ ଦୀର୍ଘ ୭ବର୍ଷ ହେଲାଣି ବଢ଼ିବାରେ ଲାଗିଛି । ଆଉ ବର୍ତ୍ତମାନ ସମୟରେ ଏହାର ଦରଦାମ ରେକର୍ଡ ସୃଷ୍ଟି କରୁଛି । ରିପୋର୍ଟକୁ ଦେଖିଲେ ଜଣା ପଡ଼ୁଛି, ଗତ ୭ବର୍ଷ ମଧ୍ୟରେ ଡାଲି ଓ ଖାିବା ତେଲର ଦର ଢେର ଅଧିକ ବଢ଼ିଛି । ସମସ୍ତ ପ୍ରକାର ଖାଇବା ତେଲର ଦର ଦୁଇଗୁଣରୁ ଅଧିକ ଥିବା ବେଳେ ବୁଟଡାଲି ଦର ବି ଦୁଇ ଗୁଣ ବଢ଼ିଛି ।

ଗୋଟେପଟେ ପେଟ୍ରୋଲ ଓ ଡିଜେଲ ଦର ଆଉ ଗୋଟେପଟେ ଖାଉଟି ସାମଗ୍ରୀର ଦରବୃଦ୍ଧି ଲୋକଙ୍କୁ ଖୁବ ବାଧୁଛି । ୨୦୧୪ ମସିହାରେ ସୋରିଷ ତେଲ କିଲୋ ପିଛା ୮୯ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ଏଥିରେ ବୃଦ୍ଧି ହୋଇ ୨୦୦ଟଙ୍କାରେ ପହଞ୍ଚିଛି । ଅର୍ଥାତ ସୋରିଷ ତେଲର ଦର ଏବେ ଦୁଇଗୁଣାରୁ ଅଧିକ ବୃଦ୍ଧି ପାଇଛି । ସେହିଭଳି ପାମୋଲିନ ତେଲ ୬୭ଟଙ୍କାରୁ ୧୫୦ ଟଙ୍କାରେ ପହଞ୍ଚିଛି । ସୂର୍ଯ୍ୟମୁଖୀ ତେଲ ଲିଟର ପିଛା ୮୬ଟଙ୍କାରୁ ୧୬୦ଟଙ୍କା ହୋଇଛି ।

ସେହିପରି ଡାଲି ଦର ବି ଦିନକୁ ଦିନ ବଢ଼ିବାରେ ଲାଗିଛି । ୨୦୧୪ ମସିହାରେ ବୁଟ ଡାଲି କିଲୋଗ୍ରାମ ପିଛା ୪୪ଟଙ୍କାରେ ମିଳୁଥିଲା । କିନ୍ତୁ ଏହି ଦର ଏବେ ବଢ଼ି ୮୦ଟଙ୍କା ପାର କରିଛି । ଅନ୍ୟ ଏକ କିସମର ଡାଲି ହେଉଛି ହରଡ଼ ଡାଲି । ସାଧାରଣତଃ ଏହାର ଚାହିଦା ଅଧିକ ଥାଏ । ତେବେ ହରଡ ଡାଲିର ଦାମ ୭୪ଟଙ୍କା ରହିଥିଲା । ଆଉ ବର୍ତ୍ତମାନ ଏଥିରେ ବୃଦ୍ଧି ଘଟି ୧୦୦ଟଙ୍କାରେ ପହଞ୍ଚିଛି ।

 ତେବେ ଏହା ମଧ୍ୟରେ ଆଉ ଏକ ଖବର ବି ସାମ୍ନାକୁ ଆସିଛି । ଖାଉଟି ରାଜ୍ୟ ଭାବେ ପରିଗଣିତ ଓଡ଼ିଶା ବର୍ଷ ସାରା ଏହି ଦୁଇ ଖାଦ୍ୟ ସାମଗ୍ରୀ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଛି । ଯେଉଁ କାରଣରୁ ଦର ହ୍ରାସ ପାଇ ପାରୁନାହିଁ । ଓଡ଼ିଶାରେ ଡାଲି ଓ ତେଲ କେତେ ଦାମରେ ବିକ୍ରି ହେବ ତାହାର ନିର୍ଣ୍ଣୟ କରୁଛନ୍ତି ଅନ୍ୟ ରାଜ୍ୟର ବ୍ୟବସାୟୀ । ଓଡ଼ିଶାରୁ ଉତ୍ପାଦିତ ଡାଲିକୁ ନେଇ ପ୍ରକ୍ରିୟା କରଣ କରି ତାହାକୁ ଚଢ଼ା ଦରରେ ବିକ୍ରି କରୁଛନ୍ତି ।

ପ୍ରତିଦିନ ଅତ୍ୟାବଶ୍ୟକ ସାମଗ୍ରୀର ଚଢ଼ା ଦର ଜନମାନସକୁ ଅସ୍ତବ୍ୟସ୍ତ କରିଦେଇଛି । ଘରେ ଘରେ ଲୋକଙ୍କ ମୁଣ୍ଡରେ ଚଡ଼କ ସଅଷ୍ଟି କରିଛି ମହଙ୍ଗାଇ । ତେବେ ଏବାବଦରେ କିନ୍ତୁ ସରକାର ପୂରା ଚୁପ । କରୋନା ମହାମାରୀକୁ ଦୋଷ ଦେଇ ହାତ ବାନ୍ଧି ବସିଛନ୍ତି କେନ୍ଦ୍ର ସରକାର । ତେବେ ଏହି ଦରବୃଦ୍ଧିରୁ କେବେ ଆଶ୍ୱସ୍ତି ମିଳିବ, ଏବଂ କେବେ ସରକାର ଏ ବାବଦରେ ମୁହଁ ଖୋଲିବେ ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆହୁରି ୩ ଦିନ କାଳବୈଶାଖୀ ବର୍ଷା 🔴 ‘ହାର୍ ନମାନିଲା ଯାଏଁ ବନ୍ଦ କରନି ଆକ୍ରମଣ’ 🔴 ଶାଶୁକୁ ହାଣିଲା ବୋହୂ 🔴 ଇରାନର ଇସଫାହାନ୍ ସହରରେ ବଡ଼ ବିସ୍ଫୋରଣ 🔴 ଇରାନ ତେଲ ଏବଂ ୟୁରାନିୟମ ଉପରେ ଟ୍ରମ୍ପଙ୍କ ଆଖି 🔴 ୫ ଦିନ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା 🔴 ଆମେରିକାରେ ଟ୍ରମ୍ପଙ୍କୁ ବିରୋଧ ! 🔴 ୩ ଯାଏ କାଳବୈଶାଖୀ 🔴 ମାର୍କଣ୍ଡି ବେଳାଭୂମିରେ ସଫେଇ ଅଭିଯାନ: ୧୦୦ କିଲୋରୁ ଅଧିକ ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ 🔴 ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଗିରଫ 🔴 ଆହୁରି ୩ ଦିନ କାଳବୈଶାଖୀ ବର୍ଷା 🔴 ‘ହାର୍ ନମାନିଲା ଯାଏଁ ବନ୍ଦ କରନି ଆକ୍ରମଣ’ 🔴 ଶାଶୁକୁ ହାଣିଲା ବୋହୂ 🔴 ଇରାନର ଇସଫାହାନ୍ ସହରରେ ବଡ଼ ବିସ୍ଫୋରଣ 🔴 ଇରାନ ତେଲ ଏବଂ ୟୁରାନିୟମ ଉପରେ ଟ୍ରମ୍ପଙ୍କ ଆଖି 🔴 ୫ ଦିନ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା 🔴 ଆମେରିକାରେ ଟ୍ରମ୍ପଙ୍କୁ ବିରୋଧ ! 🔴 ୩ ଯାଏ କାଳବୈଶାଖୀ 🔴 ମାର୍କଣ୍ଡି ବେଳାଭୂମିରେ ସଫେଇ ଅଭିଯାନ: ୧୦୦ କିଲୋରୁ ଅଧିକ ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ 🔴 ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଗିରଫ