ହାତୀ ମୃତ୍ୟୁକୁ ନେଇ ଅଡୁଆରେ ବନବିଭାଗ

ଆଠଗଡ଼ (ବଡ଼ ଖବର ବ୍ୟୁରୋ): ଗତବର୍ଷର ହାତୀମୃତ୍ୟୁ ଘଟଣା ଏବେ ବନବିଭାଗ ତଣ୍ଟିରେ କଣ୍ଟା ହୋଇ ଲାଗିଛି। ଗତ ବର୍ଷ ଆଠଗଡ଼ ବନଖଣ୍ଡ ଆଠଗଡ଼ ରେଞ୍ଜର ସୁବାସୀ ସଂରକ୍ଷିତ ଜଙ୍ଗଲରେ ଗୋଟିଏ ୧୦ ବର୍ଷର ଦନ୍ତାହାତୀକୁ ଗୁଳିକରି ହତ୍ୟା କରାଯାଇଥିଲା । ସଂରକ୍ଷିତ ଜଙ୍ଗଲରେ ହାତୀଟିକୁ ବିଭାଗୀୟ ଅଧିକାରୀ ଲୁଚାଇ ପୋତି ଦେଇଥିଲେ ।

ଏ ବାବଦରେ ବିଭାଗୀୟ ଅଧିକାରୀ କୌଣସି ଉଚ୍ଚ ପଦାଧିକାରୀଙ୍କୁ ନଜଣାଇ ନିଜ ସ୍ତରରେ ମାମଲାକୁ ରଫାଦଫା କରି ଦେଇଥିବା ଏବଂ ହାତୀ ଦାନ୍ତକୁ ଆଜି ପର୍ଯ୍ୟନ୍ତ ବନଖଣ୍ଡ କାର୍ଯ୍ୟାଳୟରେ ଦାଖଲ କରି ନଥିବା ଅଭିଯୋଗ ହୋଇଛି। ଦନ୍ତାହାତୀକୁ ମାଟିଖୋଳି ପୋତୁଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏବେ ଏହି ମାମଲା ପଦାକୁ ଆସିବା ପରେ ବନ ବିଭାଗ ତଣ୍ଟିରେ କଣ୍ଟା ହୋଇ ଲାଗିଛି।ଏ ବାବଦରେ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ମୁହଁ ଖୋଲୁ ନାହାନ୍ତି ।

କେଉଁ ପରିସ୍ଥିତିରେ ହାତୀର ମୃତ୍ୟୁ ହେଲା, ଏହାର ପୋଷ୍ଟ ମର୍ଟମ ହୋଇଛି କି ନାହିଁ, ହାତୀର ଦାନ୍ତ କୁଆଡେ ଗଲା, ଏବଂ ଆଠଗଡ଼ ରେଞ୍ଜର ବିଭାଗୀୟ ଅଧିକାରୀ କାହିଁକି ଏ ବିଷୟରେ ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କୁ ଜଣାଇଥିଲେ ନା ନାହିଁ ସେ ବାବଦରେ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!