Masthead

ହାତୀ ମୃତ୍ୟୁକୁ ନେଇ ଅଡୁଆରେ ବନବିଭାଗ

ଆଠଗଡ଼ (ବଡ଼ ଖବର ବ୍ୟୁରୋ): ଗତବର୍ଷର ହାତୀମୃତ୍ୟୁ ଘଟଣା ଏବେ ବନବିଭାଗ ତଣ୍ଟିରେ କଣ୍ଟା ହୋଇ ଲାଗିଛି। ଗତ ବର୍ଷ ଆଠଗଡ଼ ବନଖଣ୍ଡ ଆଠଗଡ଼ ରେଞ୍ଜର ସୁବାସୀ ସଂରକ୍ଷିତ ଜଙ୍ଗଲରେ ଗୋଟିଏ ୧୦ ବର୍ଷର ଦନ୍ତାହାତୀକୁ ଗୁଳିକରି ହତ୍ୟା କରାଯାଇଥିଲା । ସଂରକ୍ଷିତ ଜଙ୍ଗଲରେ ହାତୀଟିକୁ ବିଭାଗୀୟ ଅଧିକାରୀ ଲୁଚାଇ ପୋତି ଦେଇଥିଲେ ।

ଏ ବାବଦରେ ବିଭାଗୀୟ ଅଧିକାରୀ କୌଣସି ଉଚ୍ଚ ପଦାଧିକାରୀଙ୍କୁ ନଜଣାଇ ନିଜ ସ୍ତରରେ ମାମଲାକୁ ରଫାଦଫା କରି ଦେଇଥିବା ଏବଂ ହାତୀ ଦାନ୍ତକୁ ଆଜି ପର୍ଯ୍ୟନ୍ତ ବନଖଣ୍ଡ କାର୍ଯ୍ୟାଳୟରେ ଦାଖଲ କରି ନଥିବା ଅଭିଯୋଗ ହୋଇଛି। ଦନ୍ତାହାତୀକୁ ମାଟିଖୋଳି ପୋତୁଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏବେ ଏହି ମାମଲା ପଦାକୁ ଆସିବା ପରେ ବନ ବିଭାଗ ତଣ୍ଟିରେ କଣ୍ଟା ହୋଇ ଲାଗିଛି।ଏ ବାବଦରେ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ମୁହଁ ଖୋଲୁ ନାହାନ୍ତି ।

କେଉଁ ପରିସ୍ଥିତିରେ ହାତୀର ମୃତ୍ୟୁ ହେଲା, ଏହାର ପୋଷ୍ଟ ମର୍ଟମ ହୋଇଛି କି ନାହିଁ, ହାତୀର ଦାନ୍ତ କୁଆଡେ ଗଲା, ଏବଂ ଆଠଗଡ଼ ରେଞ୍ଜର ବିଭାଗୀୟ ଅଧିକାରୀ କାହିଁକି ଏ ବିଷୟରେ ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କୁ ଜଣାଇଥିଲେ ନା ନାହିଁ ସେ ବାବଦରେ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାଣି ଉଠାଇବା ବେଳେ ଅଘଟଣ, ପୁଅକୁ ଉଦ୍ଧାର କରିବାକୁ ଯାଇ ବୁଡିଗଲେ ବାପା 🔴 ସେବାୟତ ବିବାଦ, ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ 🔴 ପଛକୁ ହଟିଲେ ଟ୍ରମ୍ପ, ଆକ୍ରମଣ ଯୋଜନା ସ୍ଥଗିତ 🔴 ସୋମବାର ଠାରୁ ବର୍ଷା ପରିମାଣ ବଢିବ 🔴 ଓଡ଼ିଶା ଆସୁଛନ୍ତି ମହାମହିମ 🔴 ଆମେରିକାରେ ଆତ୍ମଘାତୀ ବିସ୍ଫୋରଣ, ୩ମୃତ 🔴 ପୁଣି ବଢ଼ିବ ବର୍ଷା 🔴 ବକ୍ସିଂରେ ଭାରତକୁ ୨ ସ୍ୱର୍ଣ୍ଣ 🔴 ମୁଖ୍ୟମନ୍ତ୍ରୀଙ୍କ ଅପଡେଟ୍, ବନ୍ୟା ସ୍ଥିତି ସମୀକ୍ଷା ପରେ… 🔴 ୩ ମାସ ପରେ ଖୋଲିଲା ଭିତରକନିକା, ଖୁସି ହେଲେ ପର୍ଯ୍ୟଟକ 🔴 ପାଣି ଉଠାଇବା ବେଳେ ଅଘଟଣ, ପୁଅକୁ ଉଦ୍ଧାର କରିବାକୁ ଯାଇ ବୁଡିଗଲେ ବାପା 🔴 ସେବାୟତ ବିବାଦ, ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ 🔴 ପଛକୁ ହଟିଲେ ଟ୍ରମ୍ପ, ଆକ୍ରମଣ ଯୋଜନା ସ୍ଥଗିତ 🔴 ସୋମବାର ଠାରୁ ବର୍ଷା ପରିମାଣ ବଢିବ 🔴 ଓଡ଼ିଶା ଆସୁଛନ୍ତି ମହାମହିମ 🔴 ଆମେରିକାରେ ଆତ୍ମଘାତୀ ବିସ୍ଫୋରଣ, ୩ମୃତ 🔴 ପୁଣି ବଢ଼ିବ ବର୍ଷା 🔴 ବକ୍ସିଂରେ ଭାରତକୁ ୨ ସ୍ୱର୍ଣ୍ଣ 🔴 ମୁଖ୍ୟମନ୍ତ୍ରୀଙ୍କ ଅପଡେଟ୍, ବନ୍ୟା ସ୍ଥିତି ସମୀକ୍ଷା ପରେ… 🔴 ୩ ମାସ ପରେ ଖୋଲିଲା ଭିତରକନିକା, ଖୁସି ହେଲେ ପର୍ଯ୍ୟଟକ