Masthead

ରାହୁଲଙ୍କୁ ଡ୍ରଗ୍ସ ଆଡିକ୍ଟ କହି ଅଡ଼ୁଆରେ ବିଜେପି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଶାସକ ଦଳ ଓ ବିରୋଧୀ ଦଳ ମଧ୍ୟରେ ବର୍ତ୍ତମାନ ରାଜନୀତି ଜୋର ଧରିଛି । କିଏ କାହାକୁ ଡ୍ରଗ୍ସ ଆଡିକ୍ଟ କହୁଛି ତ ଆଉ କିଏ ଏନେଇ ରାଜନୀତି ଆରମ୍ଭ କରିଛି । ଏହା ମଧ୍ୟରେ କଂଗ୍ରେସ ମୁଖ୍ୟ ଡି.କେ ଶିବକୁମାର ବିଜେପିର ଏପରି ଆଭିମୁଖ୍ୟକୁ କଡ଼ା ନିନ୍ଦା କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିବା ପାଇଁ ମଧ୍ୟ ପଛେଇ ନାହାଁନ୍ତି । ତେବେ ଶାସକ ଦଳର ପ୍ରତିପକ୍ଷ ଅର୍ଥାତ କର୍ଣ୍ଣାଟକ ବିଜେପି ସଭାପତି ରାହୁଲ ଗାନ୍ଧୀଙ୍କ ଦ୍ୱାରା ଡ୍ରଗ୍ସ ବ୍ୟବହାର ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏବଂ ବିଜେପିକୁ ନିଜ ଶାଳିନତା ରକ୍ଷା କରି କଥା କହିବା ପାଇଁ ପରାମର୍ଶ ଦେଇଛନ୍ତି । ପ୍ରଥମେ ବିଜେପିକୁ କିପରି କଥା କୁହାଯାଏ, ତାହା ଶିଖିବା ଦରକାର ବୋଲି କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡି.କେ ଶିବକୁମାର କହିଛନ୍ତି । କେବଳ ଏତିକି ନୁହେଁ ବରଂ ଆମେ ଆମର ବିରୋଧୀଙ୍କ ପାଇଁ ମଧ୍ୟ ରାଜନୀତିରେ ସଭ୍ୟ ଏବଂ ସମ୍ମାନଜନକ କଥା କହିବା ଆବଶ୍ୟକ ।

ମୁଁ ଆଶା କରୁଛି ବିଜେପି ଏହାକୁ ଖୁବଶୀଘ୍ର ବୁଝି ପାରିବ ଏବଂ ରାହୁଲ ଗାନ୍ଧୀଙ୍କ ବିରୋଧରେ ପ୍ରଦେଶ ଅଧ୍ୟକ୍ଷଙ୍କ ବୟାନ ପାଇଁ କ୍ଷମା ମାଗିବ ବୋଲି ଡି.କେ ଶିବକୁମାର କହିଛନ୍ତି । ସେପଟେ କର୍ଣ୍ଣାଟକ ମୁଖ୍ୟ ନାଲିନ କୁମାର କେଟେଲ ରାହୁଲ ଗାନ୍ଧୀଙ୍କୁ ନିଶା ସେବକ ବୋଲି କହିଥିଲେ ଏବଂ ତାଙ୍କ ପାଖରେ ଏନେଇ ପ୍ରମାଣ ମଧ୍ୟ ଥିବାର ଦାବି କରିଥିଲେ । ବାସ ଏହା ପରେ ସାରା ଦେଶରେ ରାଜନୀତି ଚଳଚଞ୍ଚଳ ହୋଇ ଉଠିଥିଲା । ବିଶେଷ କରି କର୍ଣ୍ଣାଟକ ରାଜନୀତି । ବର୍ତ୍ତମାନ ଦେଖିବାର ବିଷୟ ବିଜେପି କେବେ ଏନେଇ କ୍ଷମା ପ୍ରାର୍ଥନା କରୁଛି । ଏବଂ କଂଗ୍ରେସ ଏହି ମୁଦ୍ଦାକୁ ନେଇ କେତେଦିନ ରାଜନୀତି କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ