Before Header

ପୁଣି ବ୍ରିଟେନରେ ଲକଡାଉନ

0 46

ଦିନକରେ ୫୫ହଜାର ନୂଆ ମାମଲା ଚିହ୍ନଟ ହେବା ପରେ ବ୍ରିଟ୍ରେନରେ ପୁଣି ଲକଡାଉନ ଘୋଷଣା କରାଯାଇଛି । ଫେବୃଆରୀ ଯାଏଁ ରହିପାରେ ପ୍ରତିବନ୍ଧକ । ବ୍ରିଟେନରେ ନୂଆ କୋଭିଡ ଷ୍ଟ୍ରେନର ବ୍ୟାପକ ସଂକ୍ରମଣ କାରଣରୁ ଆହୁରି କଠୋର ହୋଇଛି କଟକଣା । ଲଣ୍ଡନରେ କରୋନା କଟକଣାକୁ ଆହୁରି କଡାକଡି କରିବା ଲାଗି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ । ଲଣ୍ଡନକୁ ଲକଡାଉନ ଘୋଷଣା କରାଯାଇଛି । ୫୫ହଜାର ମାମଲା ସାମ୍ନାକୁ ଆସିବା ପରେ ଚଳିତ ମାସରେ ମାଧ୍ୟମିକ ଶିକ୍ଷାନୁଷ୍ଠାନଗୁଡିକ ଖୋଲିବ ନାହିଁ ବୋଲି ବ୍ରିଟେନ ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । କରୋନାର ନୂଆ ଷ୍ଟ୍ରେନ୍ ୭୦ ପ୍ରତିଶତ ପର୍ଯ୍ୟନ୍ତ ଦୃତ ଗତିରେ ସଂକ୍ରମିତ ହେଉଛି । ସାମାଜିକ କାର୍ଯ୍ୟକ୍ରମ ଉପରେ କଟକଣା ସହ ହୋଟେଲ, ରେଷ୍ଟୁରାଣ୍ଟ, ବାର ଓ ପବ୍ ଭଳି ଜନଗହଳି ହେଉଥିବା ସ୍ଥାନଗୁଡିକ ଖୋଲିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଆଗକୁ ଆହୁରି କଠିନ ସପ୍ତାହ ଆସିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ।

Leave A Reply

Your email address will not be published.