Masthead

ବିଜେପିରେ ସାମିଲ ହେଲେ ଓମାର ଅବଦୁଲ୍ଲାଙ୍କ ପୂର୍ବତନ ଉପଦେଷ୍ଟା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଜାମ୍ମୁ-କାଶ୍ମୀରରେ କିଛି ଦିନ ମଧ୍ୟରେ ଅନେକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । କେତେବେଳେ ସ୍କୁଲ ଭିତରକୁ ପ୍ରବେଶ କରି ଶିକ୍ଷକଙ୍କୁ ହତ୍ୟା କରାଯାଉଛି ତ ଆଉ କେତେବେଳେ କାଶ୍ମୀରି ପଣ୍ଡିତଙ୍କୁ ହତ୍ୟା କରାଯାଉଛି । ଏହା ମଧ୍ୟରେ କାଶ୍ମୀରରେ ବିଜେପିର ଦବଦବା ବଢିବାରେ ଲାଗିଛି । ନେସନାଲ କନଫରେନ୍ସ ପାର୍ଟିରୁ ଜାମ୍ମୁ ସଭାପତି ଦେବେନ୍ଦ୍ର ସିଂହ ରାଣା ବିଜେପିରେ ଯୋଗଦେଇଛନ୍ତି । ଏହା ପୂର୍ବରୁ ଦେବେନ୍ଦ୍ର ରାଣା ନେସନାଲ କନଫରେନ୍ସ ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ଉପଦେଷ୍ଟା ଭାବେ କାର୍ଯ୍ୟ କରିସାରିଛନ୍ତି ।

ତିନି ତିନି ଥରର ବିଧାୟକ ଦେବେନ୍ଦ୍ର ସିଂହ ରାଣା ନେସନାଲ କନଫରେନ୍ସ ପାର୍ଟିର ପ୍ରମୁଖ ଚେହେରା ଥିଲେ । ଗତ ୨୦୧୪ରେ ଜାମ୍ମୁ ବିଧାନସଭା ନିର୍ବାଚନରେ ବିଜେପି କ୍ଲିନ୍‌ ସ୍ବିପ୍‌ କରିଥିଲେ ସୁଦ୍ଧା ଏନ୍‌ସି ଦଳ ପକ୍ଷରୁ ପ୍ରାର୍ଥୀ ହୋଇ ନାଗ୍ରୋଟାରୁ ସେ ବିଜୟୀ ହୋଇଥିଲେ । ନେସନାଲ କନଫ‌ରେନ୍ସ ଦଳର ଭୋଟ ବ୍ୟାଙ୍କ୍‌ ବଢାଇବାରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା । ଏହା ବ୍ୟତିତ ହିନ୍ଦୁ ଜନସଂଖ୍ୟା ବହୁଳ ଜାମ୍ମୁରେ ତାଙ୍କର ଦବଦବା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ