Masthead

କାହା ନିର୍ଦ୍ଦେଶରେ ଅର୍ପଣ ରଥ ବାହାରିଲା, ଜବାବ ଦିଅନ୍ତୁ ମୁଖ୍ୟମନ୍ତ୍ରୀ: ବିଜେପି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଅର୍ପଣ ରଥରୁ ଉଷୁନା ଚାଉଳ ମିଳିବା ପ୍ରସଙ୍ଗ । ବିଧାନସଭାରେ ବିଜେପି ବିଧାୟକଙ୍କ ହଟ୍ଟଗୋଳ । ହାତରେ ବ୍ୟାନର ଧରି ଗୃହ ମଧ୍ୟ ଭାଗରେ ଜୟ ଜଗନ୍ନାଥ ଏବଂ ଜୟ ଶ୍ରୀରାମ ନାରାବାଜି । ଗୃହ ବାହାରକୁ ଆସି ପ୍ରତିବାଦ କରିଛି ବିଜେପି । କାହା ନିର୍ଦ୍ଦେଶରେ ଅର୍ପଣ ରଥ ବାହାରିଲା ଏବଂ ଉଷୁନା ଚାଉଳକୁ ମହାପ୍ରସାଦରେ ବ୍ୟବହାର କରାଗଲା ବୋଲି ପ୍ରଶ୍ନ କରିଛି ବିଜେପି ।

ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦାବି କରିଛି ଦଳ । ଶ୍ରୀ ମନ୍ଦିର ପରିଚାଳନା ସମିତିର ନୀତି ବିରୁଦ୍ଧରେ ଅର୍ପଣ ରଥ ବୁଲାଇଲେ ରାଜ୍ୟ ସରକାର । ଡାଲା ଅଟୋରେ ମହାପ୍ରଭୁଙ୍କୁ ଭିକାରୀ ସଜାଇ ବୁଲା ଗଲା । ଅର୍ପଣ ରଥରେ ମହାପ୍ରଭୁଙ୍କୁ ବୁଲାଇ ଉଷୁନା ଚାଉଳ ସହ ଅରୁଆ ଚାଉଳ ମିଶାଇ ସଂଗ୍ରହ କରାଗଲା । ଏହା ଦ୍ବାରା ମହାପ୍ରଭୁ ଜଗନ୍ନାଥଙ୍କୁ ଅପମାନ କରିଛନ୍ତି ସରକାର । ଉଷୁନା ଚାଉଳରେ ମହାପ୍ରସାଦ ରନ୍ଧା ଯାଇ ଶ୍ରୀମନ୍ଦିର ସଂସ୍କୃତିକୁ ଅପମାନିତ କରାଯାଇଛି ।

ଏହା ମହାପ୍ରଭୁଙ୍କୁ ଅପମାନ ଏବଂ ଶ୍ରୀ ମନ୍ଦିର ପରିଚାଳନା ସମିତି ବିରୁଦ୍ଧ ନୀତି । ମହାସୁଆର ନିଯୋଗ, ପରିଚାଳନା ସମିତି ଏବଂ ଗଜପତି ମହାରାଜା ନିର୍ଦ୍ଦେଶରେ ଏହା କରାଯାଇନାହିଁ । କାହା ନିର୍ଦ୍ଦେଶରେ ଅର୍ପଣ ତଥା ବାହାରିଲା ଏବଂ ଉଷୁନା ଚାଉଳକୁ ମହାପ୍ରସାଦରେ ବ୍ୟବହାର କରାଗଲା ବୋଲି ପ୍ରଶ୍ନ କରିଛି ବିଜେପି । ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ଉପରେ କୁଠାରାଘାତ କରାଯାଇଛି । ଏହାର ଜବାବ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ରଖନ୍ତୁ ବୋଲି ଦାବି କରିଛି ଦଳ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ