Masthead

ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣା, ଆଉ ଜଣେ ଗିରଫ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ଆଉ ଜଣେ ଗିରଫ । କଳାହାଣ୍ଡିର ଜଣେ ଶିକ୍ଷକଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଏବେ ଆଉ ଜଣକୁ ମାରାଥନ୍ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ । ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ଗିରଫ ହେଲେଣି ମୋଟ୍ ୭ ଜଣ । ଆଗରୁ ୪ ଶିକ୍ଷକ ସମେତ ୬ ଜଣ ଗିରଫ ହୋଇଥିଲେ । ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ମାଷ୍ଟରମାଇଣ୍ଡ । ୨୦ ତାରିଖ ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ମାମଲାରେ ପୂର୍ବରୁ ୬ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ଓଡ଼ିଶା ପୁଲିସର କ୍ରାଇମବ୍ରାଞ୍ଚ । ଜିତନ ମହାରାଣା, ବିଜୟ କୁମାର ମିଶ୍ର, ସନାତନ ବିଶୋଇ, ରାମଜୀ ପ୍ରସାଦ ଗୁପ୍ତା, ଅଜୟ କୁମାର ସାହୁ ଓ ଜୟନ୍ତ କୁମାର ରାଉତଙ୍କୁ ବାନ୍ଧିଥିଲା ତଦନ୍ତକାରୀସଂସ୍ଥା । ଏମାନେ ହେଉଛନ୍ତି ପ୍ରଶ୍ନପତ୍ର ଲିକ୍‌ର ଜଣେ ଜଣେ ମାଷ୍ଟରମାଇଣ୍ଡ । ଆଉ ମୁଖ୍ୟ କାର୍ପଟଦାର ହେଉଛି ଜିତନ ମହାରଣା ।

କଟକ ମାଧ୍ୟମିକ ଶିକ୍ଷା ପରିଷଦ ଅଫିସରେ ଡାଟା ଏଣ୍ଟ୍ରି ଅପରେଟର ଅଛନ୍ତି ଜିତନ । କ୍ରାଇମବ୍ରାଞ୍ଚ ଡିଜିଙ୍କ କହିବା ଅନୁସାରେ, ଡାଟା ଏଣ୍ଟ୍ରି ଅପରେଟର୍‌ ଜରିଆରେ ପ୍ରଶ୍ନପତ୍ର ଲିକ୍‌ ହୋଇଛି ଏବଂ ଜିତନ ମହାରଣାଙ୍କ ଏଥିରେ ସମ୍ପୃକ୍ତି ରହିଛି । ଜିତନ ମହାରଣା ବୋର୍ଡ ଅଫିସର ଡାଟା ଏଣ୍ଟ୍ରି ଅପରେଟର ହୋଇଥିବାବେଳେ ରାୟଗଡାର ବିଜୟ ମିଶ୍ର ଓ କୋରାପୁଟର ସନାତନ ବିଶୋଇ ହେଉଛନ୍ତି ଶିକ୍ଷକ ସଂଘ ନେତା । ଯେଉଁମାନେ ଗତ ଓଟିଇଟି ପରୀକ୍ଷାରେ ସଫଳ ହୋଇନଥିଲେ ସେମାନଙ୍କୁ ଟାର୍ଗେଟ କରିଥିଲେ ଏହି ୩ ଜଣ ଅଭିଯୁକ୍ତ । ଆଉ ପ୍ରଶ୍ନପତ୍ର ପାଇଲା ପରେ ଦଲାଲ ରାମଜୀ ପ୍ରସାଦ ଗୁପ୍ତା, ଅଜୟ ସାହୁ ଓ ଜୟନ୍ତ ରାଉତଙ୍କ ଜରିଆରେ ପ୍ରଶ୍ନପତ୍ର ବିକ୍ରି କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ