Masthead

ବିବାହ ବେଳେ ଅଘଟଣ: ୧ ମୃତ, ୧୦ ଗୁରୁତର

ପାଟଣାଗଡ଼ (ବଡ଼ ଖବର ବ୍ୟୁରୋ): ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ବର କାର୍ । ଜଣେ ମୃତ, ୧୦ ଗୁରୁତର । ବରଯାତ୍ରୀ ବେଳେ ଅଘଟଣ । ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ବାଘଝରଣ ଗାଁ ରୁ ବରଯାତ୍ରୀଙ୍କ ଉପରେ ବର କାର୍ ମାଡ଼ି ଯାଇଛି । ବାଘଝରଣ ଗାଁ ର ଦୁତିଆ ବରିହା ଙ୍କ ପୁଅ ହୁତାସନ ବରିହା ଙ୍କ କାଲି ବିବାହ ଥିଲା । ରାତି ୧୧ ଟା ସମୟ ରେ ହିର୍ଲି ଗାଁକୁ ବାହାରୁଥିବା ବେଳେ ଗାଁରେ ପ୍ରଥମେ ପ୍ରସେସନ ଚାଲିଥିଲା । ଏପରିକି ବର ହୁତାସନ ଗାଡିରେ ବସି ନଥିଲେ ।

ନିଜ ବନ୍ଧୁବାନ୍ଧବ , ସାଙ୍ଗସାଥି ବାହାଘର ଶୋଭାଯାତ୍ରା ରେ ମସଗୁଲ ଥିବା ବେଳେ ବର ପାଇଁ ସଜା ଯାଇଥିବା କାର ଦ୍ରୁତଗତିରେ ଚଢିଯାଇଥିଲା । ଡ୍ରାଇଭରର ଅସାବଧାନତା କାରଣରୁ ଏଭଳି ଘଟଣା ଘଟିଥିବା କୁହାଯାଉଥିବା ବେଳେ ଏଭଳି ଦୁଃଖଦ ଘଟଣାରେ ଜଣକର ଜୀବନ ଚାଲିଯାଇଛି । ୧୦ ଗୁରୁତରଙ୍କୁ ବଲାଙ୍ଗୀର ଭୀମଭୋଇ ବଡ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି । ମୃତକଙ୍କ ହେଲେ ରାଜୁ ବରିହା । ସେପଟେ ଖପ୍ରାଖୋଲ ପୋଲିସ ଡ୍ରାଇଭର କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ