Masthead

ଅପରେସନ ଗଜରାଜର ହୃଦୟବିଦାରକ ଅନ୍ତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମଣିଷ ମରିଗଲେ, ହାତୀ ବି ମରିଗଲା । ମହାନଦୀର ମହାଟ୍ରାଜେଡିରେ ଅପରେସନ ଗଜରାଜର ହୋଇଛି ଦୁଃଖଦ ଅନ୍ତ । ଉଦ୍ଧାର ପାଇଁ ଭୁଲ୍ ବ୍ୟବସ୍ଥା ତିନି ତିନି ଜୀବନକୁ ନେଇଗଲା । ଶେଷଯାଏଁ ସଠିକ୍ ରଣନୀତିର ନିଷ୍ପତ୍ତି ହୋଇପାରିଲା ନାହିଁ । ୨୪ ଘଣ୍ଟା ପାଣି ଭିତରେ ସଂଘର୍ଷ କରି, ଆଖି ସାମ୍ନାରେ ଭୟାନକ ଦୁର୍ଦ୍ଦଶା ଦେଖି ଶେଷରେ ନିଜ ବି ମହାନଦୀରେ ମହାସମାଧି ନେଇଛି ଗଜରାଜ । ସେ ଫସିଥିଲା । ବାହାରିବାକୁ ଚାହୁଁଥିଲା । ତାକୁ ବାହାର କରିବାକୁ ଯାଇ ଦୁଇ ଦୁଇଟି ଜୀବନ ଚାଲିଗଲା । ଶେଷରେ ସେ ବି ଚାଲିଗଲା । କଟକ ମୁଣ୍ଡୁଳି ମହାନଦୀରେ ଫସିଥିବା ହାତୀଟି ଆଖିବୁଜିଛି ।

ମହାନଦୀରେ ଜଳସମାଧି ନେଇଛି ଗଜରାଜ । ସାଙ୍ଘାତିକ ଫେଲ୍ ମାରିଛି ଅପରେସନ ଗଜରାଜ । ସାରାଦିନ ହାତୀ ମୁଣ୍ଡଳି ବ୍ରିଜ ନିକଟରେ ଫସି ରହିଥିଲା । କେତେବେଳେ କୂଳ ପାଖକୁ ଆସୁଥିଲା, କେତେବେଳେ ପୁଣି ନଦୀର ଭିତରେ ପଶିଯାଉଥିଲା । ତା ଆଖି ଆଗରେ ହୃଦୟବିଦରକ ବୋଟ୍ ଟ୍ରାଜେଡି ବି ସେ ଦେଖିଥିଲା । ବାରମ୍ବାର ଚେଷ୍ଟା କରୁଥିଲା ବଞ୍ଚିବାକୁ । ରାତିରେ ବନ ବିଭାଗ ନିଆଁ ହୁଳା ଦେଖାଇ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ । ଜୀବନ ବଞ୍ଚାଇବା ପାଇଁ ସଙ୍ଘର୍ଷ କରିବା ପରେ ବ୍ରିଜ ତଳକୁ ଖସିଯାଇଥିଲା ଗଜରାଜ । ପ୍ରଖର ସ୍ରୋତରେ ଭାସିଯାଇଥିଲା । ପାଣିର ଗର୍ଭରେ ଲୀନ ହୋଇଯାଉଥିଲା ।

ହାତୀର ଜଳସମାଧି ନେବା ସହ ଅନେକ ପ୍ରଶ୍ନ ବି ଛାଡି ଯାଇଥିଲା । ତାକୁ ବଞ୍ଚାଇବାକୁ ଆମେ ଖାଲି ଭିଡ ଜମାଇଥିଲେ ନା କିଛି ଉଛିତ୍ ପଦକ୍ଷେପ ନେଇଥିଲେ? ଓଡ୍ରାଫ ଟିମ୍ ରବର ଡଙ୍ଗାରେ ବସିଯିବା କଣ ହାତୀ ଉଦ୍ଧାର ଉଚିତ୍ କୌଶଳ ଥିଲା ନା ଆତ୍ମଘାତୀ ନିଷ୍ପତ୍ତି ଥିଲା? ବନବିଭାଗ ବି ନିଆଁହୁଳା ଦେଖାଇ ନିଜ କାମ ସାରିଦେଇଥିଲା । ଯେବେ କି ହାତୀ ଭଳି ଭାରି ଜୀବକୁ ଉଦ୍ଧାର କରିବାକୁ ଅଳ୍ପକେ ଆଧୁନିକ ବ୍ୟବସ୍ଥା ରହିଛି । ଯେମିତି କାଜିରଙ୍ଗାରେ ଗଣ୍ଡାମାନଙ୍କୁ ଉଦ୍ଧାର କରାଯାଇଥିଲା । ହାତୀ ଉଦ୍ଧାର ପାଇଁ କାହିଁକି ଆର୍ମିର ସହାୟତା ନିଆଗଲା ନାହିଁ? ଆକାଶ ମାର୍ଗରୁ ମଧ୍ୟ ଉଧ୍ଧାରର ବ୍ୟବସ୍ଥା ହୋଇପାରିଥାନ୍ତା ।

ଏସବୁ ନିଷ୍ପତ୍ତି ନ ନେଇ କାହିଁକି ସମୟ ଗଡାଗଲା । ହାତୀ ବାରମ୍ବାର ଶୁଣ୍ଢ ଟେକି କହୁଥିଲା, ସେମିତି କିଛି ଉଦ୍ଧାର ଅପେକ୍ଷାରେ ୨୪ ଘଣ୍ଟାରୁ ଅଧିକ ସମୟ ମହାନଦୀରେ ସଂଘର୍ଷ ବି କଲା, କିନ୍ତୁ ଆମେ କରିଲେ କଣ? ନା ତାକୁ ବଞ୍ଚାଇ ପାରିଲେ ନା ଉଦ୍ଧାର କରିବାକୁ ଯାଇଥିବା ଯବାନ ଓ ସାମ୍ବାଦିକଙ୍କ ଜୀବନ । ଏଭଳି ଭୁଲ୍ ଉଦ୍ଧାର ପ୍ରଣାଳୀ ପାଇଁ ୩ଟି ଜୀବନ ଚାଲିଗଲା । ଏହାର ଉତ୍ତରଦାୟିତ୍ୱ କିଏ ନେବ? ଏହାର ନ୍ୟାୟିକ ଯାଞ୍ଚ ହେବାର ଆବଶ୍ୟକତା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି