Masthead

ଝଲସିଲା ଗୋପବନ୍ଧୁ ଜନ୍ମପୀଠ

୨୫ କୋଟି ଟଙ୍କା ବ୍ୟୟରେ କରାଗଲା ଐତିହାସିକ ଗାଁର ରୂପାନ୍ତରିକରଣ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଝଲସିଲା ଗୋପବନ୍ଧୁ ଜନ୍ମପୀଠ । ସ୍ମାରକୀ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ । ୨୫ କୋଟି ଟଙ୍କା ବ୍ୟୟରେ କରାଗଲା ଐତିହାସିକ ଗାଁର ରୂପାନ୍ତରିକରଣ । ପୁରୁଣା ସ୍ମୃତିକୁ ତାଜା କରିବ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ । ଶିବ ମନ୍ଦିରକୁ ଯାଇ ପୂଜା କରିବା ପରେ ଷଠିଘର ବୁଲିଥିଲେ ମୁଖ୍ୟମନ୍ତ୍ରୀ । ପରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିଥିଲେ । ଗାଁରେ ଗୋପବନ୍ଧୁଙ୍କ ସ୍ମୃତିକୁ ଜାତା କରିବା ପାଇଁ ସବୁ ସ୍ଥାନର ବିକାଶ କରାଯାଇଛି । ଉତ୍କଳମଣୀଙ୍କ ୧୫ ଫୁଟ ଉଚ୍ଚର ପ୍ରତିମୂର୍ତ୍ତି ସ୍ଥାପନ, ଷଠିଘର ନିର୍ମାଣ କରାଯାଇଛି ।

ଏଥିସହ ପୌତୃକ ବାସଗୃହ, ଗାଁ ରାସ୍ତା, ଜନ୍ମପୀଠ ପରିକ୍ରମା ରାସ୍ତା, ଗୋପବନ୍ଧୁଙ୍କ ସ୍ମୃତି ସଂଗ୍ରହାଳୟ, ସୂଚନା କେନ୍ଦ୍ର, ଆତିଥ୍ୟ କେନ୍ଦ୍ରର ବିକାଶ କରାଯାଇଛି । ଘରେ ଥିବା ଢିଙ୍କି, ଲଣ୍ଠନ, ଲିଟା, ଖଟ ଉକôଳମଣିଙ୍କ ସ୍ମୃତିକୁ ତାଜା କରୁଛି । ଘରେ ସବୁ ଜିନିଷକୁ ଅତି ସୁନ୍ଦରଭାବେ ସଜାଇ ରଖାଯାଇଛି । ମଞ୍ଚରେ ସୁଆଣ୍ଡୋବାସୀଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ମତେ ଆଜି ସୁଆଣ୍ଡି ଆସିବାର ସୁଯୋଗ ମିଳୁଥିବାରୁ ମୁଁ ନିଜକୁ ଧନ୍ୟମନେ କରୁଛି ।’ ମହାପୁରୁଷଙ୍କ ଜନ୍ମମାଟିର ବିକାଶ ଅତି ସୁନ୍ଦର ଭାବେ କରାଯାଇଥିବାରୁ ମୁଁ ବହୁତ ଖୁସି । ଗୋପବନ୍ଧୁଙ୍କ ବିରାଟ ଷ୍ଟାଚ୍ୟୁ, ମ୍ୟୁଜିୟମ୍ କରାଯାଇଛି । ଏଥିପାଇଁ ଉତ୍କଳମଣୀଙ୍କ ପରିବାର ଓ ସୁଆଣ୍ଡୋବାସୀ ପୁରା ସହଯୋଗ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା