Masthead

ସରକାରୀ ଜମିରେ ଗୃହ ନିର୍ମାଣକୁ ବିରୋଧ

ନାଉଗାଁ (ବଡ଼ ଖବର ବ୍ୟୁରୋ): ନାଉଗାଁ ତହସିଲ ଜାମୁଗାଁ ପଞ୍ଚାୟତ କାଣ୍ଟୁଣିଆ ହାଟ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଥିବା ସରକାରୀ ସ୍ଥାନରେ ଜୈନିକ ବ୍ୟକ୍ତି ଏକ ଘର ନିର୍ମାଣ କରୁଛନ୍ତି । ଯାହାକୁ ସ୍ଥାନୀୟ ଜନସାଧାରଣ ବିରୋଧ କରିବା ସହିତ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଦିଲୀପ ପାଢ଼ୀ ଓ ହୃଦାନନ୍ଦ ସ୍ବାଇଁଙ୍କ ଅଭିଯୋଗ କ୍ରମେ ଉକ୍ତ ସ୍ଥାନରେ ପ୍ଲଟ ନଂ ୩୫୩୨ ଓ ଖାତା ନଂ ୧୪୬୫ ମୌଜା ଜାମୁଗାଁ ଥିବା ସ୍ଥାନଟି ସରକାରୀ ଜାଗା ଅଟେ। ଏହି ସ୍ଥାନରେ କେହି ଅସାଧୁ ବ୍ୟକ୍ତି ଗୃହ ନିର୍ମାଣ କରୁଛନ୍ତି।

ଯାହାକି ସରକାରଙ୍କ ନିୟମ ବହିର୍ଭୁତ ଅଟେ। ଘରଟି ଛାତ ପଡ଼ିବା ପର୍ଯ୍ୟନ୍ତ କାର୍ଯ୍ୟ ହୋଇଥିବାବେଳେ ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଜାଣି ଚୁପ୍ ରହିବାକୁ ନେଇ ଗଣମାଧ୍ୟମରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେବଳ ଏହି ସ୍ଥାନରେ ନୁହେଁ ଅନେକ ସରକାରୀ ସ୍ଥାନକୁ ବ୍ୟକ୍ତିଗତ ଭାବେ ଗୃହ ନିର୍ମାଣ କରି ଅନେକ ଲୋକ ଏବେବି ନିଜ କବଜାରେ ରଖିଛନ୍ତି । ଯାହା ଫଳରେ ସରକାରୀ ଜମି ଗୋଚର ଆଦି କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଓ ତହସିଲ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେମାନେ ଦାବି କରିଛନ୍ତି।

ଏ ସମ୍ପର୍କରେ ତହସିଲଦାର ଙ୍କୁ ପଚାରିବାରୁ ସମ୍ପୃକ୍ତ ଜମିରେ ଗୃହ ନିର୍ମାଣ କରାଯିବା ଜାଣିବା ପରେ ଛାତ ପଡ଼ିବା ସମୟରେ ଆମେ ଯାଇ ଉକ୍ତ ଛାତକୁ ବନ୍ଦ ରଖିଛୁ। ତତ୍ ସହିତ ସରକାରୀ ଜମିରେ ଗୃହ କରିଥିବା ବ୍ୟକ୍ତିଙ୍କ ବିରୋଧରେ ନିୟମାନୁଯାୟୀ କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଯଦି ଉକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଯଥାଶିଘ୍ର କାର୍ଯ୍ୟାନୁଷ୍ଠାନ ସହିତ ସରକାରୀ ଜାଗାରେ ତିଆରି କରାଯାଇଥିବା ଘରକୁ ଭଙ୍ଗା ନଯାଏ ତେବେ ସମାଜସେବୀ ଦିଲୀପ ପାଢୀ ତହସିଲ୍ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି