Masthead

ଖଣି ଖନନ ଜନଶୁଣାଣିକୁ ବିରୋଧ

ଲକ୍ଷ୍ମୀପୁର(ବଡ଼ ଖବର ବ୍ୟୁରୋ): ମାଳି ପର୍ବତରେ ଖଣି ଖନନ ପାଇଁ ଆୟୋଜିତ ଜନଶୁଣାଣିକୁ ତୀବ୍ର ବିରୋଧ । ଅଧିକାରୀଙ୍କୁ ଆକ୍ରମଣ ସହ ଚେୟାର ଭାଙ୍ଗିଲେ ମାଳି ସୁରକ୍ଷା ସମିତିର ସଦସ୍ୟ । ମାଳି ପର୍ବତରେ ଖଣି ଖନନ ପାଇଁ ପରିବେଶ ମଞ୍ଜୁରୀ ନିମନ୍ତେ ସେମିଳିଗୁଡା ବ୍ଲକ କଙ୍କଡାଆମ୍ବଠାରେ ଆୟୋଜିତ ଜନଶୁଣାଣୀକୁ ମାଳି ପର୍ବତ ସୁରକ୍ଷା ମଞ୍ଚ ତରଫରୁ ତୀବ୍ର ବିରୋଧ କରାଯାଇଥିଲା। ହଜାର ହଜାର ପୁରୁଷ ଓ ମହିଳା ମାନେ ପୋଲିସ ସହ ଧସ୍ତାଧସ୍ତି କରି ମଞ୍ଚ ସ୍ଥଳକୁ ଧସେଇ ପଶି ଚେୟାର ସବୁ ଭାଙ୍ଗି ଦେଇଥିଲେ।

ଉପସ୍ଥିତ ଅଧିକାରୀ ମାନଙ୍କୁ ଆକ୍ରମଣ କରିବା ଫଳରେ ୩/୪ ଜଣ ଆହତ ହେବା ସହ ଅଧିକାରୀ ମାନେ ଘଟଣା ସ୍ଥଳରୁ ଦଉଡ଼ି ପଳାଇଥିଲେ। ସୂଚନା ଅନୁସାରେ ଜନଶୁଣାଣି କାର୍ଯ୍ୟ ୧୧ ଘଣ୍ଟା ବେଳେ ଆରମ୍ଭ ହେବାକୁ ସୂଚନା ଦିଆଯାଇଥିବା ବେଳେ ଏହା ସକାଳ ୯ ଘଣ୍ଟା ବେଳେ ମୈତ୍ରୀ କମ୍ପାନୀ ତରଫରୁ କିଛି ଲୋକଙ୍କୁ ଟଙ୍କା ଦେଇ ତା ସପକ୍ଷ ନେଇ ଆରମ୍ଭ କରିଥିଲେ । ମାଳି ସୁରକ୍ଷା ସମିତିର ହଜାର ହଜାର ଲୋକେ ପଶି ଏଠାରୁ ଛାଡ଼ିଯିବା ପାଇଁ ଦାବି କରିଥିଲେ ।

କିନ୍ତୁ ସପକ୍ଷବାଦୀ ମାନେ ମାଳି ସୁରକ୍ଷା ସମିତିର ଲୋକ ମାନଙ୍କୁ ଘଟଣା ସ୍ଥଳକୁ ଛଡାନଯିବା ତାଗିଦ କରିବାରୁ ମାଳି ପର୍ବତ ସୁରକ୍ଷା ମଞ୍ଚର ସଦସ୍ୟ ମାନେ ଉତକ୍ଷିପ୍ତ ହୋଇ ଘଟଣା ସ୍ଥଳକୁ ଧସେଇ ପଶିଥିଲେ । ଫଳରେ ସୁରକ୍ଷା ସମିତିର ସଦସ୍ୟଙ୍କ ବିରୋଧ ଯୋଗୁଁ ଜନଶୁଣାଣୀ କାର୍ଯ୍ୟ ହୋଇପାରି ନ ଥିଲା। ଆଗାମୀ ଦିନରେ ଯଦି ଖଣି ଖନନ ପାଇଁ ଉଦ୍ୟମ କରାଯାଏ ତେବେ ଜୋରଦାର ଆନ୍ଦୋଳନ ସହ ଥାନା ଘେରାଉ ହେବ ବୋଲି କହିଛନ୍ତି ମାଳି ସୁରକ୍ଷା ସମିତିର ସଭାପତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ