Masthead

୧୦ ବର୍ଷ ତଳେ ଯାଇଥିଲା ବଡ଼ ଭାଇ ଜୀବନ, ଏବେ ଗଲା ସାନ ଭାଇ ଜୀବନ

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ୧୦ ବର୍ଷ ତଳେ ଯାଇଥିଲା ବଡ଼ ଭାଇର ଜୀବନ । ଆଉ ଏବେ ଗଲା ସାନଭାଇର ଜୀବନ । ମହାନଦୀରେ ବୁଡ଼ି ବଡ ଭାଇର ଯାଇଥିଲା ଯେମିତି ଜୀବନ ଠିକ ସାନ ଭାଇର ମଧ୍ୟ ଯାଇଛି ସେମିତି ଜୀବନ । ସେ ବି ପୁଣି ଗୋଟିଏ ଦିନରେ । ରାମ ନବମୀରେ । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ସିମୁଳିଆ ଗାଁରେ । ୧୦ ବର୍ଷ ପୂର୍ବେ ରାମ ନବମୀରେ ବଡ଼ ଭାଇର ପ୍ରାଣ ଚାଲିଯାଇଥିଲା । ଆଉ ଗତକାଲି ସାନ ଭାଇର ଜୀବନ ଚାଲିଗଲା। ରାମ ନବମୀରେ ପାଣିରେ ବୁଡ଼ି ୨ ଭାଇଙ୍କ ଅକାଳ ବିୟୋଗ ଘଟିଛି।

ମୃତକ ହେଲେ କୁନା ନାଥଙ୍କ ସାନ ପୁଅ ପରେଶ ନାଥଙ୍କ । ସୂଚନା ଅନୁସାରେ, ୧୦ ବର୍ଷ ପୂର୍ବେ କୁନା ନାଥଙ୍କ ବଡ଼ ପୁଅ ରାମ ନବମୀ ଦିନ ମହାନଦୀରେ ବୁଡ଼ି ଯାଇଥିଲେ। ବଡ଼ ପୁଅକୁ ସବୁଦିନ ପାଇଁ ହରାଇବା ପରେ ପୁରା ପରିବାର ଦୁଃଖରେ ଭାଙ୍ଗି ପଡ଼ିଥିଲେ। ହେଲେ ଭଗବାନ ପରିବାର ଉପରେ ଆଉ ଏକ ଦୁଃଖର ପାହାଡ଼ ଲଦି ଦେଇଥିଲେ। ଯେଉଁଦିନ ପରିବାର ସଦସ୍ୟ ବଡ଼ ପୁଅକୁ ହରାଇ ଥିଲେ ଠିକ୍‌ ସେଇ ଦିନ ଅର୍ଥାତ୍‌ ରାମ ନବମୀ ଦିନ ଗତକାଲି ସାନ ପୁଅକୁ ମଧ୍ୟ ହରାଇଲେ।

ଗତକାଲି ଅପରାହ୍ଣରେ ପରେଶ ଗାଁ ପାଖ ପୋଖରୀକୁ ଶୌଚ ହେବା ପାଇଁ ଯାଇଥିଲେ। ଆଉ ଘରକୁ ଫେରିନଥିଲେ । ପରିବାର ଲୋକ ଖୋଜିବା ପରେ ଗାଁର କିଛି ଲୋକ ପୋଖରୀ ପାଖରେ ପାଦ ଚି଼ହ୍ନ ଦେଖିଥିଲେ । ପୋଖରୀରେ ସେ ଭାସି ଯାଇଥିବା ସନ୍ଦେହ କରି ପାଖ ଦମକଳ ବାହିନୀକୁ ଖବର ଦେଇଥିଲେ। ଖୋଜାଖୋଜି ପରେ ପାଣିରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା