Masthead

ବାଲେଶ୍ବର-ଭଦ୍ରକରେ ପୁଣି ଶୁଭିଲା ପ୍ରଚଣ୍ଡ ଶବ୍ଦ, ଲୋକେ ଆତଙ୍କିତ

ବାଲେଶ୍ଵର  (ବଡ଼ ଖବର ବ୍ୟୁରୋ): ଆକାଶରେ ଶୁଭିଲା ପ୍ରଚଣ୍ଡ ଶବ୍ଦ । ଭୟରେ ଲୋକେ ଆତଙ୍କିତ । ବାଲେଶ୍ଵରରେ ଦୁଇ ଦିନ ଧରି ଆକାଶ ମାର୍ଗରୁ ଶୁଭୁଛି ପ୍ରଚଣ୍ଡ ଶବ୍ଦ , ଲୋକେ ଆତଙ୍କିତ । ଗତକାଲି ଭଳି ଆଜି ବି ବାଲେଶ୍ବରର ନିଳଗିରି ଓ ଭଦ୍ରକର ବାସୁଦେବପୁର ଅଞ୍ଚଳରେ ଶୁଭିଲା ପ୍ରଚଣ୍ଡ ଶବ୍ଦ । ପ୍ରଚଣ୍ଡ ଶବ୍ଦ ପରେ ଥରିଗଲା ଆଖପାଖ ଅଞ୍ଚଳ । ଦୁଇଥର ଏହି ପ୍ରଚଣ୍ଡ ଶବ୍ଦ ଶୁଭିଥିବା ସୂଚନା । ଏଭଳି ଶବ୍ଦ ଶୁଣି ଭୟଭୀତ ସ୍ଥାନୀୟ ଲୋକେ । ତେବେ ପାଖରେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ଥିବାରୁ, ଗୋଳାବାରୁଦ ପରୀକ୍ଷଣ ହେଉଥିବା ଅନୁମାନ କରାଯାଉଥିଲା । କହିବାକୁ ଗଲେ ଏହିପରେ ପ୍ରଚଣ୍ଡ ଓ ଭୟଙ୍କର ଶବ୍ଦ ଆଗରୁ କେହି ଶୁଣି ନଥିଲେ । ବଜ୍ରପାତ ପାଇଁ ଏଭଳି ଶବ୍ଦ ହୋଇଥିବା ନେଇ ସୂଚନା ଦେଇଥିଲେ ବାଲେଶ୍ବର ପାଣିପାଗ କେନ୍ଦ୍ର ଅଧିକାରୀ । ହେଲେ ଆଜି ଏନେଇ କୌଣସି ସୂଚନା ମିଳି ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା