Masthead

ଭୂସ୍ଖଳନ ପରେ ଉତ୍ତର ସିକ୍କିମରୁ ଉଦ୍ଧାର ହେଲେ ୧୨ଶହରୁ ଅଧିକ ପର୍ଯ୍ୟଟକ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଉତ୍ତର ସିକିମରେ ଭୂସ୍ଖଳନ ପରେ ଫସି ରହିଥିବା ୧୨ ଶହରୁ ଅଧିକ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଯବାନ । ଏହି ଭୟଙ୍କର ଭୂସ୍ଖଳନରେ ୯ଜଣଙ୍କ ମୃତ୍ୟୁ ହୋଇଛି । ଭୂସ୍ଖଳନ ପରେ କିଛି ଲୋକ ଉଦ୍ଧାର ହୋଇଥିବାବେଳେ ଆହୁରି କିଛି ପର୍ଯ୍ୟଟକ ଫସି ରହିଥିବା ଜଣାପଡିଛି । ତେବେ ଖୁବଶୀଘ୍ର ସେମାନଙ୍କୁ ଉଦ୍ଧାର କରାଯିବ ବୋଲି ସେନା ପକ୍ଷରୁ ସୂଚନା ମଳିଛି ।

ସୂଚନା ଅନୁସାରେ ଉତ୍ତର ସିକ୍କିମର ମଙ୍ଗନ ଜିଲ୍ଲା ଲାଚୁଙ୍ଗ ଅଞ୍ଚଳରେ ୧୨ ତାରିଖରେ ହୋଇଥିଲା ବଡ଼ ଧରଣର ଭୂସ୍ଖଳନ । ଯାହା ଫଳରେ ୧୨ ଶହରୁ ଅଧିକ ପର୍ଯ୍ୟଟକ ସେଠାରେ ଫସି ରହିଥିଲେ । ସେନା ସହ ଏନଡିଆରଏଫ, ଏସଡିଆରଏଫ ଓ ବର୍ଡର ରୋଡ୍ ଅର୍ଗାନାଇଜେସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । ପ୍ରବଳ ବର୍ଷା କାରଣରୁ ଉଦ୍ଧାର କାର୍ଯ୍ୟ ବଡ଼ ଚାଲେଞ୍ଜ ରହିଥିଲା । ପ୍ରାୟ ୭ ଦିନର ଅପରେସନ ପରେ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ