Masthead

ମଦୁଆଙ୍କ ଆଡାସ୍ଥଳି ସାଜିଛି ସ୍କୁଲ

ଦଶପଲ୍ଲା(ବଡ଼ ଖବର ବ୍ୟୁରୋ): ଦଶପଲ୍ଲା ବ୍ଲକର ଅଳ୍ପଦୂରରେ ଅଛି ଏକ ପ୍ରାଥମିକ ବିଦ୍ୟାଳୟ । ଏହାର ଚତୁଃପାଶ୍ୱର୍ରେ ପାଚେରି ନଥିବାରୁ ସ୍କୁଲ ପରିବେଶ ପାଲଟିଛି ମଦୁଆଙ୍କ ଆଡ୍ଡାସ୍ଥଳୀ । କରୋନା ପାଇଁ ସ୍କୁଲ ବନ୍ଦ ରହିଛି । ୬-୭ ୱାର୍ଡର ନୂତନ ଭୋଟରକାର୍ଡ ସଂଯୋଗ ପାଇଁ ଏହି ସ୍କୁଲକୁ ସ୍ଥିର କରାଯାଇଛି । ମାତ୍ର ମଦୁଆଙ୍କ ବ୍ୟବହାର ଶିକ୍ଷକମାନଙ୍କୁ ଅତିଷ୍ଠ କରିଦେଉଛି । ଦଶପଲ୍ଲା ତହସିଲଦାର ତଥା ଏନ୍ଏସି କାର୍ୟ୍ୟନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡିଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ସେ ମଧ୍ୟ ଦୁଃଖ ପ୍ରକାଶ କରିଥିଲେ । ଅବକାରୀ ଓ ପୋଲିସ ବିଭାଗର ନିରବତା ଯୋଗୁଁ ଦଶପଲ୍ଲା ଅଞ୍ଚଳରେ ଦିନକୁ ଦିନ ମଦୁଆ, ଗଞ୍ଜଡଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲଗିଛି । ଅଭିନବ ଉପାୟରେ ବହୁ ପାନ ଦୋକାନରେ ଗଞ୍ଜେଇ ସିଗାରେଟ ବିକ୍ରି ହେଉଛି । ବର୍ତ୍ତମାନର ଯୁବପିଢି ଏଭଳି ନିରାପଦ ଜାଗା ଆପଣେଇ ନିସା ସେବନ ଏବଂ ରାତିରେ ବିଭିନ୍ନ ଅନୈତିକ କାର୍ୟ୍ୟ କରୁଛନ୍ତି । ସ୍କୁଲଟି ୫୭ନମ୍ବର ଜାତୀୟ ରାଜପଥରକୁ ଲାଗିରହିଥିଲେ ମଧ୍ୟ ଏହି ସ୍କୁଲ ଉପରେ ପ୍ରଶାସନର ଦୃଷ୍ଟି ନପଡିବା ଚିନ୍ତାର ବିଷୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ