Masthead

ମୁମ୍ବାଇର ୫୦ରୁ ଅଧିକ ଡାକ୍ତରଖାନାକୁ ବୋମାରେ ଉଡାଇ ଦେବାକୁ ଧମକ, ଆଲର୍ଟରେ ପୋଲିସ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ରାଜଧାନୀ ଦିଲ୍ଲୀ ପରେ ଏବେ ମୁମ୍ବାଇ ପାଳି । ମୁମ୍ବାଇରେ ୫୦ ହସ୍ପିଟାଲକୁ ବୋମାରେ ଉଡ଼ାଇବାକୁ ଧମକ । ମେଲ୍‌ ଯୋଗେ ଧମକପୂର୍ଣ୍ଣ ଚିଠି ପାଇ ମୁମ୍ବାଇ ପୋଲିସର ଛାନଭିନ୍‌ । ହସ୍ପିଟାଲ ବେଡ୍ ଓ ବାଥରୁମ୍‌ରେ ବୋମା ଖଞ୍ଜିଥିବା ଦୁର୍ବୃତ୍ତଙ୍କ ଧମକ । ବିଏମ୍‌ସି ଅଫିସ ଓ ହିନ୍ଦୁଜା କଲେଜ ଅଫ୍‌ କମର୍ସକୁ ବି ଉଡ଼ାଇବାକୁ ଧମକ । ମଙ୍ଗଳବାର ମୁମ୍ବାଇର ୫୦ରୁ ଅଧିକ ଡାକ୍ତରଖାନାକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଥିଲା। ଇ-ମେଲ୍‌ ଜରିଆରେ ଏହି ଧମକ ଆସିଥିଲା।

ଭିପିଏନ୍‌ ନେଟଓ୍ୱର୍କ ବ୍ୟବହାର କରି ଧମକପୂର୍ଣ୍ଣ ଇମେଲ ପଠାଯାଇଛି। ତେବେ ଇମେଲ ପଠାଇଥିବା ବ୍ୟକ୍ତି ଏବଂ ଧମକର କାରଣ ଏଯାବତ ଜଣାପଡ଼ିନାହିଁ। ଭିପିଏନ୍‌ ନେଟଓ୍ୱର୍କ ପାଇଁ ଅଭିଯୁକ୍ତଙ୍କ ଯାଏ ପହଞ୍ଚିବା କଷ୍ଟକର ହୋଇଛି। ପୋଲିସ କହିବା ଅନୁସାରେ ସବୁ ଧମକପୂର୍ଣ୍ଣ ଇ-ମେଲ୍‌ ଗୋଟିଏ ଆଇଡି Beeble.Com ଆସିଥଇଲା। ଏହି ଓ୍ୱେବ୍‌ସାଇଟ୍‌ର ସର୍ଭୀ ସାରଇପ୍ରସ୍‌ରେ ଚିହ୍ନଟ ହୋଇଥିଲା। ହସ୍ପିଟାଲର ବେଡ୍‌ ଓ ବାଥରୁମ୍‌ରେ ବୋମା ରଖାଯାଇଥିବା ମେଲ୍‌ ଜରିଆରେ କୁହାଯାଇଥିଲା। ତେବେ ଯାଞ୍ଚ ପରେ ସେଭଳି କୌଣସି ସନ୍ଧିଗ୍ଧ ଜିନିଷ ମିଳିନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା