Masthead

ଛତିଶଗଡ଼ ବିଧାନସଭାରେ ପାରିତ ହେଲା ସାମ୍ବାଦିକ ସୁରକ୍ଷା ବିଲ

ଛତିଶଗଡ଼(ବଡ଼ ଖବର ବ୍ୟୁରୋ): ଛତିଶଗଡ଼ ବିଧାନସଭାରେ ପାରିତ ହୋଇଛି ସାମ୍ବାଦିକ ସୁରକ୍ଷା ବିଲ । ସାମ୍ବାଦିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେଇଛନ୍ତି ଛତିଶଗଡ଼ ସରକାର । ବିଧାନସଭାରେ ପାରିତ ହୋଇଛି ‘ଛତିଶଗଡ଼ ମିଡିଆ ପର୍ସନ ସୁରକ୍ଷା ବିଲ୍ ୨୦୨୩’ । ସାମ୍ବାଦିକମାନଙ୍କ ପ୍ରତି ହେଉଥିବା ହିଂସାକୁ ରୋକିବା ପାଇଁ ଏହି ବିଲର ଲକ୍ଷ୍ୟ ରଖିଛି। ଏହାକୁ ଐତିହାସିକ ବିଲ ବୋଲି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ କହିଛନ୍ତି। ଛତିଶଗଡ଼ରେ ୨୦୧୮ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଏହାର ଇସ୍ତାହାରରେ ରାଜ୍ୟରେ ସାମ୍ବାଦିକମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆଇନ୍ ଆଣିବାକୁ ପ୍ରତିଶୃତି ଦେଇଥିଲା।

ଏହି ବିଲ୍ ପାରିତ ହେବାପରେ ମୁଖ୍ୟମନ୍ତ୍ରୀ ବାଘେଲ କହିଛନ୍ତି ଯେ ଏହା ସାମ୍ବାଦିକମାନଙ୍କ ଉପରେ ହେଉଥିବା ହିଂସାକୁ ରୋକିବ। ସେହିପରି ଛତିଶଗଡ଼ ସାମ୍ବାଦିକଙ୍କ ସାମଗ୍ରୀକୁ ମଧ୍ୟ ଏହି ଆଇନ ସୁରକ୍ଷା ଦେବାରେ ସହାୟକ ହେବ। ଆଗକୁ ସାମ୍ବାଦିକମାନେ ମାନେ ନିର୍ଭୟରେ କାମ କରିପାରିବେ ବୋଲି ସେ କହିଛନ୍ତି। ଏହି ଆଇନ କାର୍ୟ୍ୟକାରୀ କରିବାକୁ ଅନେକ ଥର ଦାବି କରାଯାଇଥିଲା । ୨୦୧୯ରେ ସୁପ୍ରିମକୋର୍ଟର ପୂର୍ବତନ ଜଷ୍ଟିସ ଆଫାବ ଆଲାମଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଥିଲା। ସମସ୍ତ ପକ୍ଷଙ୍କ ପରାମର୍ଶ କ୍ରମେ ଏହି ଆଇନ ପ୍ରସ୍ତୁତ କରାଯାଇଛି। ଏହି ଦିନଟି ଐତିହାସିକ ଦିନ ବୋଲି ଛତିଶଗଡ଼ ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ