Masthead

ହରଭଙ୍ଗା ସୁନାଖଣିଆର ରହସ୍ୟମୟ ସୁଡ଼ଙ୍ଗ!

 

 ବୌଦ୍ଧ(ବଡ଼ ଖବର ବ୍ୟୁରୋ): ପ୍ରାକୃତିକ ସୌନ୍ଦର୍ଯ୍ୟ ଭରପୂର ବୌଦ୍ଧ ଜିଲ୍ଲା । ଅରଣ୍ୟ ସମ୍ପଦ ଓ ପର୍ଯ୍ୟଟନ କ୍ଷେତ୍ର ସହ ରହିଛି ଅନେକ ରହସ୍ୟମୟ ସ୍ଥାନ । ଏକଦା ବୌଦ୍ଧ ଧର୍ମ ବିସ୍ତାର ଲାଭ କରିଥିବା ପୂର୍ବତନ ଗଡ଼ଜାତ ରାଜ୍ୟ ବୌଦ୍ଧରେ ରହିଚି ଅନେକ ବୌଦ୍ଧ କୀର୍ତ୍ତିରାଜି । ଏବେବି ମହାନଦୀ କୂଳ କୂଳେ ରହିଛି ଅନେକ ରହସ୍ୟମୟ ସ୍ଥାନ । ଯେଉଁଠି ମଣିଷର ପାଦ ପଡିନାହିଁ । ତେବେ ହରଭଙ୍ଗା ବ୍ଲକର କୁସଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟର ପଦ୍ମତୋଳା ଜଙ୍ଗଲରେ ସୁନାଖଣିଆ ଭିତରେ ମିଳିଛି ଏକ ରହସ୍ୟମୟ ଗୁମ୍ଫାର ସନ୍ଧାନ । ଘଞ୍ଚ ଅରଣ୍ୟ ମଧ୍ୟରେ ଏହି ସୁଡ଼ଙ୍ଗ ପ୍ରତ୍ନତାତ୍ତ୍ୱିକ ଦୃଷ୍ଟିରୁ ଗୁରୁତ୍ଵ ବହନ କରେ । ୧୦ ଫୁଟ ଗୋଲେଇ ଓ ୧୨ ଫୁଟ ଉଚ୍ଚତା ବିଶିଷ୍ଠ ସୁଡ଼ଙ୍ଗ ଦ୍ୱାରରୁ ଏକ ଗୁମ୍ଫା ବୋଲି ପ୍ରତୀୟମାନ ହୁଏ । ଏହି ସୁଡ଼ଙ୍ଗ ସମ୍ପର୍କରେ କୌଣସି ପ୍ରତ୍ନତାତ୍ତ୍ଵିକ ଅନୁସନ୍ଧାନ ହୋଇନଥିଲେ ମଧ୍ୟ ରାଜାରାଜୁଡ଼ାଙ୍କ ରାଜୁତି ସମୟରେ ଏହା ଖନନ କରାଯାଇଥିବା ବିଶ୍ଵାସ କରାଯାଏ ।

କେତେକଙ୍କ ମତରେ ଏହି ସୁଡ଼ଙ୍ଗ ବୌଦ୍ଧ ରାଜାଙ୍କ ଦ୍ୱାରା ଖୋଳାଯାଇଥିଲା । କେହିକେହି ମଧ୍ୟ କୁହନ୍ତିକି ଏହି ସୁଡ଼ଙ୍ଗ ମହାନଦୀ କୂଳେ କୂଳେ ହୋଇ ଏହା ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ରାଜପ୍ରସାଦ ପର୍ୟ୍ୟନ୍ତ ବିସ୍ତୃତ ବୋଲି ମନେ କରା ଯାଏ । ବାହ୍ୟଶତ୍ରୁ ଆକ୍ରମଣ ରୁ ରକ୍ଷା ପାଇବା ପାଇଁ ଗଡ଼ଜାତ ରାଜ୍ୟମାନଙ୍କରେ ଦୁର୍ଗ ,ଗୁମ୍ଫା ଏବଂ ସୁଡ଼ଙ୍ଗମାନ ନିର୍ମାଣ କରାଯାଇଥିଲା । ସେ ଉଦ୍ଦେଶ୍ୟରେ ଏହି ସୁଡ଼ଙ୍ଗ ନିର୍ମାଣ କରାଯାଇଥିବା ମନେ କରାଯାଉଛି । ତେବେ ସୁଡ଼ଙ୍ଗ କିଏ ନିର୍ମାଣ କରିଥିଲ ଓ କେଉଁ ଉଦ୍ଦେଶ୍ୟରେ ତାହା ନିର୍ମିତ ହୋଇଥିଲା ବୌଦ୍ଧ ରାଜ୍ୟର ଇତିହାସ ନିରୁତ୍ତର । ଅନ୍ୟ ପ୍ରତ୍ନତାତ୍ତ୍ଵିକ ଖନନ ଓ ଗବେଷଣା ଭଳି ଏହି ପୁରାତନ ଭଗ୍ନପ୍ରାୟ ସୁଡ଼ଙ୍ଗ ସମ୍ପର୍କରେ ଅନୁସନ୍ଧାନ କଲେ ବହୁ ତଥ୍ୟ ମିଳି ପାରିବ ବୋଲି ମତପ୍ରକାଶ ପାଉଛି । ତେବେ ରାଜ୍ୟ ଓ କେନ୍ଦ୍ରସରକାରଙ୍କ ପ୍ରତ୍ନତାତ୍ତ୍ଵିକ ବିଭାଗ ଏଥିପ୍ରତି ଦୃଷ୍ଟି ଦବାକୁ ଦାବି ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା