Masthead

ଅଙ୍ଗନଦୀରେ ପୋଲ ନିର୍ମାଣ ପାଇଁ ସର୍ଭେ

ପଦ୍ମପୁର (ବଡ ଖବର ବ୍ୟୁରୋ): ପଦ୍ମପୁର ଉପଖଣ୍ତ ଚର୍ଦାପାଲି ଓ ଲଖମରା ଅଙ୍ଗ ନଦୀ ଅବବାହିକା ଲୋକଙ୍କ ବାରମ୍ବାର ଅନଶନ, ଧର୍ମଘଟ, ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ। ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଅଧ୍ୟକ୍ଷତାରେ ୨୫ ତାରିଖ ଦିନ ଚର୍ଦାପାଲିଠାରେ ସ୍ଥାନୀୟ ବାସିନ୍ଦାଙ୍କୁ ନେଇ ଅଙ୍ଗନଦୀରେ ପୋଲ ନିର୍ମାଣ ପାଇଁ ସରକାରଙ୍କୁ ପ୍ରସ୍ତାବ ଦେବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା। ଆଜି ପଦ୍ମପୁର ପୂର୍ତ୍ତ ବିଭାଗ ଓ ଅଙ୍ଗ ଡିଭିଜନର କାର୍ଯ୍ୟନିର୍ବାହୀ ଅଧିକାରୀ ସର୍ବେକ୍ଷଣ କର୍ମଚାରୀଙ୍କ ସହ ମିଶି ସର୍ଭେ କରିଛନ୍ତି। ଏହି ପୋଲ ନିର୍ମାଣ ହେଲେ ଛତିଶଗଡ଼ ସହ ବେପାର ବ।ଣିଜ୍ୟ ବୃଦ୍ଧି ପାଇବା ଆଶା ରହିଛି। ଏଥିସହ ପିଲାମାନଙ୍କ ପାଠପଢ଼ା, ରାଜସ୍ୱ ବୃଦ୍ଧି ପାଇବା ସହ ଛତିଶଗଡ଼ ସହ ପଦ୍ମପୁର ଉପଖଣ୍ତକୁ ଯୋଗାଯୋଗ ହୋଇପାରିବ । ତେବେ ଆଜିର ଏହି ସର୍ଭେ କେବଳ ନାମକୁ ମାତ୍ର ସର୍ଭେ ହୋଇ ରହିବ, କି ପୋଲ ନିର୍ମାଣ ହେବ ସେ ନେଇ ଆଶଙ୍କା ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଅନେକ ଥର ପୋଲ ନିର୍ମାଣ ନାଁରେ ଅଧିକାରୀମାନେ ନଡ଼ିଆ ବାଡ଼େଇ ଦେଇ ପରବର୍ତ୍ତୀ ସମୟରେ ଦେଖାଦିଅନ୍ତି ନାହିଁ ବୋଲି ଲଖମରାବାସୀ ଅଭିଯୋଗ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା