Masthead

ଗୋ ଚାଲାଣ ମାମଲାରେ ହାଇକୋର୍ଟଙ୍କ ରାୟ

କଟକ (ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବେଆଇନ ଗୋ ଚାଲାଣ । ଏନେଇ ବହୁବାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବି ରଖାଯାଇଥିଲା । ତେବେ ଏହାକୁ ଆଖି ଆଗରେ ରଖି ହାଇକୋର୍ଟଙ୍କ ବଡ଼ ନିଷ୍ପତି । ବେଆଇନ ଗୋ ଚାଲାଣ ଗାଡ଼ି ଜବତ ହେଲେ ଗାଡ଼ି ମାଲିକ ଦେବେ ଗୋ ପାଳନର ସମସ୍ତ ଖର୍ଚ୍ଚ । ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ବେଆଇନ ଗୋ ଚାଲାଣ ।ଯାହାକୁ ନେଇ ମଧ୍ୟ ରାଜ୍ୟରେ ଦେଖାଦେଇଥିଲା ଜନ ଅସନ୍ତୋଷ । ରାଜ୍ୟରେ ବେଆଇନ ଗୋ-ଚାଲାଣକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ମାନ୍ୟବର ହାଇକୋର୍ଟ ନେଇଛନ୍ତି ବଡ଼ ନିଷ୍ପତି । ହାଇକୋର୍ଟଙ୍କ ନିଷ୍ପତି କ୍ରମେ ବେଆଇନ ଗୋଚାଲଣ ମାମଲାରେ ଜବତ ହେଉଥିବା ଗାଈର ମାଲିକ ଉଦ୍ଧାର ଗ।।ଈଗୋରୁଙ୍କ ଦୈନିକ ଖର୍ଚ୍ଚ ବାବଦକୁ ଅର୍ଥ ଦେବେ ।

ଏନେଇ ଆବଶ୍ୟକ ଅର୍ଥ ନଦେବା ପର୍ଯ୍ୟନ୍ତ ସଂପୃକ୍ତ ଗାଡ଼ିକୁ ଜବତ କରି ରଖାଯିବ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି । ଖଣ୍ଡପଡ଼ା ଥାନା ଅଧିନରେ ଜବତ ଏକ ଗୁଡ଼ିକ ରିଲିଜ କରିବା ନେଇ ଜୀବ ବିକାଶ ପରିଷଦ ପକ୍ଷରୁ ରୁଜୁ ମାମଲାରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଖଣ୍ଡପଡ଼ା ପୋଲିସ ୨୦୨୦ ରେ ଜୁନ ୨୬ ରେ ଗୋ ଚାଲଣ କରୁଥିବା ୮ଟି ଗାଡ଼ିକୁ ଜବତ କରିଥିଲା । ସମସ୍ତ ଗାଡ଼ିକୁ ପୋଲିସ ଜବତ କରିବା ସହ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଥିଲେ ।

ପ୍ରତ୍ୟକ ଗାଡ଼ି ପାଇଁ ୫୦ ହଜାର ଏବଂ ୫ ଲକ୍ଷ ଟଙ୍କାର ସମ୍ପତ୍ତି ଦଣ୍ଡ ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ଚ୍ୟାଲେଞ୍ଜ କରି ଜୀବ ବିକାଶ ପରିଷଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେକହିଥିଲେ ଆବେଦନକାରୀ ସଂସ୍ଥା ପଶୁ ହିଂସା ବିରୋଧ ଆଇନ ଆଧାରରେ ପଞ୍ଜିକୃତ ତେଣୁ ଉଦ୍ଧାର ହୋଇଥିବା ଗୋରୁଗାଈଙ୍କ ସମସ୍ତ ଖର୍ଚ୍ଚ ତୁଲାଉଛି । କିନ୍ତୁ ଏହି ନିୟମ ଅନୁଯାୟୀ ପ୍ରତ୍ୟକ ଉଦ୍ଧାର ହୋଇଥିବା ଗାଈଗୋରୁଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ୨୦୦ ଟଙ୍କା ପରିବହନ ପାଇଁ ୨୦ ଟଙ୍କା ଏବଂ ପ୍ରତ୍ୟକ ଦିନ ଗୋରୁଙ୍କ ଖାଇବା ଖର୍ଚ୍ଚ ବାବଦରେ ୨୦୦ ଟଙ୍କା ସମ୍ପୃକ୍ତି ଗାଡ଼ି ମାଲିକ ପ୍ରଦାନ କରିବ ।

ତେଣୁ ଏଠାରେ ନିମ୍ନ ଅଦାଲତ ଗାଡ଼ି ଛାଡ଼ କରିବାବେଳେ ଉପରୋକ୍ତ ନିୟମ ସବୁର ଅନୁସରଣ କରିନାହାନ୍ତି ବୋଲି ହାଇକୋର୍ଟ ମତ ଦେବା ସହ ଗାଡ଼ି ଛାଡ଼ ପାଇଁ ଯେଉଁ ଆଦେଶ ଦିଆଯାଇଥିଲା ତାକୁ ରଦ୍ଦ କରିଛନ୍ତି । ସେହିପରି ପ୍ରିଭେନସନ ଅଫ କ୍ରୁଏଲିଟି ଟୁ ଆନିମଲସ ଆଇନ ୨୦୦୭ର ଧାରା ୫କୁ ଏଭଳି କ୍ଷେତ୍ରରେ ଲାଗୁ କରିବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ