Masthead

ଛତିଶଗଡକୁ ବେଆଇନ ବାଲି ଚାଲାଣ

ପଦ୍ମପୁର(ବଡ଼ ଖବର ବ୍ୟୁରୋ): ପଦ୍ମପୁର ଉପଖଣ୍ତ ସମ୍ବଲପୁରୀ ବାଲିଘାଟରୁ ଧରା ପଡିଲା ୯ ଟି ଟ୍ରାକ୍ଟର । ଗତକାଲି ଦିନ ବାରଟାରୁ ଗୋଟାଏ ଘଣ୍ଟା ମଧ୍ୟରେ ସମ୍ବଲପୁରୀ ବାଲିଘାଟରେ ଜଗଦଲପୁର ପୋଲିସ ପକ୍ଷରୁ ଅତର୍କିତ ଚଢାଉ କରାଯାଇଥିଲା । ସେହି ସମୟରେ ୫ଟି ବାଲି ବୋଝେଇ ଟ୍ରାକ୍ଟର ସମ୍ବଲପୁରୀ ଲହଣ୍ତିପୁର ରାସ୍ତା ମଝିରେ ଧରା ହୋଇଥିଲା । ୪ଟି ଟ୍ରାକ୍ଟର ବାଲିଘାଟରୁ ଧରା ପଡିଥିବା ସୂଚନା ଦେଇଛନ୍ତି ଜଗଦଲପୁର ଆଇଆଇସି ଲିଲିମା ଲଲିତା ବାର୍ଲା ।

ଖବର ପାଇ ପଦ୍ମପୁର ଏସଡିପିଓ ପ୍ରଦୀପ ସାହୁ ଜଗଦଲପୁର ଆଇଆଇସି ଲିଲିମା ଲଲିତା ବାର୍ଲାଙ୍କୁ ବାଲିଘାଟରେ ଚଢାଉ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜଗଦଲପୁର ଆଇଆଇସିଙ୍କ ସହିତ ଏଏସଆଇ ସତ୍ୟାନନ୍ଦ ଭୋଇ, ହାବିଲଦାର ଜିତେନ ଦାସଙ୍କ ସମେତ ଲଖମରା ଆରଆଇ ଦାମୋଦର ସୁନା ଚଢଉରେ ସାମିଲ ହୋଇଥିଲେ । ଗୋଟିଏ ଟ୍ରାକ୍ଟର ଓଡିଶାର ଏବଂ ବାକି ଆଠଟି ଟ୍ରାକ୍ଟର ଛତିଶଗଡ ଅଞ୍ଚଳର । ସମସ୍ତ ଟ୍ରାକ୍ଟର ଜବତ କରାଯାଇ ଜଗଦଲପୁର ଥାନାରେ ଅଟକ ରଖାଯାଇଛି । ଆରଟିଓଙ୍କୁ ଏ ବାବଦରେ ମଧ୍ୟ ସୂଚନା ଦିଆଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା