Masthead

୮ ପାକିସ୍ତାନୀ ଯବାନ ନିହତ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): କାହିଁକି ସୁଧୁରୁନି ପାକିସ୍ତାନ । ଅତଙ୍କବାଦୀ ଦେଶ ପାକିସ୍ତାନ ପୁଣି ଥରେ ଅସ୍ତ୍ରବିରତି ଉଲଙ୍ଘନ କରିଛି । ଯାହାର କଡ଼ା ଯବାବ ଦେଇଛି ଭାରତୀୟ ସେନା । ଏଲଓସିର କୁପୱାଡ଼ା ଠାରେ ଭାରତୀୟ ସେନାଙ୍କ ଗୁଳିମାଡ଼ରେ ୭ରୁ ୮ଜଣ ପାକିସ୍ତାନ ସେନା ନିହତ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି । ଏହାସହ ୧୦ରୁ ୧୨ଜଣ ସେନା ଆହତ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶା କରାଯାଉଛି । ଭାରତୀୟ ସେନା ପାକିସ୍ତାନର ଅନେକ ବଙ୍କର ଓ ଲଞ୍ଚ ପ୍ୟାଡ଼ ମଧ୍ୟ ଧ୍ୱଂସ କରିଥିବା ସୂଚନା ମିଳୁଛି । ଅନ୍ୟପଟେ ଗୁଳି ବିନିମୟରେ ୩ଜଣ ଭାରତୀୟ ସେନା ସହ ୩ଜଣ ସାଧାରଣ ଲୋକ ଶହୀଦ ହୋଇଛନ୍ତି । ଶହୀଦ ହୋଇଥିବା ଜବାନଙ୍କ ମଧ୍ୟରେ ଜଣେ ବିଏସଏଫ ଜବାନ ମଧ୍ୟ ରହିଛନ୍ତି ।

ପାକିସ୍ତାନର ଏପରି ବାରମ୍ବାର ଅସ୍ତ୍ରବିରତି ଉଲଙ୍ଘନକୁ ସର୍ବଦା ଭାରତୀୟ ସେନା କଡ଼ା ଜବାବ ଦେଇଛି । ଏଲଓସିରେ ଆଜିର ଏହି ଅସ୍ତ୍ରବିରତି ଉଲଙ୍ଘନକୁ ଭାରତୀୟ ସେନା ପ୍ରାଣପ୍ରଣେ କଡ଼ା ଜବାବ ଦେଇଛି । ପାକିସ୍ତାନୀ ସେନାଙ୍କୁ ଧୂଳି ଚଟାଇଛି ଭାରତୀୟ ସେନା । କର ବା ମର ପରିସ୍ଥିତିରେ ଆଜି ଭାରତୀୟ ସେନାର ୩ଜଣ ଯବାନ ଶହୀଦ ହୋଇ ପାକିସ୍ତାନୀ ସେନାର ଏକାଧିକ ବଙ୍କର ଏବଂ ଲଞ୍ଚ ପ୍ୟାଡ଼ ଧ୍ୱଂସ କରିବାରେ ସଫଳ ହୋଇଛନ୍ତି । ପାକିସ୍ତାନର ଏହି ଆଚରଣକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା