Masthead

ଭାରତୀୟ ବାୟୁସୀମାରେ ଉଡିବ ପାକିସ୍ତାନ ବିମାନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତୀୟଙ୍କ ଉଦାରତା ଓ ଆତିଥ୍ୟ ବିଶ୍ୱରେ ବିରଳ । ଶତ୍ରୁକୁ ସହଯେ୍ଧଜ୍ଞ କରିବା ଭାରତୀୟ ସଂସ୍କୃତି ଓ ପରମ୍ପରାର ଏକ ଅଙ୍ଗ । ଯାହା ଏବେ ପାକିସ୍ତାନ ପାଇଁ ଭାରତ କରିଛି । ଭାରତୀୟ ବାୟୁସୀମାରେ ଉଡିବ ପାକିସ୍ତାନ ବିମାନ । ଭାରତକୁ ଅନୁମତି ଦେଇନଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଭାରତ ଦେଲା ଅନୁମତି।

୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିମାନକୁ ପାକିସ୍ତାନ ବାୟୁସୀମାରେ ଉଡ଼ାଣ ଲାଗି ଅନୁମତି ଦେଇନଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଏବଂ ସାଉଦି ଆବର ଗସ୍ତ କରିବା କାର୍ଯ୍ୟକ୍ରମ ଥିବାବେଳେ ପାକିସ୍ତାନ ସେହି ସମୟରେ ନିଜ ଏୟାରସ୍ପେସ ଖୋଲିବାକୁ ମନା କରିଦେଇଥିଲା । କାଶ୍ମୀରରେ ଭାରତ ମାନବାଧିକାର ଉଲ୍ଲଂଘନ ଅଭିଯୋଗ ଆଣିଥିଲା ପାକିସ୍ତାନ । ଏହି ଘଟଣାକୁ ନେଇ ଅନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଂଗଠନ ନିକଟରେ ଭାରତ ଅଭିଯୋଗ କରିଥିଲା।

ଭାରତୀୟ ବାୟୁସୀମା ଦେଇ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ବିମାନ ଉଡ଼ିବା ଲାଗି ଅନୁମତି ଦିଆଯାଇଛି । ଇମ୍ରାନ ଦୁଇ ଦିନିଆ ଶ୍ରୀଲଙ୍କା ଗସ୍ତ କରିବାକୁ ଥିବାରୁ ଭାରତୀୟ ବାୟୁସୀମା ଦେଇ ତାଙ୍କ ବିମାନ ଉଡ଼ିବା ଲାଗି ପାକିସ୍ତାନ ଅନୁମତି ମାଗିଥିଲା। ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ପାକିସ୍ତାନକୁ ଅନୁମତି ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା