ମନରେ ମନ ମିଶିଲା, ପୋଲିସ ଆଗରେ ପଡ଼ିଲା ହାତଗଣ୍ଠି

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ମନ କୁ ମନ ମିଶିଲା । ଅଗ୍ନି ଦଶଦିଗପାଳ କୁ ସାକ୍ଷୀ ରଖି ଦୁହେଁ ବିବାହ ବନ୍ଦନ ରେ ବାନ୍ଧି ହୋଇ ଏକ ହେଲେ ଦେବୀ ଓ ମାମୁନି ଓରଫ ନଗମା । ପ୍ରେମ ଏକ ସଂଜ୍ଞା ହୀନ ଶବ୍ଦ । ପ୍ରେମ ମାନେନି ଜାତି ଧର୍ମ । ପ୍ରେମ ମାନେନି ଧନୀ ଗରିବ । ପ୍ରେମ କେବଳ ଯୋଡ଼େ ବନ୍ଧନ । ଇତିହାସ କିମ୍ବା ପୁରାଣରୁ ଅନେକ ପ୍ରେମ କାହାଣୀ ଶୁଣିଥିବେ । ସେ ହୀର ରାଞ୍ଝାଙ୍କ କଥା ହେଉ କି ଶାହାଯାହାନ ମମତାଜଙ୍କ ଅମର ପ୍ରେମ କାହାଣୀ କଥା କୁହାଯାଉ । ପ୍ରେମ ଯୁଗ ଯୁଗ ରେ ଅମର । ଏହିଭଳି ଏକ ପ୍ରେମ କାହାଣୀ କୁ ବାସ୍ତବତା ର ରୂପ ଦେଇଛନ୍ତି ବାଲେଶ୍ୱର ଅଞ୍ଚଳର ପ୍ରେମିକା କେନ୍ଦ୍ରାପଡା ଅଞ୍ଚଳର ପ୍ରେମିକ ।

ଟିକେ ଭଲ କରି ଦେଖନ୍ତୁ ବିବାହ ମଣ୍ଡପ କୁ । ହିନ୍ଦୁ ରୀତି ଅନୁସାରେ ବର କନିଆଁ ବସିଛନ୍ତି । ଉଭୟ ପକ୍ଷର କର୍ତା ତଥା ପରିଜନ ମଧ୍ୟ ଉପସ୍ଥିତ ରହିଛନ୍ତି । ଏପଟେ ବ୍ରାହ୍ମଣଙ୍କ ମନ୍ତ୍ର ମଧ୍ୟ ଚାଲିଛି , ହେଲେ ପାଖରେ ବସିଛନ୍ତି ପୋଲିସ । ପୋଲିସ ର ସୁରକ୍ଷା ବଳୟ ଭିତରେ ଚାଲିଛି ଏହି ବିବାହ କାର୍ଯ୍ୟ। ତେବେ ଏଇଠି ପ୍ରଶ୍ନ ଉଠିବ ବିବାହ କାର୍ଯ୍ୟରେ ପୋଲିସର କାମ କ’ଣ । ତେବେ ଏଇ ମଧ୍ୟରେ ରହିଛି ଉଭୟ ଝିଅ ପୁଅଙ୍କ ପ୍ରେମ କାହାଣୀ । ପ୍ରେମିକ ଜଣଙ୍କ ହେଉଛନ୍ତି ଜଣେ ବିଚାରଧୀନ ବନ୍ଦୀ । କେବଳ ବିବାହ ପାଇଁ ତାଙ୍କୁ ଆଜି ଜେଲରୁ ସୁରକ୍ଷା ବଳୟ ଭିତରେ ଆଣିଛି ପୋଲିସ ।

କେନ୍ଦ୍ରାପଡା ରାଜକନିକା ଅଞ୍ଚଳର ଦେବୀପ୍ରସାଦ ମିଶ୍ର ବାଲେଶ୍ୱରରେ ଏକ ଘରୋଇ କମ୍ପାନୀରେ କାମ କରି ଆସୁଥିଲେ । ତେବେ ସେହି କମ୍ପାନୀରେ କାମ କରୁଥିବା ବାଲେଶ୍ୱର ରୁପ୍ସା ଅଞ୍ଚଳର ମାମୁନି ପାଣିଗ୍ରାହୀ ଓରଫ ନଗମା ପରବିନଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ହେଲେ ଉଭୟ ପକ୍ଷର ଘରୋଇ ପ୍ରତିବନ୍ଧକ ଯୋଗୁଁ ଉଭୟ ନିଜ ଠାରୁ ଦୂରେଇ ଯାଇଥିଲେ । ଏନେଇ ବାଲେଶ୍ୱର ଏଡିଜେ-୨ କୋର୍ଟରେ ମାମଲା ମଧ୍ୟ ବିଚାରଧୀନ ରହିଛି । ତେବେ ଉଭୟ ଝିଅ ପୁଅଙ୍କ ସମ୍ମତି କ୍ରମେ ସେମାନଙ୍କୁ ବିବାହ କରିବା ପାଇଁ ଏଡିଜେ-୨ ଜର୍ଜ ସୁବାସ କୁମାର ବେହାରୀ ଅନୁମତି ଦେବା ପରେ ଏହି ବିବାହ ସମ୍ପୂର୍ଣ୍ଣ ହୋଇଛି ।

ତେବେ ଆମ ଦେଶର ସମ୍ବିଧାନ ସମସ୍ତଙ୍କୁ ତଥା ଆମ ଆଇନ କାନୁନ ଆମକୁ ନିଜ ପସନ୍ଦର ଜୀବନସାଥୀ ବାଛିବାର ଅଧିକାର ଦେଇଛି । ତେଣୁ ଏନେଇ ଉଭୟ ପ୍ରେମିକା ଓ ପ୍ରେମିକ ବେଶ ଖୁସ ଥିବା କହିଛନ୍ତି ଉଭୟଙ୍କ ଓକିଲ । ଯେଉଁ କାରଣକୁ ନେଇ ପ୍ରେମିକ ଜଣକ ଜେଲରେ ରହିଛନ୍ତି ଏହାପରେ ସେ ମୁକୁଳିବା ପାଇଁ ମାନ୍ୟବର କୋର୍ଟଙ୍କ ପାଖରେ ପ୍ରାର୍ଥନା କରିବେ ବୋଲି କହିଛନ୍ତି । ଅନ୍ୟପଟେ ଏହି ଖବର ପାଇ ବିଭିନ୍ନ ମହଲରୁ ଲୋକେ ଆସି ଦମ୍ପତିଙ୍କୁ ଆଶ୍ରିବାଦ କରିଥିବା ଦେଖିବାକୁ ମିଳିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!