Masthead

ଚାଲିଗଲେ ଗୋବିନ୍ଦ, ଦୁଃଖ ଦରିଆରେ ରହିଗଲେ ପଞ୍ଚାଳୀ

କାମାକ୍ଷାନଗର, (ବଡ଼ ଖବର ବ୍ୟୁରୋ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଜଗନ୍ନାଥପୁର ପଞ୍ଚାୟତ କଙ୍ଗେଇଲୋ ଗାଁରେ ବାସ କରନ୍ତି ବୃଦ୍ଧା ପଞ୍ଚାଳୀ ପରିଡ଼ା (୬୫)। ଆଜକୁ ୧୦ ବର୍ଷ ତଳେ ସ୍ୱାମୀ ଗୋବିନ୍ଦ ଅଜଣା ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଥିଲେ। ପରିବାର କହିଲେ ଏକମାତ୍ର ପୁଅ ଦଣ୍ଡଧର ପରିଡ଼ା ଏବଂ ପଞ୍ଚାଳୀ। ସ୍ୱାମୀଙ୍କ ମୃତ୍ୟୁ ପରେ ସତେଯେପରି ପରିବାରର ମେରୁଦଣ୍ଡ ଭାଙ୍ଗିଗଲା। ଆଉ ଆରମ୍ଭ ହୋଇଗଲା ଦାରୁଣ ଦୁଃଖ। ଅଭାବୀ ଜୀବନ ସାଙ୍ଗକୁ ବାର୍ଦ୍ଧକ୍ୟ ପଞ୍ଚାଳୀଙ୍କ ପରିବାରକୁ ସମ୍ପୂର୍ଣ୍ଣ ନିଃସହାୟ କରିଦେଇଛି। ଭଙ୍ଗା କୁଡ଼ିଆରେ ବିତୁଛି ଅଭିଶପ୍ତ ଜୀବନ। ସତରେ ଗରିବ ହୋଇ ଜନ୍ମ ନେବା କ’ଣ ପାପ? ଗରିବ ନିଃସହାୟଙ୍କ ପାଇଁ ସରକାର ଅନେକ ଜନହିତକର ଯୋଜନା କରିଛନ୍ତି। କିନ୍ତୁ ସେ ଆଜି ବି ସମସ୍ତ ସରକାରୀ ସହାୟତାରୁ ବଞ୍ଚିତ। ୫ କେ.ଜି ଚାଉଳ ହେଉଛି ତାଙ୍କ ଭାତ ହାଣ୍ଡି। ପେଟ ପୋଷିବା ପାଇଁ ଶେଷରେ ପର ପାଖରେ ମୂଲ ଲାଗିବାକୁ ପଡ଼ୁଛି। ହେଲେ ବୟସର ଅପରାହ୍ନରେ ଥିବା ପଞ୍ଚାଳୀ ଏ ଦାରୁଣ କଷ୍ଟକୁ ଆଉ ସହ୍ୟ କରିପାରୁନାହାନ୍ତି। ଶେଷରେ ଦିନରେ ସୁରୁଜ ରାତିରେ ତାରା ଦେଖା ଯାଉଥିବା ଘର ଖଣ୍ଡିକ ଲଗାଣ ବର୍ଷା କାରଣରୁ ଭୁଶୁଡ଼ି ପଡ଼ିଲା। ଏବେ ପେଟର ଦୁଃଖ ସାଙ୍ଗକୁ ରହିବାର ଦୁଃଖ ଦ୍ୱିଗୁଣିତ ହୋଇଯାଇଛି।
ଘରଟିଏ ପାଇଁ ସରପଞ୍ଚଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ୟ୍ୟନ୍ତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ଫଳ ଶୂନ। ଶେଷରେ ଆଶା ଛାଡ଼ି ଦେଇଛନ୍ତି ପଞ୍ଚାଳୀ। ବାରମ୍ବାର ବିଡିଓଙ୍କ ନିକଟରେ ଅଭିଯୋଗ କରିବା ସହ ନିଜ ଗୁହାରି ଜଣେଇଥିଲେ ମଧ୍ୟ ଶୁଣିବାକୁ କେହି ନାହାନ୍ତି। ପଞ୍ଚାଳୀଙ୍କ ଏହି ଦୁଃଖ ସମୟରେ ପ୍ରଶାସନିକ ଅଧିକାରୀଙ୍କ ଅଣଦେଖା ସ୍ଥାନୀୟ ବାସିନ୍ଦାଙ୍କ ମନକୁ ଆନ୍ଦୋଳିତ କରିଛି। ତୁରନ୍ତ ଏହି ନିଃସହାୟ ବିଧବା ବୃଦ୍ଧାଙ୍କୁ ଘର ଖଣ୍ଡିଏ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ନ ଥିବା ଏହି ଦୁଃଖିନୀ, ଅସହାୟ ବୃଦ୍ଧାଙ୍କ ପ୍ରତି ପ୍ରଶାସନ କେବେ ସହାୟତାର ହାତ ବଢ଼ାଉଛି ସେହି ଦିନକୁ ଅପେକ୍ଷା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼