Masthead

୧୧ଟି ପର୍ଯ୍ୟାୟରେ ସେପ୍ଟେମ୍ବର ୨୪ରୁ ବିହାରରେ ପଞ୍ଚାୟତ ନିର୍ବାଚନ

ପାଟନା(ବଡ଼ ଖବର ବ୍ୟୁରୋ): ବିହାର ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ବିହାର ନିର୍ବାଚନ କମିଶନ । ସେପ୍ଟେମ୍ବର ୨୪ରୁ ଆରମ୍ଭ ହୋଇ ୧୧ଟି ପର୍ଯ୍ୟାୟରେ ହେବ ବିହାରରେ ପଞ୍ଚାୟତ ନିର୍ବାଚନ । ନାମାଙ୍କନ ପତ୍ର ଦାଖଲର ତାରିଖ ମଧ୍ୟ ଘୋଷଣା କରାଯାଇଛି । ସେହିଭଳି ଭୋଜପୁର, ବକ୍ସର, ପାଟନା, କଇମୁର ଏବଂ ରୋହାତସରେ ୧୦ଟି ପର୍ଯ୍ୟାୟରେ ହେବ ନିର୍ବାଚନ । ତେବେ ନିର୍ବାଚନ ପର୍ଯ୍ୟାୟ ଘୋଷଣା ସହିତ ପ୍ରର୍ଥୀପତ୍ର ଦାଖଲ, ନାମାଙ୍କନ ପ୍ରତ୍ୟାହାର ଓ କ୍ୟାମ୍ପେନିଂର ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରାଯାଇଛି ।

ପ୍ରାର୍ଥୀ ମାନେ ମୁଖିଆ, ସରପଞ୍ଚ, ପଞ୍ଚ, ପଞ୍ଚାୟତ କମିଟି ମେମ୍ବର ଏବଂ ଜିଲ୍ଲା କାଉନ୍ସିଲ ମେମ୍ବର ପାଇଁ ପ୍ରାର୍ଥୀପତ୍ର ଦାଖଲ କରିହେବ । ଅଗଷ୍ଟ ୨୫ରୁ ଅଗଷ୍ଟ ୩୧ ସମୟ ୧୧ଟାରୁ ୪ଟା ମଧ୍ୟରେ ପ୍ରାର୍ଥିପତ୍ର ଦାଖଲ ହେବ । ତେବେ ବିହାର ପଞ୍ଚାୟତ ନିର୍ବାଚନରେ ୨ଲକ୍ଷ ୫୯ହଜାର ୨୬୦ ଆସନ ପାଇଁ ପ୍ରାୟ ୧୦ଲକ୍ଷ ପ୍ରାର୍ଥୀ ଆଶାୟୀ ଅଛନ୍ତି । ସେପ୍ଟେମ୍ବର ୨୪ରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ।

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସେପ୍ଟେମ୍ବର ୩୦, ତୃତୀୟ ଅକ୍ଟୋବର ୮, ଚତୁର୍ଥ ପର୍ଯ୍ୟାୟ ଅକ୍ଟୋବର ୨୦, ପଞ୍ଚମ ପର୍ଯ୍ୟାୟ ଅକ୍ଟୋବର ୨୪, ଷଷ୍ଠ ପର୍ଯ୍ୟାୟ ନଭେମ୍ବର ୩, ସପ୍ତମ ପର୍ଯ୍ୟାୟ ନଭେମ୍ବର ୧୫, ଅଷ୍ଟମ ପର୍ଯ୍ୟାୟ ନଭେମ୍ବର ୨୪, ନବମ ପର୍ଯ୍ୟାୟ ନଭେମ୍ବର ୨୯, ଦଶମ ଡିସେମ୍ବର ୮, ଏବଂ ଏକାଦଶ ପର୍ଯ୍ୟାୟ ଡିସେମ୍ବର ୧୨ ରେ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା