Masthead

‘ପଞ୍ଚାୟତିରାଜ ବ୍ୟବସ୍ଥା ମାଟିରେ ମିଶିଛି, ସରପଞ୍ଚଙ୍କ କ୍ଷମତା ନାହିଁ’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡି ସରକାର ପଞ୍ଚାୟତ ରାଜ ବ୍ୟବସ୍ଥା ମାଟିରେ ମିଶେଇ ଦେଇଛନ୍ତି। ପଞ୍ଚାରାଜ ବ୍ୟବସ୍ଥାରେ ସରପଞ୍ଚ ସବୁ ନିଷ୍ପତ୍ତି ନେବାର କ୍ଷମତା ରହିଛି। କିନ୍ତୁ ନବୀନ ସରକାର ତାଙ୍କ ହାତରୁ କ୍ଷମତା କାଢି ନେଇଛନ୍ତି। ସରପଞ୍ଚମାନଙ୍କୁ ବିଡିଓଙ୍କ ଅଧସ୍ତନ କରିଦିଆଯାଇଛି। ଏନେଇ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ । ଏହାସହ ସେ କହିଛନ୍ତି ବିଡିଓଙ୍କ ବିନା ଅନୁମତିରେ ସେମାନେ କୌଣସି ନିଷ୍ପତ୍ତି ନେଇ ପାରୁନାହାନ୍ତି।

ମୁଖ୍ୟମନ୍ତ୍ରୀ ଗୋଟିଏ ପଟେ କହୁଛନ୍ତି, ପଞ୍ଚାୟତରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଯୋଜନା ପରେ ଯୋଜନା କରୁଛନ୍ତି। କିନ୍ତୁ ବିଜେଡିର ନେତା, ମନ୍ତ୍ରୀ, ବିଧାୟକ ସରପଞ୍ଚମାନଙ୍କୁ କାଠ କଣ୍ଢେଇ କରି ଟଙ୍କା ହରିଲୁଟ କରୁଛନ୍ତି। ମୁଖ୍ୟମନ୍ତ୍ରୀ ଏହାର ଉତ୍ତର ଦେବେ କି ? ବିଜେଡି କହୁଛି ରାଜ୍ୟରେ ଦୁର୍ନୀତିମୁକ୍ତ ସରକାର। କିନ୍ତୁ ତାଳରୁ ତଳିପା ପିସି କାରବାର ଚରମସୀମାରେ। ସେପଟେ ରଜ୍ୟ ସରକାର ପଂଚାୟତ ନିର୍ବାଚନ ପାଇଁ ଯେଉଁ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି ତାହା ଦଳକୁ ସୁହାଇଲା ପରି କରିଛନ୍ତି। ପୁରାପୁରି ପକ୍ଷପତିତା କରାଯାଇଛି।

ଅନେକ ପଂଚାୟତରେ ଓବିସି କ୍ୟାଟେଗୋରି ପାଇଁ ବ୍ୟବସ୍ଥା ନାହିଁ। ଏସସି/ଏସଟି ପାଇଁ ମଧ୍ୟ ଟାଳଟୁଳ ନୀତି ଅବଳମ୍ବନ କରିଛି। କଂଗ୍ରେସ ପଞ୍ଚାୟତ ନିର୍ବାଚନ ନଜରରେ ରଖି ପ୍ରତିଟି ପଂଚାୟତ ପାଇଁ ଇସ୍ତାହାର ଜାରି କରିବ। ଆସନ୍ତାକାଲି ନିର୍ବାଚନ କମିଶନ ପକ୍ଷରୁ ଡ଼କାଯାଇଥିବା ଅଲ୍ ପାର୍ଟି ମିଟିଂରେ କଂଗ୍ରେସ ଏହି ପ୍ରସଙ୍ଗ ଉଠାଇବ ବୋଲି ଦଳର ମୁଖପାତ୍ର ସୁଦର୍ଶନ ଦାସ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର