Masthead

ନଦୀରୁ ମିଳିଲା ୨ଭଉଣୀଙ୍କ ମୃତଦେହ

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ):  ବୈତରଣୀ ନଦୀରୁ ଉଦ୍ଧାର ହେଲା ଦୁଇ ଭଉଣୀଙ୍କ ମୃତଦେହ । ଭଦ୍ରକ ଜିଲ୍ଲା ଆରଡ଼ି ଫାଣ୍ଡି ଅଧିନସ୍ଥ ମୁଆଁ ଗାଆଁର ୨ ଝିଅଙ୍କର ମୃତଦେହ ଉଦ୍ଧାର ହୋଇଛି। ଗତକାଲିରୁ ନିଖୋଜ ଥିଲେ। ମାମୁଁ ଝିଅ ଓ ସମ୍ପର୍କୀୟ ଭଉଣୀ ଗତକାଲି ମଧ୍ୟାହ୍ନ ସମୟରୁ ନିଖୋଜ ଥିଲେ। ମୁହାଁ ଗାଁ ପିତାମ୍ବର ଦାସଙ୍କ ଝିଅ ଭୂମିକା ଦାସ ଏବଂ ଵାପିନା ଦାସଙ୍କ ଝିଅ ବର୍ଷାରାଣୀ ଦାସ ବୋଲି ଜଣାପଡ଼ିଛି ।

 

ଏଥର ଦଶମ ଶ୍ରେଣୀରେ ପରୀକ୍ଷା ଦେଇଥିଲେ ଭୂମିକା ଦାସ ଏବଂ ଅନ୍ୟ ସମ୍ପର୍କୀୟ ଭଉଣୀ ବର୍ଷା ରାଣୀ ଦାସ +୨ ରେ ପରୀକ୍ଷା ଦେଇଥିଲେ। ଜଣକୁ ପୋଲିସ କଇଁଆ ଗୁଲା ଘାଟ ପାଖରୁ ଉଦ୍ଧାର କରିଥିଲେ। ଅନ୍ୟ ଜଣଙ୍କୁ ଆରଡ଼ି ମୁଆଁ ଘାଟରୁ ଉଦ୍ଧାର କରିଥିଲେ। ଉଭୟ ମୃତ ଦେହକୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିଲେ। କେଉଁ କାରଣରୁ ଏବଂ ବୈତରଣୀ ନଦୀକୁ କିପରି ଯାଇ ନିଖୋଜ ହୋଇ ଥିଲେ କାରଣ ଏ ଯାଏଁ ଅସ୍ପଷ୍ଟ ଅଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ