Masthead

ତାଲିବାନ କବଜାରେ ପଞ୍ଜଶିର

(ବଡ଼ ଖବର ବ୍ୟୁରୋ): ଆଫଗାନିସ୍ତାନରେ ସରକାର ଗଠନ କରିବାର କିଛି ସମୟ ପୂର୍ବରୁ ତାଲିବାନ ବାହିନୀ ଶୁକ୍ରବାର ରାତିରେ ପଞ୍ଜଶିର ଦଖଲ କରିଛି । ଏଥିସହ ଆଫଗାନିସ୍ତାନର ୩୪ ପ୍ରଦେଶ ତାଲିବାନ କବଜାରେ । ଏହି ସଙ୍ଗଠନ ସମଗ୍ର ଦେଶକୁ ନିଜ କବଜାକୁ ନେଇଥିବା ବେଳେ ପଞ୍ଜଶିର ଉପତ୍ୟକାକୁ ରେଜିଷ୍ଟାଣ୍ଟ ଫୋର୍ସ ଅକ୍ତିଆର କରି ରଖିଥିଲା । ଆଲ୍ଲାଙ୍କ କୃପାରୁ ଆମେ ସମଗ୍ର ଆଫଗାନିସ୍ତାନକୁ ଦଖଲ କରିଛୁ । ବିରୋଧୀ ପରାଜିତ ହୋଇଛନ୍ତି ବୋଲି ଜନୈକ ତାଲିବାନ କମାଣ୍ଡର କହିଛନ୍ତି । କବୁଲରେ ତାଲିବାନ ମାନେ ପଞ୍ଜଶିର ଦଖଲର ଉତ୍ସବ ମନାଉଥିବା ବେଳର ଦୃଶ୍ୟ ଦେଖିବାକୁ ମିଳିଛି ।

ଅନ୍ୟପକ୍ଷେ ବିରୋଧୀ ବାହିନୀର ନେତୃତ୍ୱ ନେଉଥିବା ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ଦେଶଛାଡି ପଳାଇଥିବା ଖବରକୁ ଅସ୍ୱୀକାର କରିଛନ୍ତି । ସେ ସେଠାରେ ଅଛନ୍ତି ଓ ଦେଶ ମାତୃକାର ମର୍ଯ୍ୟାଦା ରକ୍ଷା ପାଇଁ ପ୍ରତିଶୋଧ ଜାରିରଖିବେ ବେଲି କହିଛନ୍ତି। ପଞ୍ଜଶିର ପତନ ଖବରକୁ ସାଲେହଙ୍କ ପୁଅ ଏବାଦିଲ୍ଲା ଖଣ୍ଡନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ