Masthead

ଗାଁ ଦାଣ୍ଡରେ ଆଣ୍ଠୁଏ ପାଣି , ରାସ୍ତା ମରାମତି ପାଇଁ ଦାବି

ପାପଡାହାଣ୍ଡି (ବଡ଼ ଖବର ବ୍ୟୁରୋ) : ଗାଁ ରାସ୍ତାରେ ଆଣ୍ଠୁଏ ପାଣି । ଯାତାୟତରେ ବାଧାପ୍ରାପ୍ତ ସାହି ବାସିନ୍ଦା । ସାହି ରାସ୍ତାରେ ବଡ଼ ଗାତ ହୋଇ ଅଳ୍ପ ବର୍ଷାରେ କୁତ୍ରିମ ପୋଖରୀ ସୃଷ୍ଟି ହୋଇ ଯିବା ଆସିବା ପାଇଁ କଷ୍ଟ ସାଧ୍ୟ ହୋଇଛି । ପ୍ରଶାସନ ଅଧିକାରୀ ସେହି ରାସ୍ତାଦେଇ ଯାଉଛନ୍ତି କିନ୍ତୁ ରାସ୍ତା ପ୍ରତି ଧ୍ୟାନ ନ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ରାସ୍ତା ଉପରେ କୁତ୍ରିମ ପୋଖରୀ ସୃଷ୍ଟି ହୋଇଥିବା ବେଳେ ନିତିଦିନିଆ ଯିବାଆସିବା କରୁଥିବା ଯାତ୍ରୀମାନେ ଦୁର୍ଘଟଣାର ଶିକାର ମଧ୍ୟ ହୋଇଛନ୍ତି ।

ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ କଣ୍ଟାମାଳ ପଂଚାୟତ ରୋତିଗୁଡା ଗାଁରେ । ଏହି ରାସ୍ତାଦେଇ ପ୍ରତିଦିନ ଲୋକେ ଏବଂ ଯାନବାହନ ଯିବାଆସିବା କରୁଥିବା ବେଳେ ସରକାରଙ୍କ ତରଫରୁ ଲକ୍ଷ୍ମୀ ବସ ମଧ୍ୟ ଯାଉଛି । ଯିବା ସମୟରେ ଅନେକ ଥର ଅସୁବିଧାର ସମ୍ମୁଖୀନ ହୋଉଛନ୍ତି ବୋଲି କହିଛନ୍ତି ଗ୍ରାମବାସୀ । ସ୍କୁଲ ଛାତ୍ରଛାତ୍ରୀ ହେଉ କି ଅଙ୍ଗନୱାଡି ଛାତ୍ରଛାତ୍ରୀ ହୁଅନ୍ତୁ ଏହି ରାସ୍ତାଦେଇ ପ୍ରତିଦିନ ଯାଉଛନ୍ତି । ବିପଦପୂର୍ଣ୍ଣ ରାସ୍ତା ହୋଇଥିବା ପରେ ମଧ୍ୟ ଗୋଟିଏ ରାସ୍ତାର ଭରସାରେ ହିଁ ଅଛନ୍ତି ଗ୍ରାମବାସୀ ।

ପ୍ରଶାସନ ଏହି ରାସ୍ତା ବିଷୟରେ ଅବଗତ ଥାଇ ମଧ୍ୟ ମରାମତି ନ କରିବା ଦୁର୍ଭାଗ୍ୟର ବିଷୟ ବୋଲି ଆଲୋଚନା ହେଉଛି । ସିମେଣ୍ଟ ରାସ୍ତା ନିର୍ମାଣ ହୋଇଥିଲେ ରାସ୍ତା ମଝିରେ ଦୁଇ ଫୁଟର ଗାତ ହୋଇଛି । ଯାହାକି ଅଳ୍ପ ବର୍ଷାରେ ଆଣ୍ଠୁଏ ପାଣି ରହୁଛି । ଆଉ ଗୋଟିଏ ମୁଖ୍ୟ ସମସ୍ୟା ହୋଉଛି ରାସ୍ତାର ଉଭୟ ପାର୍ଶ୍ୱରେ ଡ୍ରେନେଜର ବ୍ୟବସ୍ଥା ନାହିଁ । ଫଳରେ ଘରୋଇ ବ୍ୟବହୃତ ହୋଇଥିବା ମଇଳା ଆବର୍ଜନା ପାଣି ରାସ୍ତା ଉପରକୁ ଆସି ପୋଖରୀ ସୃଷ୍ଟି ହୋଉଛି । ଖବର ପ୍ରସାରଣ ପରେ ପ୍ରଶାସନ ତତ୍ପରତା ଦେଖାଇ ଶୀଘ୍ର ଏହି ରାସ୍ତାର ମରାମୋତି ଓ ରାସ୍ତାର ଉଭୟ ପାର୍ଶ୍ୱରେ ଡ୍ରେନ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ