Masthead

ଗାଁ ଦାଣ୍ଡରେ ଆଣ୍ଠୁଏ ପାଣି , ରାସ୍ତା ମରାମତି ପାଇଁ ଦାବି

ପାପଡାହାଣ୍ଡି (ବଡ଼ ଖବର ବ୍ୟୁରୋ) : ଗାଁ ରାସ୍ତାରେ ଆଣ୍ଠୁଏ ପାଣି । ଯାତାୟତରେ ବାଧାପ୍ରାପ୍ତ ସାହି ବାସିନ୍ଦା । ସାହି ରାସ୍ତାରେ ବଡ଼ ଗାତ ହୋଇ ଅଳ୍ପ ବର୍ଷାରେ କୁତ୍ରିମ ପୋଖରୀ ସୃଷ୍ଟି ହୋଇ ଯିବା ଆସିବା ପାଇଁ କଷ୍ଟ ସାଧ୍ୟ ହୋଇଛି । ପ୍ରଶାସନ ଅଧିକାରୀ ସେହି ରାସ୍ତାଦେଇ ଯାଉଛନ୍ତି କିନ୍ତୁ ରାସ୍ତା ପ୍ରତି ଧ୍ୟାନ ନ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ରାସ୍ତା ଉପରେ କୁତ୍ରିମ ପୋଖରୀ ସୃଷ୍ଟି ହୋଇଥିବା ବେଳେ ନିତିଦିନିଆ ଯିବାଆସିବା କରୁଥିବା ଯାତ୍ରୀମାନେ ଦୁର୍ଘଟଣାର ଶିକାର ମଧ୍ୟ ହୋଇଛନ୍ତି ।

ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ କଣ୍ଟାମାଳ ପଂଚାୟତ ରୋତିଗୁଡା ଗାଁରେ । ଏହି ରାସ୍ତାଦେଇ ପ୍ରତିଦିନ ଲୋକେ ଏବଂ ଯାନବାହନ ଯିବାଆସିବା କରୁଥିବା ବେଳେ ସରକାରଙ୍କ ତରଫରୁ ଲକ୍ଷ୍ମୀ ବସ ମଧ୍ୟ ଯାଉଛି । ଯିବା ସମୟରେ ଅନେକ ଥର ଅସୁବିଧାର ସମ୍ମୁଖୀନ ହୋଉଛନ୍ତି ବୋଲି କହିଛନ୍ତି ଗ୍ରାମବାସୀ । ସ୍କୁଲ ଛାତ୍ରଛାତ୍ରୀ ହେଉ କି ଅଙ୍ଗନୱାଡି ଛାତ୍ରଛାତ୍ରୀ ହୁଅନ୍ତୁ ଏହି ରାସ୍ତାଦେଇ ପ୍ରତିଦିନ ଯାଉଛନ୍ତି । ବିପଦପୂର୍ଣ୍ଣ ରାସ୍ତା ହୋଇଥିବା ପରେ ମଧ୍ୟ ଗୋଟିଏ ରାସ୍ତାର ଭରସାରେ ହିଁ ଅଛନ୍ତି ଗ୍ରାମବାସୀ ।

ପ୍ରଶାସନ ଏହି ରାସ୍ତା ବିଷୟରେ ଅବଗତ ଥାଇ ମଧ୍ୟ ମରାମତି ନ କରିବା ଦୁର୍ଭାଗ୍ୟର ବିଷୟ ବୋଲି ଆଲୋଚନା ହେଉଛି । ସିମେଣ୍ଟ ରାସ୍ତା ନିର୍ମାଣ ହୋଇଥିଲେ ରାସ୍ତା ମଝିରେ ଦୁଇ ଫୁଟର ଗାତ ହୋଇଛି । ଯାହାକି ଅଳ୍ପ ବର୍ଷାରେ ଆଣ୍ଠୁଏ ପାଣି ରହୁଛି । ଆଉ ଗୋଟିଏ ମୁଖ୍ୟ ସମସ୍ୟା ହୋଉଛି ରାସ୍ତାର ଉଭୟ ପାର୍ଶ୍ୱରେ ଡ୍ରେନେଜର ବ୍ୟବସ୍ଥା ନାହିଁ । ଫଳରେ ଘରୋଇ ବ୍ୟବହୃତ ହୋଇଥିବା ମଇଳା ଆବର୍ଜନା ପାଣି ରାସ୍ତା ଉପରକୁ ଆସି ପୋଖରୀ ସୃଷ୍ଟି ହୋଉଛି । ଖବର ପ୍ରସାରଣ ପରେ ପ୍ରଶାସନ ତତ୍ପରତା ଦେଖାଇ ଶୀଘ୍ର ଏହି ରାସ୍ତାର ମରାମୋତି ଓ ରାସ୍ତାର ଉଭୟ ପାର୍ଶ୍ୱରେ ଡ୍ରେନ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି