ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପ୍ରଣବ ମୁଖାର୍ଜୀ ରାଷ୍ଟ୍ରପତି ହୋଇଯିବା ପରେ କଂଗ୍ରେସ ଦଳ ରାଜନୈତିକ ଫୋକସ ହରାଇ ଦେଇଥିଲା । କିଛି କଂଗ୍ରେସ ସଦସ୍ୟ ବିଶ୍ୱାସ କରୁଥିଲେ ସେ ଯଦି ୨୦୦୪ରେ ପ୍ରଧାନମନ୍ତ୍ରୀ ବନିଥାନ୍ତେ ତା’ହେଲେ ୨୦୧୪ ଲୋକସଭା ନିର୍ବାଚନରେ ଦଳ ବିପର୍ଯ୍ୟୟକୁ ଏଡ଼ାଇପାରିଥାନ୍ତେ । ଏସବୁ ସହ ଆହୁରି ଅନେକ କିଛି ରୋଚକ କଥା ଏବଂ ଖୁଲାସା ନିଜ ଆତ୍ମକଥାରେ ଲେଖିଛନ୍ତି ପ୍ରଣବ ମୁଖାର୍ଜୀ । ଜାନୁଆରୀରେ ଲୋକାର୍ପଣ ହେବାକୁ ଥିବା ତାଙ୍କ ଆତ୍ମଜୀବନୀ ‘ଦି ପ୍ରେସିଡ଼େନ୍ସିଆଲ ଇୟର୍ସ’କୁ ମୃତ୍ୟୁ ପୂର୍ବରୁ ଶେଷ କରିଦେଇଥିଲେ ପ୍ରଣବ ଦା । କୋଭିଡ଼ ୧୯ରେ ସଂକ୍ରମିତ ହେବା ପରେ ୮୪ ବର୍ଷ ବୟସରେ ଗତ ଅଗଷ୍ଟ ୩୧ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ।

ଯେତେବେଳେ କଂଗ୍ରେସ ଦଳ ଏକ ଘଡିସନ୍ଧି ସମୟ ଦେଖି ଗତିକରୁଛି, ସେହି ସମୟରେ ପ୍ରଣବଙ୍କ କଥା ଓ ବିଶ୍ଲେଷଣ ବଜାରକୁ ଆସିବାକୁ ଯାଉଛି । କଂଗ୍ରେସ ଦଳର କିଛି ସଦସ୍ୟ ବିଶ୍ୱାସ କରୁଥିଲେ ଯଦି ମୁଁ ୨୦୦୪ ରେ ପ୍ରଧାନମନ୍ତ୍ରୀ ବନିଥାନ୍ତି ତା ହେଲେ ଦଳ ୨୦୧୪ ଲୋକସଭା ନିର୍ବାଚନ ବିପର୍ଯ୍ୟୟକୁ ଏଡାଇପାରିଥାନ୍ତା । ମୁଁ ଏଥିରେ ସହମତ ନଥିଲେବି ବିଶ୍ୱାସ କରେ । ମୁଁ ରାଷ୍ଟ୍ରପତି ହୋଇଯିବା ପରେ ଦଳର ନେତୃମଣ୍ଡଳୀ ରାଜନୈତିକ ଲକ୍ଷ୍ୟ ହରାଇ ଦେଇଥିଲେ ବୋଲି ସେ ଏହି ପୁସ୍ତକରେ ଲେଖିଛନ୍ତି । ଏହି ପୁସ୍ତକରେ ୨୦୧୫ରେ ଭାରତ ଓ ଆମେରିକା ମଧ୍ୟରେ ଘଟିଥିବା ଏକ ଛୋଟିଆ କୂଟନୈତିଜ୍ଞ ଗତିରୋଧ ବିଷୟରେ ଉଲ୍ଲେଖ ମଧ୍ୟ କରାଯାଇଛି । ରାଷ୍ଟ୍ରପତି ବରାକ୍ ଓବାମାଙ୍କ ଭାରତ ଗସ୍ତ ସମୟରେ ଆମେରିକା ଅଧିକାରୀମାନେ ଜୋର ଦେଇଥିଲେ ଯେ, ଭାରତୀୟ ରାଷ୍ଟପତିଙ୍କ କାରରେ ରାଷ୍ଟ୍ରପତି ଓବାମା ଯିବେନାହିଁ । ଆମେରିକାରୁ ଅଣାଯାଇଥିବା ବିଶେଷ ସାମରିକ କାରରେ ଦୁଇ ଦେଶର ରାଷ୍ଟ୍ରପତି ବସି ଯାତ୍ରା କରିବେ ।

ଓବାମାଙ୍କ ସହ ସେହି ଗାଡ଼ିରେ ବସି ଯିବାକୁ ସେମାନେ ମୋତେ କହୁଥିଲେ । ମୁଁ ସରଳ ଭାବରେ କିନ୍ତୁ ଦୃଢ଼ତାର ସହ ଏହାକୁ ମନା କରିଦେଇଥିଲି । ଆମେରିକାର ରାଷ୍ଟ୍ରପତି ଯେତେବେଳେ ଭାରତୀୟ ରାଷ୍ଟ୍ରପତିଙ୍କ ଯେତେବେଳେ ତାଙ୍କୁ ଆମ ସୁରକ୍ଷା ବ୍ୟବସ୍ଥା ଉପରେ ବିଶ୍ୱାସ କରିବାକୁ ପଡ଼ିବ । ଏ ବିଷୟ ଆମେରିକା ପ୍ରଶାସନକୁ ଜଣାଇ ଦେବାକୁ ପ୍ରଣବ ମୁଖାର୍ଜୀ ବୈଦେଶିକ ବିଭାଗକୁ କହିଥିଲେ ବୋଲି ଏହି ବହିରେ ଲେଖା ଯାଇଛି ।

Leave a Reply

Your email address will not be published. Required fields are marked *