Masthead

‘ବିରୋଧୀ ଶୂନ୍ୟ ହୋଇଛି ପାରାଦୀପ’

ପାରାଦୀପ (ବଡ଼ ଖବର ବ୍ୟୁରୋ): ପ୍ରଥମ ଥର ପାଇଁ ଏକାଠି ବୈଠକରେ ବସିଲେ ଦୁଇ ଗୋଷ୍ଠୀର ନେତା। କିନ୍ତୁ ବ୍ୟାନରରେ ବିଧାୟକଙ୍କ ଫଟୋ ନଥିବାରୁ ମନୋମାଲିନ୍ୟ ଦୂର ନେଇ ଦେଖାଦେଇଛି ସନ୍ଦେହ। ରବିବାର ସନ୍ଧ୍ୟାରେ ସ୍ଥାନୀୟ ବିଜୁ ମେମୋରିଆଲ ଟ୍ରଷ୍ଟ ପରିସରରେ ପୌରାଧ୍ୟକ୍ଷ ବସନ୍ତ ବିଶ୍ବାଳଙ୍କ ସଭାପତିତ୍ବରେ ପ୍ରଥମ ମିଳିତ କର୍ମୀ ବୈଠକରେ ଏକ ହୋଇ ବିଧାୟିକା ପ୍ରାର୍ଥୀନିଙ୍କୁ ଜିତାଇବାକୁ ଏକ ପ୍ରକାର ପ୍ରତିଜ୍ଞା କରିଛନ୍ତି । ଠିକଣା ସମୟରେ ଉଚିତ ପଦକ୍ଷେପ ନିଆଯାଇଛି।

ଆଗାମୀ ଦିନରେ ସଂଗଠନକୁ ଅଧିକ ମଜବୁତ କରାଯିବ ଓ ବୁଥ କମିଟି କରାଯିବ ବୋଲି ଶ୍ରୀ ବିଶ୍ବାଳ କହିଛନ୍ତି। ପାରାଦୀପ ନିର୍ବାଚନ ମଣ୍ଡଳୀରେ ବିଧାୟକ ଙ୍କ ପତ୍ନୀ ଗୀତାଞ୍ଜଳୀ ରାଉତରାୟଙ୍କୁ ବିଧାୟିକା ପ୍ରାର୍ଥୀ କରାଯିବାକୁ ନେଇ ବିଜେଡି ଦୁଇ ଭାଗ ହୋଇଯାଇଥିଲା। ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ବାଳଙ୍କ ଗୋଷ୍ଠୀ ଓ ବିଧାୟକ ଗୋଷ୍ଠୀଙ୍କ ମଧ୍ୟରେ ବାଦ ବିବାଦ ତେଜିଥିଲା। ବିଧାୟକଙ୍କ ଗୋଷ୍ଠୀ ପାରାଦୀପରେ ସେଭଳି ଆଖିଦୃଶିଆ ବୈଠକ କରିପାରୁନଥିବା ବେଳେ, ବସନ୍ତଙ୍କ ସମର୍ଥକ ଗୋଷ୍ଠୀ କୁଜଙ୍ଗରେ କର୍ମୀଙ୍କୁ ନେଇ ବଡ ବଡ ବୈଠକ କରୁଥିଲେ। ଆଜି ତାହାର ସମାଧାନ ହୋଇଛି। ସମସ୍ତେ ଏକାଠି ହୋଇଛନ୍ତି। ଉକ୍ତ ସ୍ବାଗତ ସମ୍ବର୍ଦ୍ଧନା ବୈଠକରେ ଯୋଗ ଦେଇ ବିଧାୟିକା ପ୍ରାର୍ଥୀନୀ ଗୀତାଞ୍ଜଳୀ ରାଉତରାୟ କହିଛନ୍ତି ସମସ୍ତେ ଏକ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ପୁନର୍ବାର ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ଆହ୍ବାନ ଦେଇଥିଲେ। ସ୍ବାସ୍ଥ୍ୟ,ସ୍ଥାନୀୟ ନିଯୁକ୍ତି ଓ ପାଣି ସମସ୍ୟା ଉପରେ ଗୁରୁତ୍ବ ଦେବେ ବୋଲି ଶ୍ରୀମତୀ ରାଉତରାୟ କହିଥିଲେ ।

ଉକ୍ତ ଉତ୍ସବରେ ବିଧାୟକ ସମ୍ବିତ ରାଉତରାୟ ଯୋଗ ଦେଇ କହିଛନ୍ତି ମତାନ୍ତର ମନାନ୍ତର ଥାଏ। ଯେତେବେଳେ କଥା ଆସେ ମୁଖ୍ୟମନ୍ତ୍ରୀଙ୍କର ସମ୍ମାନର ପ୍ରଶ୍ନ ସେତେବେଳେ ସମସ୍ତେ ଏକାଠି ହୋଇଯାଆନ୍ତି। ଜଣେ ନେତା, ଜଣଙ୍କର ନେତୃତ୍ୱ ସମସ୍ତଙ୍କର ଲକ୍ଷ୍ୟ ମୁଖ୍ୟମନ୍ତ୍ରୀଙ୍କୁ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବା। ବାପି ସାର୍ଖେଲଙ୍କ ସଂଗଠନ ଓ ବିଜେଡି ସଂଗଠନ ମିଶିଗଲା ପରେ ବିରୋଧୀ ଶୂନ୍ୟ ହୋଇଯାଇଛି ପାରାଦୀପ ବୋଲି ବିଧାୟକ ଶ୍ରୀ ରାଉତରାୟ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି