Before Header

୯ ୱିକେଟରେ ଜିତିଲା ଆରସିବି

0 884

ଅହମ୍ମଦାବାଦ (ବଡ଼ ଖବର ବ୍ୟୁରୋ): ଆଇପିଏଲ ୨୦୨୪ ମ୍ୟାଚରେ ଗୁଜରାଟ ଟାଇଟନ୍ସକୁ ୯ ୱିକେଟରେ ପରାସ୍ତ କରିଛି ଚାଲେଞ୍ଜର୍ସ ବେଙ୍ଗାଲୁରୁ। ଚଳିତ ଆଇପିଏଲର ପଏଣ୍ଟ ଟେବୁଲର ସବୁଠାରୁ ତଳେ ଥିବା ରୟାର ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବଡ଼ ବିଜୟ ହାସଲ କରିଛି। ଗୁଜରାଟ ଟାଇଟନ୍ସର ୨୦୧ ରନର ଟାର୍ଗେଟକୁ ଦଳ ମାତ୍ର ଗୋଟିଏ ୱିକେଟ ହରାଇ ୨୪ ବଲ ପୂର୍ବରୁ ହାସଲ କରି ନେଇଛି। ଦଳର ଅଲରାଉଣ୍ଡର ୱିଲ ଜ୍ୟାକ୍ସ ବିସ୍ଫୋରକ ଶତକୀୟ ଇନିଂସ ଖେଳି ମ୍ୟାଚ୍‌ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ ଛକା ମାରି ନିଜର ଶତକ ହାସଲ କରିବା ସହ ଦଳକୁ ୯ ୱିକେଟରେ ବିଜୟ ଭେଟି ଦେଇଛନ୍ତି। ସେ ୪୧ ବଲରେ ଅପରାଜିତ ୧୦୦ ରନ ଓ ବିରାଟ କୋହଲି ୪୪ ବଲରେ ଅପରାଜିତ ୭୦ ରନର ଇନିଂସ ଖେଳିଛନ୍ତି। ବିସ୍ଫୋରକ ୧୦୦ ରନର ଇନିଂସ ଖେଳିଥିବା ଜ୍ୟାକ୍ସ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି। ଏହା ୧୦ମ ମ୍ୟାଚ୍‌ରୁ ଆରସିବିର ୩ୟ ବିଜୟ ହୋଇଥିବା ବେଳେ ଗୁଜରାଟ ୧୦ ମ୍ୟାଚ୍‌ରୁ ୬ଷ୍ଠ ପରାଜୟ ପାଇଛି।

ଏବେ ଆରସିବି ପୂର୍ବଭଳି ପଏଣ୍ଟ ଟେବୁଲର ୧୦ମ ଓ ଗୁଜରାଟ ୭ମ ସ୍ଥାନରେ ଅଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ସାଇ ସୂଦର୍ଶନଙ୍କ ୪୯ ବଲରେ ଅପରାଜିତ ୮୪, ଶାହରୁଖ ଖାନଙ୍କ ୩୦ ବଲରେ ୫୮ ଓ ଡାଭିଡ ମିଲରଙ୍କ ୧୯ ବଲରେ ଅପରାଜିତ ୨୬ ରନ ବଳରେ ୩ ୱିକେଟ ହରାଇ ୨୦୦ ରନ କରିଥିଲା। ଶୁବମନ ଗିଲ ୧୬ ଓ ରିଦ୍ଧିମାନ ସାହା ୫ ରନ କରିଥିଲେ। ୨୦୧ ରନର ଟାର୍ଗେଟକୁ ପିଛା କରୁଥିବା ଆରସିବି ୪୦ ରନରେ ଅଧିନାୟକ ଫାଫ ଡୁପ୍ଲେସିସିଙ୍କୁ ହରାଇଥିଲା। ସେ ୧୨ ବଲରେ ୨୪ ରନ କରି ସାଇ କିଶୋରଙ୍କ ବଲରେ ଆଉଟ ହୋଇଯାଇଥିଲେ। ଏହାପରେ ବିରାଟ ଓ ଜ୍ୟାକ୍ସ ସ୍ଥିତି ସମ୍ଭାଳିଥିଲେ। ଆରମ୍ଭରୁ ଜ୍ୟାକ୍ସ ଧିମା ଖେଳିଥିଲେ। ହେଲେ ସେଟ୍‌ ହୋଇଯିବା ପରେ ସେ ଗୁଜରାଟର ପ୍ରତିଟି ବୋଲରଙ୍କୁ କଡ଼ା ପ୍ରହାର କରିଥିଲେ। ବିରାଟ ମଧ୍ୟ ପଛରେ ପଡ଼ି ନଥିଲେ। ଉଭୟ ବଡ଼ବଡ଼ ଶଟ ଖେଳି ଦଳୀୟ ସ୍କୋରକୁ ଆଗକୁ ନେଇ ଯାଇଥିଲେ।

Leave A Reply

Your email address will not be published.