Before Header

ଆଇରନ ଗାଡି କବଜାରେ ପାରାଦୀପ ରାଜରାସ୍ତା

0 958

ପାରାଦୀପ (ବଡ଼ ଖବର ବ୍ୟୁରୋ): ଆଇରନ ଗାଡି କବଜାରେ ପାରାଦୀପ ରାଜରାସ୍ତା । ବିଳମ୍ବିତ ରାତ୍ରିରେ ଧାଡିଭାଙ୍ଗି ଆଇରନ ଟ୍ରକ ଦ୍ରୁତ ଗତିରେ ଯାଉଥିବା ସମୟରେ ପୋଲିସ ସାଜିଛି ଦେଖଣାହାରି । ଧାଡିଭଙ୍ଗା ସମସ୍ୟାକୁ ନେଇ ପାରାଦୀପ ରାଜରାସ୍ତାରେ ଅନେକ ସମୟରେ ଘଟୁଛି ଦୁର୍ଘଟଣା । ଦୁର୍ଘଟଣାରେ ଚାଲିଯାଉଛି ଅନେକ ନିରୀହଙ୍କ ଜୀଵନ ଚାଲିଯାଉଥିଲେ ବି ଏଥିପ୍ରତି ଏହି ଧାଡିଭଙ୍ଗା ଆଇରନ ଟ୍ରକ ମାନଙ୍କର କିଛି ଖାତିର ନାହିଁ । କାହା ଇସାରାରେ ଏହି ଆଇରନ ଟ୍ରକ ଗୁଡିକ ପୋଲିସ ପ୍ରଶାସନକୁ ଅଣଦେଖା କରି ଦ୍ରୁତ ଗତିରେ ଗାଡି ଚାଳନା କରୁଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ସବୁଠୁ ବଡ଼ପ୍ରଶ୍ନ ପୋଲିସ ଉପସ୍ଥିତରେ ଏହି ଧାଡିଭଙ୍ଗା ଆଇରନ ଟ୍ରକ ଗୁଡିକ ପୋଲିସକୁ ଖାତିର ନ କରି ଦ୍ରୁତ ଗତିରେ ଚାଲିଯାଉଥିବା ସମୟରେ ପୋଲିସ ଦେଖଣାହାରୀ ସାଜିବା ଘଟଣା ସାଧାରଣରେ ଆଲୋଚନାର ବିଷୟବସ୍ତୁ ପାଲଟିଛି ।

Leave A Reply

Your email address will not be published.