Masthead

ଟ୍ରକ ଡ୍ରାଇଭରକୁ ଧରିବା ଦାବିରେ ରାସ୍ତା ଅବରୋଧ

ପାରାଦୀପ (ବଡ଼ ଖବର ବ୍ୟୁରୋ): ଅଣାୟତ୍ତ ହୋଇ ପଡିଲାଣି ପାରାଦୀପକୁ ଆସୁଥିବା ଆଇରନ ଟ୍ରକ। ପୋଲିସକୁ ଚାପି ଦେଲା ଧାଡ଼ି ଭାଙ୍ଗି ଆସୁଥିବା ଟ୍ରକ । ଟ୍ରକ ଚକା ତଳେ ଗଲା ପୋଲିସର ଜୀବନ। ଘଟଣାସ୍ଥଳରେ ପାରାଦୀପ ଲକ ଥାନାର ଜଣେ କର୍ମଚାରୀ ମୃତ୍ୟୁ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପାରାଦୀପ ଦୋଛକିରେ । ଗ୍ରାମବାସୀ ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ରାସ୍ତା ଅବରୋଧ । ପାରାଦୀପ ଉପକଣ୍ଠ ବାଲଡିଆ ଗ୍ରାମର ରାଜନ ପ୍ରଧାନ ପାରାଦୀପ ଲକ ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରନ୍ତି।

ଗତକାଲି ରାତିରେ ତାଙ୍କର ଦୋଛକିରେ ଡିଉଟି ଥିବାବେଳେ ଆଜି ଭୋର ସକାଳୁ ଧାଡ଼ି ଭାଙ୍ଗି ଚଣ୍ଡିଖୋଲ ପଟୁ ଏକ ଦ୍ରୁତଗାମୀ ଆଇରନ ଟ୍ରକ ପାରାଦୀପକୁ ଆସୁଥିଲା। ଟ୍ରକ ଟିକୁ ରାଜନ ଅଟକେଇବାକୁ ଚେଷ୍ଟା କରୁଥିବା ବେଳେ ଟ୍ରକ ଟି ରାଜନଙ୍କ କଥା ନମାନି ତାଙ୍କ ଉପରେ ସିଧା ଚଢାଇ ଦେଇ ପଳାଇଥିବା କୁହାଯାଉଛି। ଘଟଣାସ୍ଥଳରେ ହିଁ ରାଜନଙ୍କର ମୃତ୍ୟୁ ହୋଇଥିବା ବେଳେ ଉତ୍ୟକ୍ତ ଲୋକ ଏବେ ରାସ୍ତା ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଫଳରେ ପାରାଦୀପ-ଚଣ୍ଡିଖୋଲ ଓ ପାରାଦୀପ-କଟକ ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ