Masthead

ଟ୍ରକ ଡ୍ରାଇଭରକୁ ଧରିବା ଦାବିରେ ରାସ୍ତା ଅବରୋଧ

ପାରାଦୀପ (ବଡ଼ ଖବର ବ୍ୟୁରୋ): ଅଣାୟତ୍ତ ହୋଇ ପଡିଲାଣି ପାରାଦୀପକୁ ଆସୁଥିବା ଆଇରନ ଟ୍ରକ। ପୋଲିସକୁ ଚାପି ଦେଲା ଧାଡ଼ି ଭାଙ୍ଗି ଆସୁଥିବା ଟ୍ରକ । ଟ୍ରକ ଚକା ତଳେ ଗଲା ପୋଲିସର ଜୀବନ। ଘଟଣାସ୍ଥଳରେ ପାରାଦୀପ ଲକ ଥାନାର ଜଣେ କର୍ମଚାରୀ ମୃତ୍ୟୁ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପାରାଦୀପ ଦୋଛକିରେ । ଗ୍ରାମବାସୀ ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ରାସ୍ତା ଅବରୋଧ । ପାରାଦୀପ ଉପକଣ୍ଠ ବାଲଡିଆ ଗ୍ରାମର ରାଜନ ପ୍ରଧାନ ପାରାଦୀପ ଲକ ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରନ୍ତି।

ଗତକାଲି ରାତିରେ ତାଙ୍କର ଦୋଛକିରେ ଡିଉଟି ଥିବାବେଳେ ଆଜି ଭୋର ସକାଳୁ ଧାଡ଼ି ଭାଙ୍ଗି ଚଣ୍ଡିଖୋଲ ପଟୁ ଏକ ଦ୍ରୁତଗାମୀ ଆଇରନ ଟ୍ରକ ପାରାଦୀପକୁ ଆସୁଥିଲା। ଟ୍ରକ ଟିକୁ ରାଜନ ଅଟକେଇବାକୁ ଚେଷ୍ଟା କରୁଥିବା ବେଳେ ଟ୍ରକ ଟି ରାଜନଙ୍କ କଥା ନମାନି ତାଙ୍କ ଉପରେ ସିଧା ଚଢାଇ ଦେଇ ପଳାଇଥିବା କୁହାଯାଉଛି। ଘଟଣାସ୍ଥଳରେ ହିଁ ରାଜନଙ୍କର ମୃତ୍ୟୁ ହୋଇଥିବା ବେଳେ ଉତ୍ୟକ୍ତ ଲୋକ ଏବେ ରାସ୍ତା ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଫଳରେ ପାରାଦୀପ-ଚଣ୍ଡିଖୋଲ ଓ ପାରାଦୀପ-କଟକ ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି