Masthead

ଏସି ବସକୁ ବିରୋଧ କରି ଘରୋଇ ବସ ମାଲିକ ସଂଘ ପକ୍ଷରୁ ଧର୍ମଘଟ

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ଲକ୍ଷ୍ମୀ ବସକୁ ବିରୋଧ କରି ମାଲକାନଗିରି ଜିଲ୍ଲା ଘରୋଇ ବସ ମାଲିକ ସଂଘ ପକ୍ଷରୁ ଆଜିଠାରୁ ଧର୍ମଘଟ ଆରମ୍ଭ ହୋଇଛି । ଟାଇପ-୨ ଏ.ସି. ଲଷ୍ମୀ ବସ ବନ୍ଦ କରିବା ଲାଗି ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ପୂର୍ବରୁ ଦାବି କରାଯାଇଥିଲା । ହେଲେ ୨୬ ତାରିଖ ସୁଦ୍ଧା ଦାବି ପୂରଣ ନହେଲେ ୨୭ ତାରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମାଲକାନଗିରି ଜିଲ୍ଲାରେ ଘରୋଇ ବସ ସେବା ବନ୍ଦ କରାଯିବ ବୋଲି ସଂଘ ପକ୍ଷରୁ ପୂର୍ବରୁ ଧମକ ଦିଆଯାଇଛି ।

ହେଲେ ଜିଲ୍ଲା ପ୍ରଶାସନ ଏହି ଦାବି ପୂରଣ ନକରିବା ଫଳରେ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଆଜିଠାରୁ ଧର୍ମଘଟ ଆରମ୍ଭ ହୋଇଛି । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଘରୋଇ ବସ ଚଳାଚଳ ବନ୍ଦ ରହିବ ବୋଲି ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ କୁହାଯାଇଛି । ଟାଇପ -୧ ଅର୍ଥାତ ପଞ୍ଚାୟତରୁ ବ୍ଲକ ପର୍ଯ୍ୟନ୍ତ ଚଳାଚଳ କରୁଥିବା ଲକ୍ଷ୍ମୀ ବସକୁ ବିରୋଧ କରୁ ନାହିଁ ଘରୋଇ ବସ ମାଲିକ ସଂଘ । କିନ୍ତୁ ଟାଇପ-୨ ଅର୍ଥାତ ବ୍ଲକ ଠାରୁ ଜିଲ୍ଲା ସଦର ପର୍ଯ୍ୟନ୍ତ ଚଳାଚଳ କରୁଥିବା ଲକ୍ଷ୍ମୀ ବସକୁ ବିରୋଧ କରୁଛି ସଂଘ ।

କାରଣ ଲକ୍ଷ୍ମୀ ବସ ଯୋଗୁଁ ଘରୋଇ ବସରେ ଆଉ ଯାତ୍ରୀ ହେଉନଥିବା ବେଳେ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହୁଛନ୍ତି ଘରୋଇ ବସ ମାଲିକମାନେ । ତେଣୁ ପ୍ରଥମେ ମାଲକାନଗିରିର ଜିଲ୍ଲାରେ ଘରୋଇ ବସ ବନ୍ଦ ହେବା ପରେ ଆଗାମୀ ଦିନରେ ସାରା ରାଜ୍ୟରେ ଘରୋଇ ବସ ସେବାକୁ ବନ୍ଦ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ